OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 27th Aug 2020

Odia Rashiphala

Odia Rashiphala

ସେବାକ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ମନରେ ଈର୍ଷାଭାବ ଜାତ ହୋଇପାରେ । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ ।
ବ୍ୟବସାୟୀ ଲାଭଜନକ ହେବେ । ସେବା ମନୋଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଗ୍ରହଣଯୋଗ୍ୟ ହେବ । ବନ୍ଧୁ ସହାୟତା ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଆମୋଦ ପ୍ରମୋଦରେ ସମୟ ଅତିବାହିତ କରୁଥିବା ବେଳେ, ଶତ୍ରୁର ଉପସ୍ଥିତି ବିବ୍ରତ କରିପାରେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶତ୍ରୁଦମନ କରି ଆଶ୍ୱସ୍ତି ହେବେ । ଉଚ୍ଚ କର୍ତ୍ତୃପକ୍ଷଙ୍କ କୃପାଦୃଷ୍ଟି ରହିବ ।
ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । କର୍ମଚଞ୍ଚଳ ରହିବେ । ଆକସ୍ମିକ ଭା‌ବେ ଧନଲାଭ ହୋଇପାରେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ଉତ୍ତମ ବ୍ୟକ୍ତିତ୍ୱ ଯୁକ୍ତ ହେବେ ।
କାର୍ଯ୍ୟରେ ସ୍ଥିରତା ଆସିବ । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷିକର୍ମକାରୀ ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଭ୍ରାତାଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।
ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ । ମନପ୍ରସନ୍ନ ରହିବ । ମଧୁରଭାଷୀ ହେବେ । ଆସ୍ତିକ ହେବେ । ପ୍ରେମୀ ଓ ସାହସୀ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟ ହାସଲ କରିବେ । ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ ।
ଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ମିଷ୍ଟଭାଷୀ ଓ ସହିଷ୍ଣୁ ହେବେ । ଶାନ୍ତିପ୍ରିୟ ହୋଇପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । ବିଦ୍ୟାପ୍ରେମୀ ହେବେ ।
ପାରିବାରିକ ଓ ଶୁଭେଚ୍ଛୁଙ୍କ ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ । ରୋଜଗାରର ମାତ୍ରା ବୃଦ୍ଧି ହେବ । ଶ୍ରୀଚନ୍ଦ୍ର ଯୋଗୁଁ ଉତ୍ତମ ଭୋଜନ ମିଳିବ ।
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । କର୍ମଚଞ୍ଚଳ ରହିବେ । ଏକାନ୍ତ ପ୍ରିୟ ହେବେ । ଚକ୍ଷୁରେ ସାମାନ୍ୟ ପୀଡ଼ା ଦେଖାଦେଇପାରେ । ସ୍ନେହପୂର୍ଣ୍ଣ କଥାବାର୍ତ୍ତାରେ ପରକୁ ଆପଣାର କରିବେ । ଧାର୍ମିକ ପ୍ରବୃତ୍ତିର ହେବେ ।
ତରବର ହୋଇ ଆଗକୁ ବଢ଼ିବା ଅପେକ୍ଷା ଧୀରେ ସୁସ୍ଥେ ଅଗ୍ରଗାମୀ ହେବେ । ଆୟ ଭତ୍ତମ ଧରଣର ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ । ସମ୍ମାନିତ ହେବେ ।
କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ନିଜ ପରିବାର ପ୍ରତି ସ୍ନେହ, ସଦିଚ୍ଛା ଭାବ ରହିବ । ସୁଖ ମିଳିବ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ଭାଗ୍ୟଶାଳୀ ହେବେ । ଭୋଗବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ପାରିବାରିକ ସୁଖ ମିଳିବ । ଉଦ୍ୟୋଗୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments