OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 25th July 2019

Odia Rashiphala

Odia Rashiphala

ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଅଧିକ ରୋଜଗାରକ୍ଷମ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲି-ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ ।
ହଜିଥିବା ଦ୍ରବ୍ୟ ପାଇ ଖୁସି ହୋଇପାରନ୍ତି । ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତପ୍ରିୟ, ମଧୁରଭାଷୀ ହେବେ । ସାହସୀ ଓ ଜ୍ଞାନୀ ହେବେ । କ୍ରୋଧୀ ହେବେ ।
ଦିନଟି ସୁଖରେ ବିତିବ । ରୋଜଗାର ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ ।
କର୍ମ ଚଞ୍ଚଳ ରହିବେ । କୁଳ ପ୍ରଦୀପ ହେବେ । ମନରେ ପ୍ରସନ୍ନତା ଭାବ ଦେଖା ଦେବ । ସୁସ୍ଥ ଓ ସବଳ ହେବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିବେ । ପରିବାର ପ୍ରତି ସ୍ନେହ ଭାବ ରହିବ ।
ଦେବ ଦର୍ଶନ ଆନନ୍ଦଦାୟକ ହେବ । ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ । ଧର୍ମାତ୍ମା ଓ ବିଦ୍ୱାନ୍ ହେବେ ।
ଗୃହରେ ବୁଝାମଣା ସୃଷ୍ଟି ହେବ । ଶାରୀରିକ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ନିରୀହ ହେବେ । ଧର୍ମ ବିଧାନରେ ଦକ୍ଷତା ପ୍ରତିପାଦନ କରିବେ । ଶାସ୍ତ୍ରାନୁରକ୍ତ ହେବେ ।
ସବୁ କିଛି ସହି ଯାଇପାରନ୍ତି । ବନ୍ଧୁ ସହଯୋଗ ପାଇବାରୁ ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହେବେ । ଅହଂକାରୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।
ମନୋବଳ ଦୃଢ଼ କରି କାର୍ଯ୍ୟ ସମ୍ପାଦନ କରିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁ ହନ୍ତା ହେବେ । ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭ ପ୍ରାପ୍ତ ହେବ । ନେତ୍ର ପୀଡ଼ା ଭୋଗ କରିପାରନ୍ତି ।
କୌଣସି କାରଣରୁ ମନ ଆଶଙ୍କିତ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । କନ୍ୟା ସନ୍ତାନ ଦ୍ୱାରା ବିଶେଷ ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରି ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ ।
ରାଜନୈତିକ ଅସ୍ଥିରତା ଦେଖା ଦେଇପାରେ । ବାଧା-ବିଘ୍ନକୁ ଏଡ଼ାଇ କାର୍ଯ୍ୟ ସଂପାଦନ କରିବେ । ଉଦାର ସ୍ୱଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସୁସ୍ଥ ରହିବେ । କୃଷି ଉପରେ ଗୁରୁତ୍ୱ ଦେବେ । ବୁଦ୍ଧିମାନ ହେବେ ।
ଆୟ-ବ୍ୟୟ ସମାନ୍ତରାଳ ଗତି କରିବ । ଶ୍ରମର ମୂଲ୍ୟାଙ୍କନ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ବ୍ୟକ୍ତି ଭାବେ ପରିଚୟ ସୃଷ୍ଟି କରିବେ । ମଧୁରଭାଷୀ ହୋଇପାରନ୍ତି । କଫ ଜନିତ ସାମାନ୍ୟ ପୀଡ଼ା ଦେଖା ଦେବ । ପ୍ରେମୀ ଓ ସାହସୀ ହେବେ ।
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି । ସ୍ତ୍ରୀ ବିଳାସୀ ହେବେ । ମିତ୍ର ସୁଖ ଲାଭ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments