OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 25th Feb 2021

Odia Rashiphala

Odia Rashiphala

କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଯୋଗୁଁ ବାଦ ବିବାଦର ସମ୍ମୁଖୀନ ହୋଇପାରନ୍ତି । ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ଉତ୍ତମମାନର ହେବ ।
ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଉପଲବ୍ଧି ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୌଭାଗ୍ୟ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସମର୍ଥ ହେବେ ।
ଲୋଭଗ୍ରସ୍ତ ହୋଇପାରନ୍ତି । ଅନୁତପ୍ତ ହେବେ । ସହନଶୀଳ ହେବେ । ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି । ବ୍ୟବସାୟ ସୁରୁଖୁରୁରେ ଚାଲିବ । ଦାମ୍ପତ୍ୟ ସୁଖ ମିଳିବ । ଧର୍ମାସକ୍ତ ଓ ମତିମାନ୍ ହୋଇପାରନ୍ତି ।
ନିର୍ଭରଶୀଳ ନ ହୋଇ ସ୍ୱାଧୀନଚେତା ଭାବେ କାର୍ଯ୍ୟ କରିବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । ସୁଚିନ୍ତିତ ବର ପ୍ରଦାନ କରିବେ ।
କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି । ଧର୍ମ ଭାବନା ସକ୍ତ ହେବେ । ଖର୍ଚ୍ଚ ପରିମାଣ ଅତ୍ୟଧିକ ହୋଇପାରେ । କୀର୍ତ୍ତିମାନ୍ ହେବେ । ମତିଯୁକ୍ତ ହୋଇପାରନ୍ତି । ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି । ବନ୍ଧୁ ବିରୋଧରେ ସମ୍ମୁଖୀନ ହେବେ ।
ସୁଖ ସମ୍ମାନ ଲାଭ କରିପାରନ୍ତି । ସୁସମ୍ୱାଦ ପାଇ ଯତ୍ନବାନ୍ ହେବେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସରକାରୀ କୃପା ମିଳିବ । ସତକର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସୁଖୀ ହେବେ ।
କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି । ଶୁଭଖବର ପାଇ ଭାବବିହ୍ୱଳ ହେବେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରିପାରନ୍ତି ଓ ତି ତା’ର ସଦ୍‌ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ ।
ବିଭିନ୍ନ ସ୍ତରରୁ ସହାୟତା ମିଳିପାରେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଭାଗ୍ୟଶାଳୀ ହୋଇପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ । ମହିଳା ଗୋଷ୍ଠୀଙ୍କୁ ସହାୟତା ଦେଇ ପ୍ରଶଂସାର ପାତ୍ର ହୋଇପାରନ୍ତି । ବିବାଦରେ ବିଜୟୀ ହେବେ ।
ଶତ୍ରୁମାନେ ବଳବାନ୍ ହେଲେ ବି ଧର୍ମବଳ ପର୍ଯ୍ୟାପ୍ତ ଥିବାରୁ କିଛି କ୍ଷତି ହେବ ନାହିଁ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅର୍ଥାଭାବ ଦେଖା ଦେଇପାରେ । ଉଚ୍ଚସ୍ଥାନ ଆରୋହଣ ଜଳଯାତ୍ରା ନ କରିବା ଭଲ ହେବ ।
ଆନନ୍ଦ ଉତ୍ସବରେ ସମୟ ଅତିବାହତି କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ବଳବାନ୍ ହୋଇପାରେ । ଆନନ୍ଦ ଉପଭୋଗ କରିବେ । ସୁଖାଦ୍ୟ ମିଳିପାରେ ।
କ୍ରିୟାଶୀଳ ହୋଇପାରନ୍ତି । ଶତ୍ରୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ଅଛି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।
ବିଚାର ବିମର୍ଶ କରି କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ । ଅଧ୍ୟୟନରତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଉତ୍‌ଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments