OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 24th March 2022

Odia Rashiphala

Odia Rashiphala

ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୁଯୋଗ । ଉତ୍ତମ ବସ୍ତ୍ର, ରତ୍ନ,ଲାଭ ହୋଇପାରେ । ସରକରାରୀ ସ୍ତରରୁ ଅର୍ଥ ଲାଭ ହେବ। ସାହାସର ସହିତ ବିପଦର ମୁକରାବିଲରା କରିବେ ।
ବାଣିଜ୍ୟ କାରବାର ଲାଭଦାୟକ ହେବ। ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ହୋଇପାରନ୍ତି । ସବୁବର୍ଗ ଲୋକଙ୍କର ପ୍ରିୟପାତ୍ର ହେବେ। ସେବା ପରାୟଣ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରି ଗଢି ତୋଳିବ। ଅଜାତ ଶତ୍ରୁ ହୋଇପାରନ୍ତି । ଶ୍ରମ ଓ ନିଷ୍ଠା ପାଇଁ ସମ୍ମାନିତ ହେବେ। ପ୍ରୀତି ଭୋଜନର ଆନନ୍ଦ ଉପଭୋଗ କରିବେ।
ଅନ୍ୟର ପେଟ ଚିହ୍ନିବାରେ ଶକ୍ତି ସମ୍ପନ୍ନ ହେବେ । ସାରସ୍ବତ ସାଧନାରେ ମନନିବେଶ କରିବେ । ଞ୍ଜାନ ଦାନ କରି ଲାଭବାନ୍ ହେବେ । ଅନୁଶାସନକୁ ଆତ୍ମ ଶାସନରେ ପରିଣତ କରିପାରନ୍ତି ।
କୃଛ୍ର ସାଧନାରେ ଦିବ୍ୟଶକ୍ତି ସମ୍ପନ୍ନ ହୋଇପାରନ୍ତି । ଶ୍ରମ ସାର୍ଥକ ହେବ । ଦିବ୍ୟ ଚେତନା ପ୍ରାପ୍ତ୍ୟ ହେବ । ଜୀବନ ସମର୍ପିତ ହେବ । କୃଷି ବିଶରାରଦ ଭାବେ ନିଜର ପରିଚୟ ସୃଷ୍ଟି କରିବେ।
ସତସଙ୍ଗରୁ ମିଳିବ ଶାନ୍ତି, ତୃପ୍ତି ଓ ପରମ ଆନନ୍ଦ। ଈଶ୍ବରୀୟ ଚେତନାରେ ଉଦ୍ବୃଦ୍ଧ୍ ହେବେ । ସତ୍ୟ ଓ ବିଶ୍ୱାସର ରଜୁରେ ଅନୁବନ୍ଧିତ ହୋଇପାରନ୍ତି । ଧନ ଅନ୍ତଃ ପର୍ବ ପ୍ରବାହିତ ହୋଇପାରେ ।
ଭାଗ୍ୟଲକ୍ଷୀ ବରଦାୟିକା ଅଛନ୍ତି । ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନ ବୋଧ ଆପଣଙ୍କ ଧେୟ ହୋଇପାରେ । ଆପଣଙ୍କ ପୂଜନଶୀଳତା ଅନୁଗାମୀଙ୍କୁ ଦିଗ୍ ଦର୍ଶନ ଦେଇପାରେ ।
ଗୁଣର ପ୍ରସାର ଘଟାଇ ପ୍ରତ୍ୟେକ କ୍ଷେତ୍ରରେ ନିଜର ମହାନତା ପ୍ରତିପାଦନ କରିପାରନ୍ତି । ମନର ଲଗାମ ଦେଇ ସମର୍ପିତ ଜୀବନ ଯାପନ କରିବେ। ଆତ୍ମନିର୍ଭରଶୀଳ ହେବେ । ସୁସ୍ୱାଦୁ ଭୋଜନ ମିଳିବ।
ବିବେକ ରୂପୀ ମହାର୍ଘ ସମ୍ପଦର ସଦ୍ ବ୍ୟହାର କରିବେ। ଆଭା ,ପ୍ରଭା , ପ୍ରତିଭାର ଅଧିକାରୀ ହେବେ । ସାଦ୍ଧନାରେ ସିଦ୍ଧି ପ୍ରାପ୍ତ ହେବ। ଅମଳ, କମଳ, ଚରଣ ତଳେ ଧ୍ୟାନ ବାସ୍ଥିତ ହୋଇପାରନ୍ତି ।
ବିଭୁଦତ୍ତ ପ୍ରତିଭାସମ୍ପନ୍ନ ହେବେ। ଧର୍ମିୟ ବିଚାରରେ ଉଦାର ସ୍ବଭାବର ହୋଇପାରନ୍ତି । କରିତ୍କର୍ମା ହେବେ । ଆୟ ଆଶରାନୁରୂପ ହେବ। ଠରାକୁରଙ୍କ ନିକଟରେ ମଧୁର ପ୍ରେମ ଭକ୍ତି ସମ୍ପନ୍ନ ହେବେ ।
ସତ୍ୟପ୍ରଞ୍ଜ ଯୋଗୁ ଆପଣଙ୍କ କ୍ରୋଧ ବା ରାଗ ପାଣିର ଗାର ପରି ହେବ। ଦାନ ରୂପକ ବୈଧୀ କର୍ମରେ ନିୟୋଜିତ ହେବେ। ଉପନିଷଦର ମାତୃ ଦେବୋ ଭବ ପରିବର୍ତ୍ତେ ଦରିଦ୍ର ଦେବୋ ଭବ ଭାବ ପ୍ରତି ଧ୍ୟାନ ଦେବେ ।
କାୟୋ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି । ଭାଗ୍ୟଲକ୍ଷୀଙ୍କ କୃପାପାତ୍ର ହେବେ । ସାସାଂରିକ ସୁଖମିଳିବ । ନିଜ ନିଜର କର୍ମକୁ ସମୀକ୍ଷା କରି ଗର୍ବ ବା ଅହଂକାରକୁ ବିସର୍ଜନ ଦେଇ ପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 222

Order Odia Bhagyajyoti Calendar 2022 From OdishaShop.com

Comments

comments