OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 22th April 2021

Odia Rashiphala

Odia Rashiphala

କୃଷିରୁ ଆୟ ବୃଦ୍ଧି ହୋଇପାରେ । ଯାନବାହନ ସୁଖ ଭୋଗ କରିପାରନ୍ତି । ଗୃହ ପରିବେଶ ଉତ୍ତମ ମାନର ହେବ । ସାମାଜିକ ସ୍ତରରେ ଯଶସ୍ୱୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।
କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ । ବିବାଦୀୟ ପ୍ରତିଯୋଗିତା କୃତିତ୍ୱ ଅର୍ଜନ କରିପାରନ୍ତି । ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ । ସକଳ ଗୁଣର ଆଧାର ହେବେ । ସୁଖଭୋଗ କରିବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି ।
ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି । ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦୃତ ହେବେ । ବିବିଧ ପ୍ରକାରର ଧନ ହାତକୁ ଆସିବ । ଚଞ୍ଚଳମନା ହୋଇପାରନ୍ତି । ଅତିସୁଖୀ ଓ କୀର୍ତ୍ତିଶାଳୀ ହେବେ । ସହିଷ୍ଣୁ ହୋଇପାରନ୍ତି ।
ଆଶାବାଦୀ ହେବେ । ଧନବାନ୍ ହୋଇପାରନ୍ତି । ଗୁଣଜ୍ଞ ହେବା ଆଶା କରାଯାଏ । ଉପାର୍ଜନ କ୍ଷେତ୍ର ସହଜ ସୁଲଭ ହେବ । ଶାରୀରିକ ଶକ୍ତି ବୃଦ୍ଧିର ସୂଚନା ମିଳୁଛି । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ ।
ଧନକ୍ଷୟ ହେବାର ସୂଚନା ମିଳୁଛି । କାର୍ଯ୍ୟର ପ୍ରଗତି ପଥରେ ବାଧା ଉପୁଜି ପାରେ । ମିତ୍ରମାନେ କରଛଡ଼ା ଦେଇପାରନ୍ତି । ଚକ୍ଷୁରେ ସାମୟିକ ଭାବେ ଯନ୍ତ୍ରଣା ଉପୁଜିପାରେ । ଚଞ୍ଚଳ ସ୍ୱଭାବର ହେବେ । ମଧୁର କଥାରେ ପରକୁ ଆପଣାର କରିବେ ।
ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । କୀର୍ତ୍ତିମାନ୍ ହୋଇପାରନ୍ତି । ଗୁଣବାନ୍ ହେବେ । ମନ ପ୍ରସନ୍ନ ରହିବ । ସରକାରୀ ସ୍ତରରୁ ଧନ ଓ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି ।
ଶ୍ରମ ସାର୍ଥକ ହେବ । ସରକାରୀ ଧନ ମିଳିପାରେ । ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି । ବହୁବିଧ ଧନର ଅଧିକାରୀ ହେବେ । ଉତ୍ତମ ଗୁଣର ହୋଇପାରନ୍ତି । କୀର୍ତ୍ତି, ସ୍ୱତ୍ୱ, ସନ୍ତୋଷ ସବୁ କିଛି ମିଳିପାରେ ।
ପରୋପକାରୀ ହେବେ । ପରିବର୍ତ୍ତିତ ଭାଗ୍ୟର ସଫଳ ଭୋଗ କରିପାରନ୍ତି । ଧନଯୁକ୍ତ ହେବେ । ମହିଳାମାନଙ୍କର ହିତାକାଂକ୍ଷୀ ହୋଇପାରନ୍ତି । ତୀର୍ଥଯାତ୍ରା କିମ୍ବା ପର୍ଯ୍ୟଟନର ସୁଯୋଗ ପାଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।
କାର୍ଯ୍ୟରେ ଛନ୍ଦି ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଚୋରଭୟ ଅଛି । ଶୁଭକାର୍ଯ୍ୟରେ ସ୍ୱଇଚ୍ଛାରେ ଅଧିକ ଖର୍ଚ୍ଚ କରିପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ୍ ହେବାକୁ ପଡ଼ିବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
ପ୍ରୀତି ଲାଭ କରିପାରନ୍ତି । ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି । ଧନଶାଳୀ ହେବେ; ମାତ୍ର ବୃଦ୍ଧାବସ୍ଥାର ଲୋକଙ୍କ ପ୍ରତି ଏହା ପ୍ରଯୁଜ୍ୟ ନୁହେଁ । ଅବିବାହିତ ମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ; ମାତ୍ର ବିବାହ ବିଳମ୍ବ ହେବ ।
ମନ ଚଞ୍ଚଳ ରହିବ । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ବେଦ ପ୍ରଥାଲମ୍ବୀ ହେବେ । ବୀର କର୍ମ ହୋଇପାରନ୍ତି । ଧାର୍ମିକ ପ୍ରବର ହେବେ । ପ୍ରିୟ ଭାଷୀ ହେବେ । ଧନ ଯାନବାହନଯୁକ୍ତ ହେବେ । ଅନୁଚରଯୁକ୍ତ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ ।
କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ହୋଇପାରନ୍ତି । ସନ୍ତାନ ସନ୍ତତି ଲାଭର ସୂଚନା ମିଳୁଛି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments