OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 21th May 2020

Odia Rashiphala

Odia Rashiphala

ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ । ଘାତଚନ୍ଦ୍ର ଥାଇବି କୌଣସି କ୍ଷୟ-କ୍ଷତିର ପ୍ରଶ୍ନ ଉଠୁ ନାହିଁ । ଧନଯୁକ୍ତ ହେବେ । ଗୁଣଜ୍ଞ ହୋଇପାରନ୍ତି । ଉପାର୍ଜନ ଉଣା ହେବ ନାହିଁ । ଶକ୍ତିମାନ୍ ହେବେ ।
ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ମୂଲ୍ୟବାନ୍ ଦ୍ରବ୍ୟଲାଭର ସୁଯୋଗ ଅଛି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ଆକସ୍ମିକ ସମସ୍ୟା ଦେଖାଦେଇ ପାରେ ।
ଧନାଗମର ସୁଯୋଗ ସୃଷ୍ଟି ହୋଇଛି । ନାନାବିଧ ସମ୍ମାନର ଅଧିକାରୀ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । ଆନନ୍ଦ ଉପଭୋଗ କରିବେ । ଅପାର ଗୁ୍ଣର ଅଧିକାରୀ ହେବେ । ପ୍ରସନ୍ନତା ଲାଭ କରିପାରନ୍ତି ।
ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ନୈତିକ ବଳରେ ବଳୀୟାନ୍ ହୋଇପାରନ୍ତି । ମାନ୍ୟତା ପ୍ରାପ୍ତ ହେବେ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୌଭାଗ୍ୟ ଅଛି । ସର୍ବାଙ୍ଗୀନଣ ଉନ୍ନତି ହେବା ଆଶା କରାଯାଏ ।
ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଦେବ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଧନଲାଭର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
କାର୍ଯ୍ୟଟି ଯେପରି ହାତରୁ ଖସି ନ ଯାଏ । ସେଥିପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ । ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଶତ୍ରୁଭାବ ସୃଷ୍ଟି ହୋଇପାରେ; ମାତ୍ର ଅନିଷ୍ଟ ହେବ ନାହିଁ । ମଧୁର ଭାଷାରେ ପରକୁ ନିଜର କରିବେ ।
ବନ୍ଧୁ ସହାୟତା ପାଇ ଲାଗି ରହିଥିବା ଝାମେଲାର ଅନ୍ତ ଘଟାଇ ପାରନ୍ତି । ଆନନ୍ଦ ଉତ୍ସବରେ ସମୟ ଅତିବାହିତ ହୋଇପାରେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ସୁଖ ମିଳିବ ।
ଶତ୍ରୁର ଉପସ୍ଥିତି ନେଇ ପ୍ରତିକାର ପାଇଁ ତତ୍ପର ହେବେ । ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ରାଜପୂଜା ମିଳିବ । ଯାନବାହନଯୁକ୍ତ ହେବେ । ନଗର ବା ଗ୍ରାମାଧୀଶ ହେବେ । ପରାକ୍ରମଶାଳୀ ଓ ବହୁପୋଷକ ହେବେ ।
ପ୍ରତାରକମାନେ ତାଙ୍କ କୁ କାର୍ଯ୍ୟରୁ ଓହରି ଯିବାକୁ ବାଧ୍ୟ ହେବେ । ସେମାନଙ୍କୁ ଆପଣଙ୍କ କାର୍ଯ୍ୟକଳାପ ବିସ୍ମିତ କରିପାରେ । ବ୍ୟବସାୟରୁ ଅଧିକ ଲାଭ ମିଳିବ । ବିତ୍ତଶାଳୀ ହୋଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଶୁଭା-ଶୁଭ ମିଶ୍ରିତ ଫଳପ୍ରାପ୍ତ ହେବେ ।
ବନ୍ଧୁଙ୍କ ସହିତ ଅତିମାତ୍ରାରେ ସଂପର୍କ ବୃଦ୍ଧି କାରଣରୁ ଗୌରବହୀନ ହୋଇପାରନ୍ତି । ନିଜକୁ କଳହମୁକ୍ତ ରଖିବାକୁ ଉଦ୍ୟମ ଜାରି ରଖିବେ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । ଧୈର୍ଯ୍ୟବାନ୍ ହେବେ । କୃଷିରୁ ଆୟ ଓ ବାହନ ସୁଖ ଅଛି ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ବହନ କରିପାରନ୍ତି । ସାଧନାରେ ସିଦ୍ଧି ଲାଭ କରିବେ । ଆଶା ଫଳବତୀ ହେବ । ପରିଶ୍ରମର ମୂଲ୍ୟ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ସକଳ-ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ ।
ସାମୟିକ ଭାବେ ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ସରକାରୀ ଅର୍ଥ ମିଳିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments