OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 20th Aug 2020

Odia Rashiphala

Odia Rashiphala

ଶିକ୍ଷାଦାନ ପାଇଁ ନିଜକୁ ପ୍ରସ୍ତୁତ କରିବେ । ସୁସମ୍ୱାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥପ୍ରାପ୍ତିର ସୁଯୋଗ ଅଛି । ମନ ଚଞ୍ଚଳ ରହିବ । ନୀତିନିଷ୍ଠ ହେବେ । ପରାମର୍ଶଦାତା ହେବେ ।
କାର୍ଯ୍ୟକ୍ଷେତ୍ର ଉତ୍ସାହ ଜନକ ହେବ । ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣା ଘଟିପାରେ । ସକଳ ସ୍ୱଧର୍ମ କ୍ରିୟାରତ ହେବେ । ମନୋଜ୍ଞ ହୋଇପାରନ୍ତି ।
ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଭଗବତ୍ ଚିନ୍ତାରେ ନିମଗ୍ନ ହୋଇପାରନ୍ତି । ଦେବଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତିର ମାତ୍ର ଲୀନ ହୋଇପାରେ । ସତର୍କତାର ଦିନଟି ଅଛି ।
ସୁଖୀ ହେବେ । ସମ୍ମାନିତ ହେବେ । କୌଣସି କାରଣରୁ ମନବିଷାଦିତ ହୋଇପାରେ । ପ୍ରତିହିଂସା ମାର୍ଗରେ ମନ ବଳିପାରେ । ଶେଷ୍ଠମାନ୍ୟତା ପ୍ରାପ୍ତ ହେବେ । ପତ୍ନୀଙ୍କ ଅସୁସ୍ଥତା ପାଇଁ ଚିନ୍ତିତ ହୋଇପାରନ୍ତି । ମିଶ୍ରିତ ଫଳ ମିଳିବ ।
ଶ୍ରୀଚନ୍ଦ୍ର ଭୋଗ ହେତୁ ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ସାହାଯ୍ୟ ମିଳିପାରେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ମହତ ହେବ ।
ହାତଛଡ଼ା କାର୍ଯ୍ୟଟି ପୁଣି କରାୟତ କରିପାରନ୍ତି । ବ୍ୟୟବୃଦ୍ଧିର ସୂଚନା ମିଳୁଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । ଚକ୍ଷୁରେ ପୀଡ଼ା ଉପୁଜିପାରେ । ମଧୁରଭାଷୀ ହୋଇ ପରକୁ ଆପଣାର କରିବେ ।
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଶୁଭ ସମାଚାର ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀତ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ ।
ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ସୁସମ୍ୱାଦ ପାଇ ଉତ୍‌ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି ।
ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାତକୁ ଆଣି ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶାନ୍ତି ମିଳିବ ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଠିକ୍ ମାର୍ଗରେ ପରିଚାଳନା କରିବେ । ଅର୍ଥାଭାବ ଦେଖାଦେଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କ ରହିବେ ।
ସଠିକ୍ ମାର୍ଗରେ ପରିଚାଳିତ ହୋଇପାରନ୍ତି । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିବେ । ସୁସ୍ୱାଦୁ ଭୋଜନ ମିଳିବ ।
ବଳବାନ୍ ଶତ୍ରୁକୁ ଅତି ସହଜରେ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଦିନସାରା କାର୍ଯ୍ୟରତ ରହିବେ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରି ଖୁସି ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments