OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 1st April 2021

Odia Rashiphala

Odia Rashiphala

ପ୍ରଭାବଶାଳୀ ହୋଇପାରନ୍ତି । ନୀତିନିଷ୍ଠ ହେବେ । ଜନବଲ୍ଲଭ ମାନ୍ୟତା ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବିବାଦ ଘେରରେ ପଡ଼ି ବ୍ୟତିବ୍ରସ୍ତ ହେବେ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ ।
ପ୍ରୀତ ଲାଭର ସୁଯୋଗ ସୃଷ୍ଟି ହୋଇଛି । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପ୍ରାପ୍ତ ହେବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି ।
ଶତ୍ରୁର ଆହ୍ୱାନରେ ମନରେ ଈର୍ଷାଭାବ ଜାଗ୍ରତ ହେବ । ବନ୍ଧୁ ସହାୟତା ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହେବେ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିବେ ।
ଅଧ୍ୟାପନାର ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ଶୁଣି ଭାବବିହ୍ୱଳ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟ ଭଲରେ ଚାଲିବ । ଜୁଆ-ଲଟେରି ଜନିତ ଅର୍ଥ ପ୍ରାପ୍ତ ହୋଇପାରନ୍ତି ।
ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ । କଠିନ ପରିଶ୍ରମ କରିବେ ଓ ତା’ର ମୂଲ୍ୟ ପାଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । କାର୍ଯ୍ୟ ଉତ୍ସାହଜନକ ହେବ । ପରୋପକାରୀ ହେବେ । ବିଭିନ୍ନ ପ୍ରକାରର ଧନଲାଭ ହେବ ।
ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ପରିଲକ୍ଷିତ ହେବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଠାକୁରଙ୍କ ଦର୍ଶନାଭିଳାଷୀ ହେବେ । ଅଶାନ୍ତି ଦୂର ହୋଇପାରେ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହେବେ । ଦାନ ଧର୍ମରେ ନିଜକୁ ନିୟୋଜିତ କରିପାରନ୍ତି ।
ଆଶାବାଦୀ ହୋଇପାରନ୍ତି । ତ୍ୟାଗପୁତ ମନୋବଳ ଗ୍ରହଣ କରିବେ । ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ମନ ଚଞ୍ଚଳ ରହିବ । ଅତି ସୁଖୀ, କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ ।
ଆୟ ବୃଦ୍ଧିର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ବିବାଦୀୟ ବିତର୍କରେ ଭାଗ ନନେଇ ନିରବ ଦର୍ଶକ ସାଜିପାରନ୍ତି । ବନ୍ଧୁମାନେ ଭିତର ଷଢ଼ଯନ୍ତ୍ରରେ ସାମିଲ ହୋଇପାରନ୍ତି । ମଧୁର ସମ୍ଭାଷଣରେ ପରକୁ ଆପଣାର କରିବାରେ ସକ୍ଷମ ହେବେ । କର୍ମଚଞ୍ଚଳ ରହିବେ ।
ଆୟ ଆଶାନୁରୂପ ହେବ । ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
ଶୁଭ ଖବର ପାଇ ପ୍ରଫୁଲ୍ଲିତ ହୋଇପାରନ୍ତି । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଅସାଧ୍ୟ ସାଧନ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଅନୁରୋଧ ରକ୍ଷାକରି ବନ୍ଧୁ ସାହାଯ୍ୟ କରିବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍‌ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଧର୍ମୀୟ ପ୍ରବଚନରେ ଯୋଗ ଦେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments