OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 19th Dec 2019

Odia Rashiphala

Odia Rashiphala

ଧର୍ମ-କର୍ମ ସଂପାଦନ କରିପାରନ୍ତି । ମୌନାବତାରରେ କିଛି ସମୟ ରହିବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ସୁନାମ ମିଳିବ ।
କୌଣସି କାରଣରୁ ବିଷାଦିତ ହୋଇପାରନ୍ତି । ଅନୁତପ୍ତ ହୋଇପାରନ୍ତି । ହଠାତ୍ କିଛି ଅର୍ଥ ପାଇ ଉତ୍‌ଫୁଲ୍ଲିତ ହେବେ । ପ୍ରକୃତିଗତ ଚଞ୍ଚଳତାର ପରିପ୍ରକାଶ ଘଟିବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ଶିକ୍ଷିତା ପତ୍ନୀଙ୍କ ପରାମର୍ଶ ମିଳିବ ।
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହେବେ । ଉତ୍ତମ ବ୍ୟକ୍ତି ସମ୍ପନ୍ନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ବୁଦ୍ଧି ପ୍ରୟୋଗ କରି କୃଷିକର୍ମ କରିବେ ।
ବନ୍ଧୁମେଳରେ ରହିବା ସୁଖଦାୟକ ହେବ । ଶ୍ରମ ସାର୍ଥକ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ଚରିତ୍ରର ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫଜନିତ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି । ପ୍ରେମୀ, ସାହସୀ ଓ ଭ୍ରାତୃ ସ୍ନେହୀ ହେବେ ।
ମଧ୍ୟମ ଧରଣର ଶୁଭଫଳ ପ୍ରାପ୍ତ ହେବେ । ଆଳସ୍ୟ ପରାୟଣ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଉତ୍ତମ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ ।
ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ଯୁଦ୍ଧ ବା ମୋକଦ୍ଦମାରେ ବିଜୟୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ଉପୁଜି ଥିବା ଅସୁବିଧା ଦୂର ହେବ । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । କୋମଳଭାଷା ବ୍ୟବହାର କରି ପରକୁ ଆପଣାର କରିବେ ।
କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ଆତ୍ମସନ୍ତୋଷ ଲାଭ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ତନ୍ତ୍ର-ମନ୍ତ୍ରାଦି ଜ୍ୟୋତିଷ ବିଦ୍ୟାପ୍ରତି ରୁଚି ରହିବ ।
ମନରେ ଦେଖା ଦେଇଥିବା ଭ୍ରାନ୍ତି ଦୂର ହେବ । ପରିଶ୍ରମର ମୂଲ୍ୟ ମିଳିବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।
ଆୟ-ବ୍ୟୟ ସମାନ୍ତରାଳରେ ଗତି କରିବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ହେବେ । ଦାମ୍ପତ୍ୟ ସୁଖ ମିଳିବ ।
ମନରେ ଭକ୍ତିଭାବ ଜାଗ୍ରତ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ପ୍ରତିହିଂସା ପରାୟଣ ହେବେ । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ ।
ସ୍ମରଣ ଶକ୍ତି ହାନି ଘଟିପାରେ। ମନରେ ଅହଂଭାବ ଜାଗ୍ରତ ହେବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ମନରେ ଅହଂଭାବ ପ୍ରବେଶ କରିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ଚିନ୍ତାଧାରା ଉନ୍ନତମାନର ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments