OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 18th Nov 2021

Odia Rashiphala

Odia Rashiphala

ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ହେବ । ଶତ୍ରୁଘାତୀ ହୋଇପାରନ୍ତି । ସର୍ବଲୋକ ପୂଜ୍ୟ ହୋଇପାରନ୍ତି । ବହୁଭୋଜକ ହେବେ । ଚଞ୍ଚଳମନା, ଧନଶାଳୀ, ଲୋଭୀ ଓ ବିଚକ୍ଷଣ କାର୍ଯ୍ୟନିର୍ବାହୀ ହେବାର ସୂଚନା ମିଳୁଛି ।
ଦୁଶ୍ଚିନ୍ତା ମଧ୍ୟରେ ଗତି କରିପାରନ୍ତି । ଦେବ କାର୍ଯ୍ୟରେ ନିୟୋଜିତ ହେବେ । ଧାତୁବାଦରେ ଧନ ବ୍ୟୟ କରିପାରନ୍ତି । ବିଚିତ୍ର ବସ୍ତ୍ର ପରିଧାନରେ ମନ ବଳାଇବେ । ଛଳନାପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ ।
ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ପତିପତ୍ନୀ ପ୍ରୀତିପୂର୍ଣ୍ଣ ହେବେ । ବସ୍ତ୍ର ଓ ଧନ ସହିତ ପଷ୍ପାଭରଣ ହୋଇପାରନ୍ତି । ଖାଦ୍ୟପେୟ ସୁଖବୋଧ ହେବ । ସାମାଜିକ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ ।
କର୍ମଚଞ୍ଚଳ ରହିବେ । ଚାରାରୋପଣ ଉପରେ ଗୁରୁତ୍ୱ ଦେବେ । ଘାଟ ନିଲାମରୁ ଭଲ ଆୟ ହେବ । କୂପ ଖନନରେ ଭଲ ଆୟ କରିବେ । ସରକାରଙ୍କ କୃପାପାତ୍ର ହେବେ । ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି ।
ଭ୍ରମଣ ଲାଭଦାୟକ ହୋଇପାରେ । ସ୍ୱଧର୍ମ କ୍ରିୟାରତ ହେବେ । ମହାନ୍ ପ୍ରଭାବଶାଳୀ ହୋଇପାରନ୍ତି । ନାନା ବିଭବରେ ମଣ୍ଡିତ ହେବେ । ଅଜାତ ଶତ୍ରୁ ହେବା ଆଶା କରାଯାଏ । ଶିଳ୍ପଦ୍ୟୋଗୀ ହେବାର ସମ୍ଭାବନା ଅଛି ।
ପ୍ରିୟଭାଷୀ ହେବେ । ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ । ଉପଯୁକ୍ତ ସହଯୋଗୀ ମିଳିବେ । ଦେବ ପୂଜା ନିରତ ହେବେ । ନିତ୍ୟାନନ୍ଦ ଭୋଗ କରିବେ ।
ବନ୍ଧୁ ସୁଖ ମିଳିବ । ପତ୍ନୀ ଗୁଣବତୀ ହେବେ । ପଦାର୍ଥପ୍ରିୟ ହୋଇପାରନ୍ତି । ଧର୍ମକାର୍ଯ୍ୟ ସମ୍ପାଦିତା ଓ ବିନୀତ ହେବେ । ଜନସେବାକୁ ବ୍ରତଭାବେ ଗ୍ରହଣ କରିବେ । ବାଣିଜ୍ୟ ଲାଭପ୍ରଦ ହେବ ।
କୌଶଳରେ ଧନସଂଗ୍ରହ କରି ଧନୀ ହେବେ । ରଜତ ଧନଦ୍ୱାରା ଧନଶାଳୀ ହେବେ । ଅପାର ଗୁଣର ଅଧିକାରୀ ହେବେ । ଦୟାଳୁ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ରାଜପୂଜାଯୁକ୍ତ ହେବେ । ସର୍ବସୁଖ ମିଳିବ ।
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ପାଇବେ । ପୁତ୍ର ପ୍ରାପ୍ତିର ସୂଚନା ମିଳୁଛି । ସତ୍‌ଚରିତ୍ରଯୁକ୍ତ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ସେବାପ୍ରିୟ ଓ ମାନ-ସମ୍ମାନଯୁକ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ।
ଜଳାଶୟରୁ ଲାଭବାନ୍‌ ହେବେ । ପିତୃସେବାରୁ ଓ ଗୃହକର୍ମାଦିରୁ ସୁଖ ମିଳିବ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ଧନଶାଳୀ ହେବେ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବାର ସମ୍ଭାବନା ଅଛି ।
ଶ୍ରମ ସାର୍ଥକ ହେବ । ସତ୍ୟଯୁକ୍ତ ଓ ସୁଶୀଳ ହେବେ । ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିବା ସହିତ କୃତଜ୍ଞ ହେବେ । ସର୍ବତ୍ର ବିଜୟୀ ହେବାର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ ।
ଧୈର୍ଯ୍ୟବାନ୍‌ ହୋଇପାରନ୍ତି । ବହୁ ଉପାୟରେ ଧନ ଅର୍ଜନ କରିପାରନ୍ତି । ଉପବାସାଦିଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତା-ପିତାଙ୍କ ଆଶୀର୍ବାଦରୁ ଧନଲାଭ କରି ସୁଖୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments