OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 18th March 2021

Odia Rashiphala

Odia Rashiphala

ଧନବାନ୍ ହେବେ । ଅପାରଗୁଣର ଅଧିକାରୀ ହୋଇପାରନ୍ତି । ଉପାର୍ଜନ ଯଥେଷ୍ଟ ପରିମାଣର ହୋଇପାରେ । ବଳବାନ୍ ହେବେ । ସ୍ୱାସ୍ଥ୍ୟ ସମ୍ପଦ ଅକ୍ଷୁର୍ଣ୍ଣ ରହିବ । ରୁଚିକର ଭୋଜନ ମିଳିପାରେ । ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ ।
ଗୁଣ ପ୍ରୟୋଗରେ ଅନ୍ତରାୟ ଉପୁଜି ପାରେ । ମିତ୍ରମାନେ ସ୍ୱାର୍ଥବାଦୀ ହୋଇ କରଛଡ଼ା ଦେଇପାରନ୍ତି । ଚକ୍ଷୁରେ ସାମାନ୍ୟ ପୀଡ଼ା ଉପୁଜି ପାରେ, ଶତ୍ରୁମାନେ ପିଛା କରିପାରନ୍ତି । କ୍ରୋଧ ସମ୍ବରଣ କରି ସହିଷ୍ଣୁ ହେଲେ ସର୍ବ ଶୁଭ ହୋଇପାରେ ।
ମନ ପ୍ରସନ୍ନ ରହିବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ଉପଭୋଗ କରିପାରନ୍ତି । କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିବାରେ ପାରଙ୍ଗମ ହେବେ । ଭୋଗ ବିଳାସ କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିପାରେ ।
ସ୍ୱକର୍ମ ପାଇଁ ପ୍ରଶଂସିତ ହେବେ । ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିବେ । କୀର୍ତ୍ତି, ସ୍ୱତ୍ୱ, ସନ୍ତୋଷ ସବୁ କିଛି ମିଳିବ । ବିବିଧ ଧନର ଅଧିକାରୀ ହୋଇପାରନ୍ତି । ଉତ୍ତମ ଗୁଣର ଆଧାର ହେବେ ।
ଧନାଢ଼୍ୟ ହେବାର ସୂଚନା ମିଳୁଛି । ମହିଳାଙ୍କର ଉନ୍ନୟନ କାର୍ଯ୍ୟରେ ସାମିଲ ହୋଇ ସେମାନଙ୍କର ପ୍ରିୟ ପାତ୍ର ହୋଇପାରନ୍ତି । ପାରିବାରିକ ଓ ଦାମ୍ପତ୍ୟ ସୁଖ ମିଳିବ । ବିଚାରବନ୍ତ ହେବେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅର୍ଥାଭାବ ଦେଖା ଦେଇପାରେ । ଚୌର ଭୟ ଅଛି । ଶତ୍ରୁମାନେ ବଳବାନ୍ ହୋଇପାରନ୍ତି । ସରକାରଙ୍କ କୋପ ଦୃଷ୍ଟି ପଡ଼ି ପାରେ । ମନ ଅସ୍ଥିର ରହିବ । ଭାଗ୍ୟବାନ୍ ହେବେ । ଅସାଧୁ ଓ ଦୁଷ୍ଟଙ୍କୁ ଦମନ କରିବେ ।
ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି । ବାଣିଜ୍ୟ କାରବାର ଉତ୍ତମ ମାନର ହେବ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ସହାୟତା ମିଳିବ । ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । ସ୍ୱର୍ଣ୍ଣାଦି ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ମିଳିବ ।
ଶତ୍ରୁମାନେ ବଳବାନ୍ ଥିବାରୁ ଅତି ସତର୍କତାରେ ଚଳିବାକୁ ପଡ଼ିବ । ବନ୍ଧୁ ସହାୟତା ପାଇ ଶତ୍ରୁ ସହିତ ମୁକାବିଲା କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ଉଚ୍ଚ ସମ୍ମାନ ମିଳିବ । ପରାକ୍ରମଶାଳୀ ହୋଇପାରନ୍ତି । ବହୁଲୋକଙ୍କ ପୋଷକ ହେବା ଆଶା କରାଯାଏ ।
ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି । ଧନଶାଳୀ ହେବାର ସୂଚନା ମିଳୁଛି । ମୁକ୍ତା ପ୍ରାପ୍ତିର ସୁଯୋଗ ଅଛି । କାଷ୍ଠ, ଲୌହ, ତୃଣ, ଅଙ୍ଗାର, ପ୍ରସ୍ତର ପ୍ରଭୃତିର ବ୍ୟବସାୟ ଲାଭଜନକ ହେବ । ନିଜ ଅଞ୍ଚଳ ବ୍ୟତୀତ ଅନ୍ୟତ୍ର ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ ।
କୃଷି କ୍ଷେତରୁ ଲାଭବାନ୍ ହୋଇପାରନ୍ତି । ଯାନାବାହନ ସୁଖ ମିଳିପାରେ । ସୁଖ ଭୋଗ କରିପାରନ୍ତି । ସତ୍ୟବାଦୀ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି । ପିତୃଭକ୍ତିଯୁକ୍ତ ଓ ଭାଗ୍ୟବାନ୍ ହେବେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ ।
ବେଦ ପ୍ରଥାବଲମ୍ବି ହେବେ । ବୀରକର୍ମା ହୋଇପାରନ୍ତି । ଧାର୍ମିକ ହେବେ । ଶାନ୍ତ, ନିପୁଣ ଓ ମେଧାବୀ ହେବେ । ଜିତେନ୍ଦ୍ରୀୟ ହୋଇପାରନ୍ତି । ବିଦ୍ୱାନ୍ ଓ ଦୟାଳୁ ସ୍ୱଭାବର ହେବେ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ସଫଳତା ପାଇବେ ।
କାର୍ଯ୍ୟ ବିଳମ୍ୱିତ ହେଲେ ବି ବିବିଧ ଧନଯୁକ୍ତ ହୋଇପାରନ୍ତି । ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତଜ୍ଞ ହେବେ । ଚଞ୍ଚଳମନା ହୋଇପାରନ୍ତି । ହୃଷ୍ଟ ଚିତ୍ତ ଓ ଅତି ସୁଖୀ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ସହିଷ୍ଣୁ ହେବେ । ମନ ପ୍ରଫୁଲ୍ଲ ରହିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments