OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 17th Sep 2020

Odia Rashiphala

Odia Rashiphala

ଅଶ୍ୱିନୀ ଓ କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି କ୍ରୋଧ ସମ୍ଭରଣ କଲେ ଲୋକାଦ୍ରୁତ ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହେବେ । ସଫଳତା ପାଇଁ ଅପେକ୍ଷାରତ ହେବେ । ମିତ୍ର, ଗ୍ରାମ, ଯାନବାହନ ଆଦିରୁ ସୁଖ ମିଳିବ ।
ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିର ଅନର୍ଥ ଦେଖା ଦେଲେ ବି ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । କୃଷି କ୍ଷେତକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି । ଧନାଗମ ହେବ । ଯାନବାହନ ସୁଖ ମିଳିବ ।
ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ପରଧନରେ ଧନୀ ହୋଇପାରନ୍ତି । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବାର ଉଦ୍ୟମ ଜାରି ରହିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ମୃଗଶିରା ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଲାଭ ।
ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ସୁଖର ଅଧିକାରୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । କର୍ତ୍ତବ୍ୟନିଷ୍ଠ ହେବେ । ନୀତିରୁ ବିଚ୍ୟୁତ ହେବେ ନାହିଁ । ତ୍ୟାଗଶୀଳ ମନୋବୃତ୍ତିର ହେବେ । ପୁନର୍ବସୁ ଓ ଅଶ୍ଳେଷାର ସାମାନ୍ୟ ଫଳ ।
ମଘା ଓ ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଆଶାବାଦୀ ହେବେ । ପାରିବାରିକ ଶାନ୍ତି ମିଳିବ । ସମ୍ମାନିତ ହେବେ । ଗଠନମୂଳକ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି । ପଦୋନ୍ନତି ମିଳିପାରେ । ପୂର୍ବା ଫାଲଗୁନୀର ସାମାନ୍ୟ ଫଳ ।
ଉତ୍ତରା ଫାଲ୍‌ଗୁନୀ ଓ ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ସୁଖ ପ୍ରାପ୍ତ ହେବେ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଚିତ୍ରା ନକ୍ଷତ୍ର ବ୍ୟକ୍ତିଙ୍କ ସାମାନ୍ୟ ଶୁଭଫଳ ।
ସ୍ୱାତ ନକ୍ଷତ୍ର ଜାତ ବ୍ୟକ୍ତିଙ୍କ କାର୍ଯ୍ୟଶୈଳୀ ମନ୍ଥର ଗତିରେ ଚାଲିଲେ ବି ବହୁ ଶୁଭଫଳ ଆଶା କରାଯାଏ । ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ । ବ୍ୟବସାୟ ଲାଭଜନକ ହେବ । ଚିତ୍ରା ଓ ବିଶାଖାର ସାମାନ୍ୟ ଶୁଭ ।
ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି । ପରିଶ୍ରମର ମୂଲ୍ୟାଙ୍କନ ହେବ । ଚେଷ୍ଟା ଫଳବତୀ ହେବ । ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ । ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭ ।
ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିବାର ସୂଚନା ମିଳୁଛି । ସପରିବାର ଆନନ୍ଦ ଉତ୍ସବରେ ସମୟ ବିତାଇ ପାରନ୍ତି । ସରକାରୀ କୃପା ମିଳିପାରେ । ପୂର୍ବାଷାଢ଼ାର ସାମାନ୍ୟ ଶୁଭ ।
ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ଓ ଉତ୍ତରାଷାଢ଼ାର ନିର୍ଭରଶୀଳ ନ ହୋଇ ନିଜେ ବିବେକାନୁମୋଦିତ କାର୍ଯ୍ୟ କରିପାରନ୍ତି । ସ୍ୱାଭିମାନୀ ହେବେ । ସାମାନ୍ୟ ଅଙ୍ଗ ପୀଡ଼ା ଅନୁଭବ କରିପାରନ୍ତି । ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିର ସାମାନ୍ୟ ଶୁଭଫଳ ।
ଶତଭିଷା ନକ୍ଷତ୍ର ଜାତ ବ୍ୟକ୍ତି କର୍ମବୀର ହେବେ । ବନ୍ଧୁ ମିଳନରେ ଆଶାର ସଞ୍ଚାର ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ବ୍ୟବସାୟ ଲାଭଜନକ ହେବ । ଦୟାଳୁ ସ୍ୱଭାବର ହେବେ । ଧନିଷ୍ଠା ଓ ପୂର୍ବଭାଦ୍ରର ସାମାନ୍ୟ ଶୁଭ ।
ଉତ୍ତର ଭାଦ୍ର ନକ୍ଷତ୍ରର ବନ୍ଧୁ ମିଳନ ଘଟିପାରେ । ସୁସ୍ଥ ଓ ନିରାମୟ ରହିବେ । ବଳଶାଳୀ ହେବେ । ଶତ୍ରୁଦମନ କରି ଆଶ୍ୱସ୍ତ ହେବେ । ମାନସିକ ସ୍ତରରେ ଶାନ୍ତି ମିଳିବ । ପୂର୍ବଭାଦ୍ର ଓ ରେବତୀର ସାମାନ୍ୟ ଶୁଭ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments