OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 17th March 2022

Odia Rashiphala

Odia Rashiphala

ଅଚଳାଚଳ ସମ୍ପତ୍ତି ଲାଭର ସୂଚନା ମିଳିବ । ଶୁଦ୍ଧ ସ୍ୱଭାବର ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ ହେବ । ବନ୍ଧୁବାଧକଙ୍କ ହିତାକାଂକ୍ଷୀ ହୋଇପାରନ୍ତି । ବିଦ୍ୟାବାନ୍, ଗୁଣୀ ଓ ଚତୁର ହେବେ ।
ସମସ୍ତ ଦୁଃଖ ଦୂର ହୋଇପାରେ । କର୍ତ୍ତବ୍ୟାନ୍ୱିତ ହୋଇପାରନ୍ତି । ସନ୍ମାର୍ଗୀ ଓ ଦୟାଳୁ ସ୍ୱଭାବର ହେବେ । ଧନ-ଧାନ୍ୟଯୁକ୍ତ ହେବେ । ସଙ୍ଗୀତପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି ।
ଧୀର ବୃଦ୍ଧି ଓ ସ୍ଥିର ଚିତ୍ତଯୁକ୍ତ ହେବେ । କୃପାକର ହୋଇପାରନ୍ତି । ବେଦ-ବେଦାନ୍ତ ଶାସ୍ତ୍ର ଅଧ୍ୟୟନରତ ହୋଇପାରନ୍ତି । ସୁଶୀଳ ଚରିତ୍ରଯୁକ୍ତ ହେବେ । କୃଷି ଉପରେ ପ୍ରାଧାନ୍ୟ ଦେବେ ।
ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ରାଦି ହେତୁ ସୁଖ ଭୋଗ କରିବେ । ମାତୃ ବର୍ଗ ସହ ବିଷମ ଭାବାପନ୍ନ ହୋଇପାରନ୍ତି । ସର୍ବସୁଖ ମିଳିବ । ମାନସିକ ଅଶାନ୍ତି ଦୂର ହେବ ।
ରୋଜଗାରରେ ଉନ୍ନତି ଘଟିବ । ଅର୍ଥ ପ୍ରାପ୍ତ ହେବେ । ବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଚିନ୍ତାଧାରା ସୁଦୂରପ୍ରସାରୀ ହେବ ।
ତପ ସାଧନା ପାଇଁ ଜନଗହଳିଠାରୁ ଦୂରେଇ ରହିପାରନ୍ତି । ପଡ଼ୋଶୀଙ୍କ ସହିତ ସଦ୍‌ଭାବସମ୍ପନ୍ନ ହେବେ । ଅଯଥା ବିତର୍କରୁ ଓହରିଯାଇ ପାରନ୍ତି । ବିପଦରୁ ଉଧୁରିବା ପାଇଁ ଧନ ବ୍ୟୟ କରିବେ ।
ସମ୍ମାନର ଅଧିକାରୀ ହେବେ । ଯାନ-ବାହନ ସୁଖ ମିଳିପାରେ । ଭୋଗୀ ଓ ଗୁଣଜ୍ଞ ହେବେ । ମନ ପ୍ରସନ୍ନ ରହିବ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିୟୋଜିତ ହେବେ ।
ଧନ ପ୍ରାପ୍ତିର ସୂଚନା ମିଳୁଛି । ଗୃହ ପରିବେଶ ଉତ୍ତମମାନର ହେବ । ପ୍ରତ୍ୟେକ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ । ନିର୍ଦୋଷ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହେବେ ।
ବସ୍ତ୍ର-ଭୂଷଣ ଲାଭର ସୂଚନା ମିଳୁଛି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଆତ୍ମସନ୍ତୋଷ ଲାଭ କରିବେ । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ । ଅଧିକ କ୍ଷମତା ପାଇ ତା’ର ସଦ୍ ବ୍ୟବହାର କରିବେ ।
ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି । ରାଜପୂଜାର ଅଧିକାରୀ ହେବେ । ନୀତି, ନିୟମରେ କାର୍ଯ୍ୟ କରିବେ । ଧର୍ମାନ୍ତ୍ରିତ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ ।
ସୌଭାଗ୍ୟସମ୍ପନ୍ନ ହେବେ । କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି । ଅର୍ଜିତ ଧନ ଭୋଗ କରିବେ । ମନୋଜ୍ଞ ହୋଇପାରନ୍ତି । ଆଜି ଦିନର ସମସ୍ତ ଘଟଣା ସୁଖବୋଧ ହେବ ।
ହୃଦୟବାନ୍ ହେବେ । ସ୍ଥିର ସ୍ୱଭାବର ହୋଇପାରନ୍ତି । ଚରିତ୍ରବାନ୍ ହେବେ । କଳହମୁକ୍ତ ବ୍ୟକ୍ତିଭାବେ ସମ୍ମାନିତ ହେବେ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ଋଣ ପରିଶୋଧ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Order Odia Bhagyajyoti Calendar 2022 From OdishaShop.com

Comments

comments