![]() |
ସନ୍ତାନ ଲାଭର ସୂଚନା ମିଳୁଛି । ଅଧ୍ୟାପନାର ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହେବେ । ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ମନରେ ଉପୁଜିଥିବା ଦୁଶ୍ଚିନ୍ତା ଦୂର ହେବ । ସୁଖୀ ହେବେ । |
ଶ୍ରମ କାତର ନ ହୋଇ ପ୍ରତ୍ୟେକ କାର୍ଯ୍ୟ ନିର୍ବାହରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ । ଜଣେ ଆଦର୍ଶ କୃଷକ ଭାବେ ଚାଷୀଙ୍କ ପ୍ରେରଣାର ଉତ୍ସ ହେବେ । ସୁସ୍ଥ ଓ ନିରାମୟ ରହିବେ । ଆଦର୍ଶବାଦୀ ହେବେ । | |
ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ । ଠାକୁରଙ୍କ ଦର୍ଶନାଭିଳାଷୀ ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ସରକାରଙ୍କ କୃପାପାତ୍ର ହେବେ । ଈପ୍ସିତ ଦ୍ରବ୍ୟ ମିଳିବ । | |
ନୀତିନିଷ୍ଠ ବ୍ୟକ୍ତିଭାବେ ସର୍ବାଦ୍ରୁତ ହେବେ । ମତିମାନ୍ ହୋଇପାରନ୍ତି । ତ୍ୟାଗପୂତ ମନୋଭାବ ହୋଇପାରନ୍ତି । ବିତ୍ତବାନ୍ ହେବେ । ଅକ୍ଷୟ କୀର୍ତ୍ତି ସ୍ଥାପନ କରି ଜନପ୍ରିୟ ହେବେ । ସହିଷ୍ଣୁ ଗୁଣ ରହିବ । | |
ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ । ଆୟର ମାର୍ଗ ଉନ୍ମୁକ୍ତ ରହିଛି । ସୁସ୍ଥ ଓ ନିରାମୟ ରହିବେ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ନୂଆ ବନ୍ଧୁଙ୍କ ସହାୟତା ମିଳିବ । | |
ବିବାଦୀୟ ବିତର୍କରୁ ଓହରିଯାଇ କେବଳ ନିରବ ଦର୍ଶକ ସାଜିପାରନ୍ତି । ଭାଷା ଓ ଉତ୍ତମ ବ୍ୟବହାର ଯୋଗୁଁ ପରକୁ ଆପଣାର କରିବେ । ଅତିଥି, ପରାୟଣ ହେବେ । ଅଧିକ ବ୍ୟୟର ସମ୍ମୁଖୀନ ହେବେ । | |
ଆଧ୍ୟାତ୍ମବାଦୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଶ୍ରୀଗୁରୁଙ୍କ ସେବାରେ ଓ ତାଙ୍କ ନିର୍ଦେଶରେ କାର୍ଯ୍ୟ ସମ୍ପାଦନ କରିବେ । ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ । | |
ଶ୍ରମଜୀବୀ ହୋଇ ଶୀଳଧନ ଅର୍ଜନ କରିବାରେ ସିଦ୍ଧହସ୍ତ ହେବେ । ପରିବାରର ଜଣେ ମର୍ଯ୍ୟାଦାସମ୍ପନ୍ନ ବ୍ୟକ୍ତିଭାବେ ପରିଗଣିତ ହେବେ । ଦୀନଦୟାଳୁ ପରୋପକାରକୁ ବ୍ରତଭାବେ ଆଦରିବେ । | |
କ୍ଷମତାର ସଦ୍ ବ୍ୟବହାର କରି ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି । ବିବାଦୀୟ ଘଟଣାରେ ଆପୋଷ ସମାଧାନ ଉପରେ ଗୁରୁତ୍ୱ ଦେବେ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । | |
ଧୈର୍ଯ୍ୟର ସହ ଉପୁଜିଥିବା ଅସୁବିଧାରୁ ଉଧୁରିବାକୁ ଉଦ୍ୟମ ଜାରି ରଖିବାକୁ ପଡ଼ିବ । ଅସୁସ୍ଥ ଥାଇ ମଧ୍ୟ କର୍ମତତ୍ପର ହେବେ । ଅହଂର ବିସର୍ଜନ ଦେବାକୁ ପଡ଼ିବ । ସାରାଦିନ ସତର୍କ ରହିବେ । | |
କୃଚ୍ଛ୍ୱ ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି । ଧୀ ଶକ୍ତି ସମ୍ପନ୍ନ ହେବେ । ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ଆତ୍ମତୃପ୍ତି ଲାଭ କରିବେ । ବନ୍ଧୁବତ୍ସଳ ହେବେ । ଆଭା, ପ୍ରଭା, ପ୍ରତିଭାସମ୍ପନ୍ନ ହେବେ । | |
ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ । ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି । ସଦ୍ଗୁଣ ସମ୍ପନ୍ନ ହେବେ । ଯଥାସାଧ୍ୟ ଉଦ୍ୟମ ବଳରେ ଋଣ ମୁକ୍ତ ହେବେ । ଦିନଟି ମଙ୍ଗଳମୟ ହେବ । |
Odia Calendar 2022
Comments
comments