OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 16th January 2020

Odia Rashiphala

Odia Rashiphala

ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ପଡ଼ିବ । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ବଳଶାଳୀ ହେବେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ ।
ଆର୍ଥିକ ପରିସ୍ଥିତି ଉପରେ ଚିନ୍ତା କଲାବେଳକୁ ଆକସ୍ମିକ ଧନଲାଭ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ ।
ବାଦ-ବିବାଦରେ ବିଜୟୀ ହେବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷିକର୍ମକାରୀ ହୋଇପାରନ୍ତି । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।
ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରିବେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିପାରେ ।
କାର୍ଯ୍ୟ ହାସଲ କରିବାକୁ ହେଲେ ପ୍ରତୀକ୍ଷା କରିବାକୁ ପଡ଼ିବ । ପରମଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବେ । ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବଳଶାଳୀ ହୋଇପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ରଣାଙ୍ଗନରେ ପାରଙ୍ଗମ ହେବେ । ମୋକଦ୍ଦମାରେ ବିଜୟୀ ହେବେ । ସରକାରୀ ଅର୍ଥ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖୀ ହେବେ ।
ପ୍ରତାରଣାର ଶିକାର ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁର ସମ୍ଭାଷଣରେ ଅଧସ୍ତନମାନଙ୍କ ମନ ଦେବେ ଓ କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ସାହସୀ ଓ ଜ୍ଞାନୀ ହେବେ ।
ଧନ-ଦ୍ରବ୍ୟ ଲାଭର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ କିମ୍ୱା ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥ ମିଳିବ ।
କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।
ଲୋକ ସଂପର୍କ ବୃଦ୍ଧି ପାଇବ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ମଜ୍ଜି ପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମ, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ, ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ସୁଖ ମିଳିବ ।
ଶୁଦ୍ଧ କାର୍ଯ୍ୟ କରୁଥିବା ବ୍ୟକ୍ତି ଉପରେ ଈର୍ଷାଜାତ ହୋଇପାରେ । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଜଳଯାତ୍ରା ନ କରିବା ଭଲ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ଆନନ୍ଦ-ଉତ୍ସବରେ ଭାଗ ନେଇ ଖୁସି ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ମନରେ ଅହଂଭାବ ଜାଗ୍ରତ ହେବ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments