OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 15th April 2021

Odia Rashiphala

Odia Rashiphala

ନୀତିରୁ ବିଚ୍ୟୁତ ହେବେ ନାହିଁ । ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ଚଞ୍ଚଳମନା ହୋଇପାରନ୍ତି । ଅତିସୁଖୀ ହେବେ । କୀର୍ତ୍ତିମାନ୍ ହେବା ଆଶା କରାଯାଏ । ସହିଷ୍ଣୁ ହୋଇପାରନ୍ତି ।
ଦୃଢ଼ମନା ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଶୌର୍ଯ୍ୟଶାଳୀ ହେବେ । କ୍ଳେଶରେ ସହନଶୀଳ ହୋଇପାରନ୍ତି । ଶତ୍ରୁହନ୍ତା ହେବେ । ବିଚକ୍ଷଣ ବୁଦ୍ଧିଯୁକ୍ତ ହୋଇପାରନ୍ତି । ଧନ ସଞ୍ଚୟ କରି ଉତ୍‌ଫୁଲ୍ଲିତ ହେବେ । ରୁଚିକର ଭୋଜନ ମିଳିବ ।
ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିବା ଆପଣଙ୍କ ପକ୍ଷେ ଭଲ ହେବ । ଭ୍ରାତୃ ସ୍ନେହ ଅତୁଟ ରହିବ । ଚକ୍ଷୁରେ ସାମାନ୍ୟ ଓ ସାମୟିକ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଉଚ୍ଚାସନରେ ଆସୀନ ହେବେ ।
ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ । ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ନିଧି ବୃଦ୍ଧି ହେବ । କୁଳ ପ୍ରଧାନ ହୋଇପାରନ୍ତି ।
ଗୃହରେ ରାଜପ୍ରସାଦ ସୁଖ ମିଳିପାରେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ନବସ୍ତ୍ର ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ କୃପା ଲାଭ କରିପାରନ୍ତି । ବହୁବିଧ ଧନର ଅଧିକାରୀ ହେବେ । ଗୁଣଜ୍ଞ ହୋଇପାରନ୍ତି । କୀର୍ତ୍ତିମାନ୍ ହେବେ । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ ।
କାର୍ଯ୍ୟରେ ସଫଳତା ମିଳିବ । କ୍ଷମତାଶୀଳ ହେବେ । ଜନ କଲ୍ୟାଣରେ କ୍ଷମତାର ସଦୁପଯୋଗ କରି ପ୍ରଶଂସାର ପାତ୍ର ହେବେ । ପ୍ରତିଯୋଗିତାରେ ବିଜୟୀ ହେବେ । ଧାର୍ମିକ ପ୍ରବଣ ହୋଇପାରନ୍ତି । ଶତ୍ରୁ ବଂଶୀୟ କନ୍ୟାର ପାଣି ଗ୍ରହଣ କରିପାରନ୍ତି ।
କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ପରୋପକାରୀ ହେବେ । ବିବିଧ ପ୍ରକାରର ଧନଲାଭର ସୂଚନା ମିଳୁଛି । ସାହାଯ୍ୟକାରୀ ସହାୟତାରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିପାରନ୍ତି ।
ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସୁସ୍ୱାଦୁ ଭୋଜନ ପାଇ ଆନନ୍ଦ ଉପଭୋଗ କରିପାରନ୍ତି । ବ୍ୟବସାୟରେ ଲାଭବାନ୍ ହେବେ ।
ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ବିଶୁଦ୍ଧ ଭାଷୀ ହେବେ । ଧନଶାଳୀ ହୋଇପାରନ୍ତି । ସାହସୀ ହେବେ । କୁଶଳୀ ହେବେ । ବାଞ୍ଛିତ କାର୍ଯ୍ୟ କରିପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ । ସୁସ୍ଥ ରହିବେ । ଶତ୍ରୁହନ୍ତା ହୋଇପାରନ୍ତି ।
ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ । ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ସାହସୀ ହେବେ ।
ଶାସ୍ତ୍ରପଟୁ ହେବେ । ରାଜବଂଶ ପୂଜିତ ହୋଇପାରନ୍ତି । ସତ୍ୟବାଦୀ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ପ୍ରିୟଭାଷୀ ହୋଇପାରନ୍ତି । ଧନ ଓ ଯାନବାହନ ସୁଖଭୋଗ କରିବେ । ଅନୁଚରଯୁକ୍ତ ହୋଇପାରନ୍ତି । ମୂଲ୍ୟବାନ୍ ପରାମର୍ଶ ଦେବେ ।
ଶାନ୍ତ ଓ ନିପୁଣ ହେବେ । ମେଧାବୀ ହୋଇପାରନ୍ତି । ଜିତେନ୍ଦ୍ରୀୟ ହେବେ । ବିଦ୍ୱାନ୍ ହୋଇପାରନ୍ତି । ଦୟାଳୁ ସ୍ୱଭାବର ହେବେ । ସକଳଗୁଣର ଆଧାର ହୋଇପାରନ୍ତି । ସୁଖ ଭୋଗ କରିବେ । କାବ୍ୟଶାସ୍ତ୍ରନୁରକ୍ତ ହେବେ । ସବୁକ୍ଷେତ୍ରରେ ବିଜୟୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments