OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 14th Oct 2021

Odia Rashiphala

Odia Rashiphala

ସୁଖ-ସମ୍ମାନ ଲାଭ କରିପାରନ୍ତି । କୁଳପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ବିଦ୍ୟା ଅର୍ଜନ କରିବେ । ନୀତିନିଷ୍ଠଭାବେ ଶ୍ରେଷ୍ଠ ଆସନରେ ଆସୀନ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ବିତାଇବେ ।
ସଦ୍‌ଭାବନାର ସହ ସାମାଜକି ସ୍ଥିତିକୁ ଉଜ୍ଜ୍ୱଳମୟ କରିପାରନ୍ତି । ଭାଗ୍ୟଶାଳୀ ହେବେ । କ୍ରୋଧହୀନ ହେବେ । ଜ୍ଞାନ-ଗରିମାଯୁକ୍ତ ହେବେ । ପ୍ରଭାବଶାଳୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଅସୁସ୍ଥତା ଅନୁଭବ କରିପାରନ୍ତି । ଆଳସ୍ୟ ପରାୟଣ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଚୋର ଭୟ ଅଛି । ଜଳଯାତ୍ରା ନକରିବା ଭଲ । ସତର୍କରେ ଚଳିବାକୁ ପଡ଼ିବ ।
ସମ୍ବର୍ଦ୍ଧିତ ହୋଇପାରନ୍ତି । ସୁରେନ୍ଦ୍ର ପୂଜ୍ୟ ହେବେ । ଜିତେନ୍ଦ୍ରିୟ ହୋଇପାରନ୍ତି । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।
ଅନାବଶ୍ୟକ ବ୍ୟୟ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । କିଛି ଶୁଭଫଳ ମିଳିପାରେ ।
ମତିମାନ୍ ହେବେ । ଶ୍ରେଷ୍ଠ କବିଭାବେ ଖ୍ୟାତି ଅର୍ଜନ କରିବେ । ଶତ୍ରୁକୁ ପରାଜିତ କରି ସୁଖକର ନିମଗ୍ନ ହେବେ । ହଠାତ୍ କିଛି ଅର୍ଥ ମିଳିବ । ବ୍ୟବସାୟରୁ ପ୍ରଚୁର ଅର୍ଥ ପାଇ ଖୁସି ହେବେ । ସୁକର୍ମା ହେବେ।
ଚରିତ୍ରବାନ୍ ହେବେ । ସୁସ୍ଥ ଓ ନିରାମୟ ରହିବେ । ନୀତିନିଷ୍ଠ ହୋଇପାରନ୍ତି । ରାଜପୂଜା ମିଳିପାରେ । ଉତ୍ତମ ବନ୍ଧୁଙ୍କ ସାନିଧ୍ୟ ମିଳିବ । ସତ୍‌ସଙ୍ଗୀ ହୋଇପାରନ୍ତି । ଆଦର୍ଶ ବ୍ୟକ୍ତିତ୍ୱଯୁକ୍ତ ହୋଇପାରନ୍ତି ।
ମାନ୍ୟତାପ୍ରାପ୍ତ ହେବେ । ଶତ୍ରୁ ଦମନ ଶକ୍ତିସମ୍ପନ୍ନ ହୋଇପାରନ୍ତି । ଈଶ୍ୱର ବିଶ୍ୱାସୀ ହୋଇପାରନ୍ତି । କର୍ମକ୍ଷେତ୍ରରେ ପ୍ରଭୂତା ପ୍ରତିପାଦନ କରିବେ । ଈଶ୍ୱର ବିଶ୍ୱାସୀ ହେବେ । ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହେବେ ।
ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ସୁସ୍ଥ ଓ ନିରାମୟ ରହିବେ । ବିନୀତ ସ୍ୱଭାବ ସମ୍ପନ୍ନ ହେବେ । ବିଶେଷ ଜ୍ଞାନର ଅଧିକାରୀ ହେବେ । ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ସୁସ୍ୱାଦୁ ଭୋଜନ ମିଳିବ । ଆୟ ଭଲ ରହିବ ।
ବିଳାସ-ବ୍ୟସନଠାରୁ ଦୂରେଇ ରହିପାରନ୍ତି । କର୍ମଚଞ୍ଚଳ ରହିବେ । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଶାନ୍ତି ଅନୁଭବ କରିବେ । ପରୋପକାର ଓ ସମାଜସେବାରେ ନିଜକୁ ନିୟୋଜିତ କରିବେ ।
ଶାସ୍ତ୍ର ବିଶାରଦ ହେବେ । ଋଣ କର୍ମରେ ଦକ୍ଷତା ପ୍ରତିପାଦନ କରିବେ । ଯଶସ୍ୱୀ ହେବେ । ସୁସ୍ଥ ଓ ନିରାମୟ ରହିବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବାର ସମ୍ଭାବନା ଅଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments