![]() |
କୁଳ ପ୍ରଦୀପ ହୋଇପାରନ୍ତି । ଜଣେ ସମ୍ମାନିତ ବ୍ୟକ୍ତି ନିଜର ପରିଚୟ ସୃଷ୍ଟି କରିବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । |
ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
କାର୍ଯ୍ୟରେ ସଫଳତା ଲାଭ କରିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ମନା । | |
ନିଜ ଶକ୍ତି ବଳରେ କାର୍ଯ୍ୟ କରି ଚାଲିବେ । ବନ୍ଧୁ ସହାୟତା ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । ଜଣେ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଶାନ୍ତ ଓ ଧର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀ ପରାମର୍ଶଦାତା ହେବେ । | |
ସାନଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଅବଶିଷ୍ଟ ଶାରୀରିକ ସୁସ୍ଥତା ଅନୁଭବ କରିପାରନ୍ତି । ଶାରୀରିକ ଶକ୍ତି ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବେ । | |
କ୍ରୋଧ ସମ୍ବରଣରେ ବହୁଶୁଭଫଳ ପାଇପାରନ୍ତି । ଖୁବ୍ ଶୀଘ୍ର ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । | |
ଉଦାର ସ୍ୱଭାବର ହୋଇପାରନ୍ତି । ଦାନ ଧର୍ମ ଉପରେ ଗୁରୁତ୍ୱ ଦେବେ । ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କୃଷିକାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ । ବୁଦ୍ଧିମାନ୍ ଓ କୀର୍ତ୍ତିମାନ୍ ହେବେ । | |
ମନ ପ୍ରସନ୍ନ ରହିବ । ଆସ୍ତିକ ପ୍ରକୃତିର ହେବେ । ମଧୁରଭାଷୀ, ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ପାଇବେ । ପୂଜାର୍ଚ୍ଚନାରେ ମନ ଦେବେ । ଧାର୍ମିକ, ବନ୍ଧୁ ପ୍ରେମୀ ଓ ବିଦ୍ୱାନ୍ ହୋଇପାରନ୍ତି । | |
ମନ ପ୍ରଫୁଲ୍ଲ ରହିବ । ଭାଗ୍ୟଶାଳୀ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବେ । ଉଦାର ସ୍ୱଭାବ ଓ ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିବେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ସାମାଜିକ ସ୍ତରରେ ଆଦରଣୀୟ ହେବେ । | |
କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇ ପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । | |
ବିଭିନ୍ନ ସ୍ତରରେ ସମ୍ମାନିତ ହେବା ଆଶା କରାଯାଏ । ଚଞ୍ଚଳମନା ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବେ । ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । | |
ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳମନା ହେବେ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ସନ୍ତାନମାନେ ଗୁଣବାନ ହେବେ । |
Odia Calendar 2019
Comments
comments