OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 13th June 2019

Odia Rashiphala

Odia Rashiphala

ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳ ଉପୁଜି ପାରେ । ବନ୍ଧୁ ମିଳନରେ ସମାଧାନର ସୂତ୍ର ବାହାରିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଇଙ୍ଗିତରେ ଚଳିବେ ।
ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଅଜାତଶତ୍ରୁ ହୋଇପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି । ବଳିଷ୍ଠ ହେବେ । ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହୋଇପାରନ୍ତି ।
ପରିବେଶ ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିପାରେ ।
ଅଜାଣତରେ କ୍ଷତି ସହିପାରନ୍ତି । ଉଦାର ପ୍ରକୃତିର ହେବେ । ଦାନଶୀଳ ହେବା ଆଶା କରାଯାଏ । ଜଣେ ବ୍ୟକ୍ତିବିଶେଷ ଭାବେ ସାମାଜିକ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବେ । କୃଷି କର୍ମକାରୀ ହେବେ ।
ସତର୍କ ନ ରହିଲେ କାର୍ଯ୍ୟରେ ପ୍ରମାଦ ଘଟିବ । ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ। ଧର୍ମ-ଧାରଣାରେ ରହି ଶୁଭ କାର୍ଯ୍ୟ କରିପାରନ୍ତି । ମଧୁରଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଭାଇଙ୍କ ଠାରୁ ଆଦର, ସମ୍ମାନ ମିଳିବ ।
ଷଢ଼ଯନ୍ତ୍ରରୁ ଉଧୁରି ଯିବେ । ଉଚ୍ଚଆଶା ଫଳବତୀ ହେବ । ସୌଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ସ୍ତ୍ରୀ ବିଳାସୀ ହେବେ । ମିତ୍ର ସୁଖ ମିଳିପାରେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ସରକାରୀ କୃପା ଲାଭ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମକଦ୍ଦମାରେ ବିଜୟୀ ହୋଇ ଧନଲାଭ କରିବେ । ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହେବେ ।
ବିଳାସ ଦ୍ରବ୍ୟ ମିଳିପାରେ । ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ମିଷ୍ଟଭାଷୀ ହେବେ । ଧାର୍ମିକ ପ୍ରବୃତ୍ତିର ହେବେ । ସାହସୀ ଓ ଜ୍ଞାନଗରିମାମୟ ହେବେ ।
ବ୍ୟବସାୟରେ ଅଗ୍ର ଗତି ଘଟିବ। ଧନପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ସନ୍ତାନମାନେ ଗୁଣୀ ଓ ସମ୍ପତ୍ତିବାନ ହେବେ ।
ମାନସିକ ଶାନ୍ତି ହରାଇ ପାରନ୍ତି । ପରୋପକାରୀ ହେବେ । କୁଳଦୀପକ ହୋଇପାରନ୍ତି । ମନ ସର୍ବଦା ପ୍ରସନ୍ନ ରହିବେ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରି ଖୁସି ହେବେ ।
ବିବାଦରେ ବିଜୟୀ ହେବେ । ଈଶ୍ୱର ନିଷ୍ଠା ଆପଣଙ୍କୁ ମହାନ୍ କରିପାରେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ ସାହସୀ ଓ ସମ୍ପତ୍ତିବାନ୍ ହେବେ ।
ବ୍ୟବସାୟ କ୍ଷେତ୍ରରେ ଲାଭ ଆଶାରେ କର୍ମ ତତ୍ପର ହୋଇ ପାରନ୍ତି । ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ପରଶ୍ରୀ କାତର ହୋଇପାରନ୍ତି । ସ୍ୱାଭମାନୀ ହେବେ । ସର୍ଦି ଓ କଫରେ ପୀଡ଼ିତ ହୋଇପାରନ୍ତି । ଉଚ୍ଚସ୍ଥାନ ଆରୋହଣ ଓ ଜଳ ଯାତ୍ରା ନିଷେଧ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments