![]() |
ଶତ୍ରୁ ଯେତେ ବଳବାନ୍ ହେଉ ନା କାହିଁକି ତାକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଉତ୍ତମ ଖବର ପାଇ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଋଣ ପରିଶୋଧ କରିବେ । |
ପଢ଼ା ପଢ଼ିରେ ମନୋନିବେଶ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଉତ୍ଫୁଲ୍ଲିତ ହେବେ । ଦିନଟି ଭିତରେ ମଧ୍ୟମ ଧରଣର ଫଳ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଜନପ୍ରିୟ ଓ ସନ୍ମାର୍ଗୀ ହେବେ । | |
କଳହଠାରୁ ନିଜକୁ ମୁକ୍ତ ରଖି ପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଶ୍ରମ ଯେତେ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ବହୁମିତ୍ର ବ୍ୟକ୍ତିଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ସର୍ବଦା ସତ୍ପଥଗାମୀ ହୋଇପାରନ୍ତି । | |
ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଆର୍ଥିକ ସ୍ଥିତରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତିର ମାତ୍ରା କମିବ । ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି । | |
ପରୋପକାରୀ ହେବେ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । ଚିତ୍ତ ସନ୍ତୁଷ୍ଟ ହେବ । ଅତି ସୁଖୀ ହୋଇପାରନ୍ତି । କୀର୍ତ୍ତିମାନ ହେବେ । ସହିଷ୍ଣୁ ମୌମ୍ୟ ମୂର୍ତ୍ତି ସମ୍ପନ୍ନ ହୋଇପାରନ୍ତି । | |
ବହୁ ଶୁଭଫଳ ଆଶାକରାଯାଏ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । ରାଜଧନ ମିଳିବ । | |
ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟରେ ବାଧା-ବିଘ୍ନ ଉପୁଜି ପାରେ । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱଳ୍ପ ଅର୍ଥ ମିଳିବ । | |
ହାତରୁ ଖସି ଯାଇଥିବା କାର୍ଯ୍ୟକୁ ପୁଣି କରାୟତ୍ତ କରିପାରନ୍ତି । ଆୟ ଆଶାନୁରୂପ ହେବ । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍କର୍ମରେ ନିୟୋଜିତ ହେବେ । ଅର୍ଥ ପ୍ରାପ୍ତର ସୁଯୋଗ ଅଛି । | |
ଯାହା ଇଚ୍ଛା କରିବେ; ତାହା ପାଇପାରନ୍ତି । କର୍ତ୍ତବ୍ୟନିଷ୍ଠ ହେବେ । ଶୁଭ ଖବରରେ ମନ ଉଲ୍ଲସିତ ହୋଇପାରେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତି ଅଧିକ ମଜଭୁତ ହେବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । | |
ସେବା-ପୂଜାକୁ ଆଦରି ନେଇପାରନ୍ତି । କ୍ଷମତାରେ ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଶ୍ରବଣ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆନନ୍ଦ ଉଲ୍ଲାସରେ ଦିନ ବିତାଇବେ । | |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଯାନବାହନ ଚଳାଚଳ, ଉଚ୍ଛସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ରହିବାକୁ ପଡ଼ିବ । ସ୍ୱାଭିମାନୀ ହେବେ । ସ୍ୱଳ୍ପ ଆୟ ହୋଇପାରେ । | |
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ଆସିପାରେ । ମିତ୍ର ମାନଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସୁଭୋଜନ ପାଇ ଆନନ୍ଦ ଉପଭୋଗ କରିବେ । |
Odia Calendar 2019
Comments
comments