OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 13th Aug 2020

Odia Rashiphala

Odia Rashiphala

କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବିଳମ୍ୱିତ ହୋଇପାରେ । ଧନାଗମର ସୁଯୋଗ ଅଛି । ଉତ୍ତମ ଗୁଣର ଅଧିକାରୀ ହୋଇପାରନ୍ତି । ନୀତିଯୁକ୍ତ ଓ ବିନୀତ ଚରିତ୍ରର ହେବେ । ଚତୁର ହେବେ । ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହେବେ ।
ଚିନ୍ତାଧାରା ଉନ୍ନତମାନର ହେବ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟି ପାରନ୍ତି । ସ୍ୱାଧୀନ ଚେତା ହୋଇପାରନ୍ତି ।
କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ପ୍ରତାରିତ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନେଇ ନିରବ ଦର୍ଶକ ସାଜି ପାରନ୍ତି । ଶୁଭ କାର୍ଯ୍ୟରେ ଅଧିକ ବ୍ୟୟ କରିବେ । ନିଜ ଆଖିର ଯତ୍ନ ନେବାକୁ ପଡ଼ିବ । ମିଷ୍ଟଭାଷୀ ଭାବେ ଜନାଦୃତ ହେବେ ।
ଧର୍ମାନୁଷ୍ଠାନରେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥପ୍ରାପ୍ତିର ସୁଯୋଗ ଅଛି ।
ଶୁଭ ଖବର ପାଇ ଭାବ ବିହ୍ୱଳ ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ବ୍ୟବସାୟରୁ ଭଲ ଲାଭ ମିଳିବ ।
ଆଜି ଦିନଟି ବିଶ୍ରାମ ଗ୍ରହଣ କରିବା ଆପଣଙ୍କ ପକ୍ଷେ ଲାଭ ହେବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କଳକୌଶଳ ପ୍ରୟୋଗ କରି ଅଧିକ କ୍ଷମତା ହାସଲ କରିବେ ଓ ତା’ର ସଦ୍‌ବ୍ୟବହାର କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ ।
ମନ ସ୍କାମନା ପୂର୍ଣ୍ଣ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ । ଅର୍ଥ ଟାଣଟୁଣ ରହିବ । ଶତ୍ରୁ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ଘଟିବ ନାହିଁ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ, ଜଳଯାତ୍ରା ମନା ।
ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ । ସୁଖକର ଘଟଣାମାନ ଘଟିପାରେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆନନ୍ଦ ଉପଭୋଗ କରିବେ ।
ସ୍ଥାନ ପରିବର୍ତ୍ତନ ଘଟିପାରେ । ଅଧିକ ଦାୟିତ୍ୱ ବହନ କରିପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଖୁସି ହେବେ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ସାରାଦିନ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ଆଲାଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ଶ୍ରମ ସାର୍ଥକ ହେବ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । ବିଦ୍ୟାଭ୍ୟାସୀ ହେବେ । ବିଶାଳ ଯଶର ଅଧିକାରୀ ହେବେ । ସୁଖୀ ହେବେ ।
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ଅନୁକୂଳ ରହିଛି । ଠାକୁରଙ୍କ ଦର୍ଶନ ଲାଭ କରି ଆତ୍ମତୃପ୍ତି ଲାଭ କରିବେ । ସରକାରୀ ସ୍ତରରୁ ଲାଭ ଉଠାଇବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments