OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 12th March 2020

Odia Rashiphala

Odia Rashiphala

ମିତ୍ର ଲାଭର ସୂଚନା ମିଳୁଛି । ନିର୍ଭୀକ ଭାବେ କାର୍ଯ୍ୟ କରି ଚାଲିବେ । ମନୋବାଞ୍ଛା ପୂରଣ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ଘରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଉନ୍ନତିକର କାର୍ଯ୍ୟରେ ନିୟୋଜିତ କରିପାରନ୍ତି । ସୁଖୀ ହେବେ ।
ଶତ୍ରୁଦମନରେ ସଫଳ ହେବେ । ସର୍ବସୁଖ ମିଳିପାରେ । ନୀତିବାଦୀ ଓ ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖୀ ହେବେ । ମନ୍ତ୍ରଣାଦାତା ହେବେ ।
ବୁଝି-ବିଚାରି କାର୍ଯ୍ୟ କରିବାକୁ ପଡ଼ିବ । ପରଚର୍ଚ୍ଚାରୁ ବିରତ ହେବା ଉଚିତ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ନୃତ୍ୟସଙ୍ଗୀତ ପ୍ରିୟ ହୋଇପାରନ୍ତି । ସତ୍ୟାନୁରାଗୀ ହେବେ ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଆତ୍ମତୃପ୍ତି ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି । ବିଶେଷ ଲାଭବାନ୍ ହେବେ । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ଠିକ୍ ରହିବ ।
ଆର୍ଥିକ ସମସ୍ୟା ଯୋଗୁଁ ଅର୍ନ୍ତଦ୍ୱନ୍ଦ୍ୱ ଉପୁଜି ପାରେ । ଉଚ୍ଚ ଆଶା ଫଳବତୀ ହେବ । ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସକଳଗୁଣର ଆଧାର ହୋଇପାରନ୍ତି । କାବ୍ୟ ଶାସ୍ତ୍ରାନୁରକ୍ତ ଓ ସୁଖୀ ହେବେ ।
ଦିନଟି ଆନନ୍ଦଦାୟକ ହେବ । ଆଦର ମିଳିବ । ସମ୍ମାନିତ ଓ ତ୍ୟାଗଶୀଳ ହେବେ । ନୀତିଜ୍ଞ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ଚଞ୍ଚଳମନା ହୋଇ ପ୍ରତ୍ୟେକ କାର୍ଯ୍ୟ ଶ୍ରୀଘ୍ର ଶେଷ କରିବେ । ସୁଖୀ ଓ କୀର୍ତ୍ତିମାନ୍ ହେବେ । ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ ।
ସାହାଯ୍ୟ ପାଇବା ସହିତ ସମ୍ମାନିତ ହେବେ । ଅଧିକ ରୋଜଗାରକ୍ଷମ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ମହତ ହେବ ।
ଖର୍ଚ୍ଚାନ୍ତ ଯୋଗ ଅଛି । ବହୁପୋଷକ ହେବେ । ଯାନବାହନଯୁକ୍ତ ହୋଇପାରନ୍ତି । ରାଜପୂଜିତ ଓ ପରାକ୍ରମଶାଳୀ ହେବେ । ବିବାଦୀୟ ବିତର୍କ ଶୁଣିବେ; ମାତ୍ର ଭାଗ ନେବେ ନାହିଁ । ସକଳଗୁଣଯୁକ୍ତ ଓ ସୁଖୀ ହେବେ ।
ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଆୟ ପରିମାଣ ବୃଦ୍ଧି ପାଇବ । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ଚିନ୍ତାଧାରା ବିକାଶୋନ୍ନୁଖୀ ହେବ । ସନ୍ମାର୍ଗୀ ହେବେ । ସରକାରୀ କୃପା ଲାଭ କରିବେ ।
ଶ୍ରମ ସାର୍ଥକ ହେବ । ଆନନ୍ଦ, ଉତ୍ସବ ଲାଗି ରହିବ । ଧୈର୍ଯ୍ୟବାନ୍ ହେବେ । ମନ ପ୍ରସନ୍ନ ରହିବ । ସୁଖ-ଶାନ୍ତି ପାଇଁ ପୂଜାର୍ଚ୍ଚନା କରିପାରନ୍ତି । ସରକାରୀ ଅର୍ଥ ମିଳିପାରେ । କୀର୍ତ୍ତି, ସନ୍ତୋଷ ଓ ବହୁବିଧ ଧନ ମିଳିବ ।
ମିଳିଥିବା ସୁଯୋଗକୁ ହାତ ଛଡ଼ା କରିବେ ନାହିଁ । ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ହେବ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଭାଗ୍ୟୋନ୍ନତି ଘଟିବ ।
ସୁଯୋଗକୁ କରାୟତ୍ତ କରିବାକୁ ପଡ଼ିବ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସାମାନ୍ୟ ଶାରୀରିକ କ୍ଲେଶ ଭୋଗ କରିପାରନ୍ତି । ସ୍ୱାଭିମାନୀ ହେବେ। ଉଚ୍ଚସ୍ଥାନ ଆରୋହଣ ଓ ଯାନବାହନରେ ସତର୍କ ରହିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments