![]() |
ଅଶ୍ୱିନୀ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିର କର୍ମକ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିବ । ସ୍ୱାସ୍ଥ୍ୟ ଭଲ ରହିବ । ଆତ୍ମୀୟମାନଙ୍କ ସହିତ ବିବାଦ ଦେଖା ଦେବ । ବ୍ୟବସାୟ ଲାଭଜନକ ହେବ । ଦ୍ୱିଜା ନକ୍ଷତ୍ରର ସାମାନ୍ୟ ଶୁଭ । |
![]() |
ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିମାନେ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିବ । କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ରୋହଣୀ ଓ କୃର୍ତ୍ତିକା ନକ୍ଷତ୍ର ଜାତବ୍ୟକ୍ତିର ଚିନ୍ତା ବୃଦ୍ଧି ହୋଇପାରେ । |
![]() |
ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି ଜନହିତକର କାର୍ଯ୍ୟ କରି ପ୍ରଶଂସିତ ହେବେ । କର୍ମକ୍ଷେତ୍ର ଆପଣଙ୍କୁ ଉଚ୍ଚାସନ ଦେଇପାରେ । ପରିବାରରେ ଦେଖା ଦେଇଥିବା ବିବାଦର ସୁସମାଧାନ ହୋଇପାରେ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବେ । ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭ । |
![]() |
ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ସୁସ୍ଥ ଓ ନିରାମୟ ରହିବେ । ଧନପ୍ରାପ୍ତ ହୋଇପାରନ୍ତି । ବନ୍ଧୁ ମିଳନ ଘଟିପାରେ । ବ୍ୟବସାୟ ନୂତନ ଢ଼ାଞ୍ଚାରେ ପରିବର୍ତ୍ତନ କରିବେ । କର୍ମକ୍ଷେତ୍ରରେ ଶାନ୍ତି ମିଳିବ । ପୁନର୍ବସୁ ଓ ଅଶ୍ଳେଷାର ସାମାନ୍ୟ ଶୁଭ । |
![]() |
ମଘା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ । ହଜିଥିବା ଦ୍ରବ୍ୟ ଖୋଜିଲେ ପାଇବେ । ପାରବାରିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ପୂର୍ବା ଫାଲ୍ଗୁନୀର ସାମାନ୍ୟ ଶୁଭ । |
![]() |
ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ମିଳିବ । ପୁତ୍ର ବା ପୁତ୍ରବତ୍ ଧନ ରତ୍ନ ପ୍ରାପ୍ତ ହୋଇପାରନ୍ତି । ଉତ୍ତମ ମିତ୍ରଙ୍କ ସହଯୋଗ ମିଳିବ । ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ଆଶାବାଦୀ ହୋଇପାରନ୍ତି । |
![]() |
ଚିତ୍ରା ଓ ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତିର ବ୍ୟବସାୟ ଲାଭଜନକ ହେବ । କୃଷିକ୍ଷେତ୍ରରୁ ଭଲ ଆୟ କରିବେ । ବହୁ କାର୍ଯ୍ୟରେ ସଫଳତା ମିଳିବ । ଯାନ ବାହନ ସୁଖ ମିଳିପାରେ । ବିଶାଖା ନକ୍ଷତ୍ର ଜାତବ୍ୟକ୍ତି ଆଶାବାଦୀ ହେବେ । |
![]() |
ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ପାରିବାରିକ ଜୀବନ ସୁଖମୟ ହେବ । ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ସମଫଳ ପାଇବେ । |
![]() |
ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ବିଦେଶ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ପୂର୍ବାଷାଢ଼ାର ସମଫଳ । |
![]() |
ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିର ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ପଦନ୍ନୋତି ଘଟିପାରେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଶାନ୍ତି ମିଳିବ । ଜଳାଶୟ ନିର୍ମାଣ କରି ଉପକୃତ ହେବେ । ଶ୍ରାବଣୀ ଓ ଅଭିଜିତର ସାମାନ୍ୟ ଶୁଭ । |
![]() |
ଧନିଷ୍ଠା ଓ ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତିର ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଶାନ୍ତି ମିଳିପାରେ । ସ୍ୱଇଚ୍ଛାରେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ପୂର୍ବଭାଦ୍ର ନକ୍ଷତ୍ରର ଅଶାନ୍ତି ଉପୁଜି ପାରେ । |
![]() |
ଉତ୍ତରା ଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଗୃହରେ ଶୁଭକାର୍ଯ୍ୟ କରିପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଜ୍ଞାନ ଗରିମାର ପରିଚୟ ଦେବେ । ଉତ୍ତରା ଓ ରେବତୀ ନକ୍ଷତ୍ରର ସମଫଳ । |