OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 10th Sep 2020

Odia Rashiphala

Odia Rashiphala

ଉଚ୍ଚ ସମ୍ମାନ ଲାଭ କରି ପାରନ୍ତି । ତ୍ୟାଗପୂତ ମନୋବୃତ୍ତିର ହେବେ । ନୀତିନିଷ୍ଠ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ଅତି ସୁଖୀ, କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ନୂଆବନ୍ଧୁ ଜୁଟିବେ ।
ବହୁ ଶୁଭଯୋଗ ଅଛି । ସୁଖ-ସମ୍ମାନ ଲାଭ କରିପାରନ୍ତି । କର୍ମଚଞ୍ଚଳ ରହିବେ । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିପାରନ୍ତି । ସ୍ନେହପୂର୍ଣ୍ଣ ଭାଷା ବ୍ୟବହାର କରି ପ୍ରଭାବ ବିସ୍ତାର କରିବେ ।
ଆତ୍ମ ନିର୍ଭରଶୀଳ ହେବେ । ପରିଶ୍ରମ କଷ୍ଟ ଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ । ସୁସମ୍ୱାଦ ପାଇ ଖୁସି ବ୍ୟକ୍ତ କରି ପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି ।
ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ସ୍ୱକର୍ମ ଫଳଦାୟକ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣା ଲାଗି ରହିବ ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦାନ କରିପାରନ୍ତି । ଅର୍ଥ ପ୍ରାପ୍ତ ହେବେ ।
ପରୋପକାରୀ ହେବେ । ନିଜ କାର୍ଯ୍ୟରେ ଦକ୍ଷ ହେବେ । ଚତୁର ହୋଇପାରନ୍ତି । ଧନଯୁକ୍ତ ହେବା ଆଶା କରାଯାଏ । ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହେଲେ ବି ପତ୍ନୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିବାରେ ପାରଙ୍ଗମ ହେବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିବେ । ରୁଚିକର ଭୋଜନ ମିଳିବ । ବନ୍ଧୁ ଓ ପରିବାର ଶ୍ରଦ୍ଧାଭାଜନ ହେବେ ।
ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଋଣ ପରିଶୋଧ କରିବାରେ ସକ୍ଷମ ହେବେ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ରଙ୍କ ପାଇଁ ସୁଖଭୋଗ କରିବେ । ପୁଣ୍ୟଦେହୀ ହେବେ ।
ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି । ଯେ କୌଣସି ସୂତ୍ରରୁ ଅଧିକ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଧନଶାଳୀ ହେବେ । ସ୍ତ୍ରୀ, ପୁତ୍ରଙ୍କ ପାଇଁ ସୁଖଭୋଗ କରିପାରନ୍ତି । ଧନଶାଳୀ ହୋଇପାରନ୍ତି ।
ଚିନ୍ତାଗ୍ରସ୍ତ ହେବେ । ଶ୍ରମର ମୂଲ୍ୟାଙ୍କନ ହେବ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି । ସରକାରୀ ସ୍ତରରୁ ଧନାଗମ ହେବ । ଯାନବାହନ ସୁଖ ମିଳିପାରେ । ସୁଭାଷୀ ହେବେ ଓ ସୁବିଦ୍ୟାଯୁକ୍ତ ହେବେ ।
ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ । ସକଳ ଗୁଣଯୁକ୍ତ ହେବେ । ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ନାନା ସୁନ୍ଦର ବସ୍ତୁ ଲାଭ କରିବେ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । ସାଧନା ଫଳବତୀ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments