OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 10th Oct 2019

Odia Rashiphala

Odia Rashiphala

କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ । ମୂଲ୍ୟବାନ ଦ୍ରବ୍ୟ ଲାଭ କରିବେ । ସୁସ୍ଥ ଓ ନିରାମୟ ରହିବେ । ଶୁଭକର୍ମରେ ନିୟୋଜିତ ହେବେ । ଶୁଭଖବର ମିଳିପାରେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଅର୍ଥ ପ୍ରାପ୍ତ ହେବେ ।
ଉପୁଜି ଥିବା ସମସ୍ୟା ପାଇଁ ବିଜ୍ଞବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ । ପରିଶ୍ରମର ମୂଲ୍ୟ ମିଳିବ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ ।
ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ଚୋରମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିବାକୁ ପଡ଼ିବ । ପ୍ରତିଯୋଗିତାରେ ବିଜୟୀ ହେବେ । ଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖମୟ ଜୀବନ ଯାପନ କରିବେ ।
ମାନସିକ ସ୍ତରରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ ।
ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ହେବେ । ଆବଶ୍ୟକ ସହଯୋଗ ପାଇ ଆନନ୍ଦ ଅନୁଭବ କରିବେ । ବାକ୍‌ପଟୁତାରେ ସମସ୍ତଙ୍କୁ ପରାଜୟ କରିପାରନ୍ତି । ସେବା ମନୋଭାବର ହେବେ । ଯଶ ଅର୍ଜନ କରିବେ । ପତ୍ନୀଙ୍କ ପରାମର୍ଶ ଗ୍ରହଣ କରିବେ ।
ଆତ୍ମୀୟମାନଙ୍କ ସମର୍ଥନ ମିଳିପାରେ । ମନ ଫୁର୍ତ୍ତି ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଶକ୍ତିମାନ୍ ହୋଇପାରନ୍ତି । ଶତ୍ରୁମାନଙ୍କ ବିନାଶ କରିବାରେ ସିଦ୍ଧହସ୍ତ ହେବେ । ପଡ଼ୋଶୀମାନଙ୍କ ସହିତ ସୁସମ୍ପର୍କ ରହିବ । ଚାକିରିରେ ପ୍ରଶଂସା ମିଳିବ ।
ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଏତଦ୍ ବ୍ୟତୀତ ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବୋହିବ । ସ୍ୱାଭିମାନୀ ହେବେ । କଳ୍ପନା ବିଳାସୀ ହେବେ । ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି । ହଠାତ୍ କିଛି ଅର୍ଥ ମିଳିପାରେ । ସୁଖ ମିଳିବ ।
ବନ୍ଧୁ ମହଲରେ ମତଭେଦ ଘଟିପାରେ । ପ୍ରୀତିପନ୍ନ ହୋଇପାରନ୍ତି । ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ । ଉଜ୍ଜ୍ୱଳ ଭବିଷ୍ୟତ କାମନା କରିପାରନ୍ତି । ମନସ୍କାମନାପୂର୍ଣ୍ଣ ହେବ । କୃଷି କାର୍ଯ୍ୟରେ ମନ ବଳାଇ ପାରନ୍ତି । ମଧୁରଭାଷୀ ଓ ସୁଖୀ ହେବେ ।
ପଡ଼ୋଶୀଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ । ଯଶସ୍ୱୀ ହେବେ । ନିର୍ବାଚନରେ ବିଜୟୀ ହେବେ । ପ୍ରୀତି ଭୋଜନ ମିଳିପାରେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ପାରିବାରିକ ଶାନ୍ତି ମିଳିବ ।
ଦେବଦର୍ଶନ ଆନନ୍ଦଦାୟକ ହେବ । ଭାଗ୍ୟଶାଳୀ ହେବେ । ବ୍ୟକ୍ତିତ୍ୱ ବିକଶିତ ହେବ । ବିଭିନ୍ନ ଦିଗରୁ ଧନାଗମ ହେବ । ଯାନବାହନ ସୁଖ ମିଳିପାରେ । ପତ୍ନୀ ପରାୟଣ ହୋଇପାରନ୍ତି । ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ । ଆଶଙ୍କା ଦୂର ହେବ ।
ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଆୟ ଆଶାନୁରୂପ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆବନ୍ଧୁ ଜୁଟିବେ । ପାରିବାରିକ ସୁଖ ମିଳିବ ।
ଚାପରେ ପଡ଼ି କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ । ପରୋପକାର କରିବାକୁ ମନସ୍ଥ କରି ଖର୍ଚ୍ଚାନ୍ତ ହେବେ । କଅଁଳ କଥାରେ ପରକୁ ଆପଣାର କରିପାରନ୍ତି । ଭ୍ରାତୃଭାବ ଅତୁଟ ରହିବ । ସୁଖ ଅନୁଭବ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments