OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 10th March 2022

Odia Rashiphala

Odia Rashiphala

ପଡ଼ୋଶୀଙ୍କ ସହିତ ସଦ୍ଭାବନା ସମ୍ପନ୍ନ ହୋଇ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । କୁଶଳ ସମାଚାର ମିଳିପାରେ । ଉଦ୍ୟମ ପ୍ରଶଂସନୀୟ ହେବ । ବିଭିନ୍ନ ସ୍ତରରୁ ଧନାଗମ ହେବ । ତ୍ୟାଗଶୀଳ ହେବେ ।
ସୁଖୀ ଓ ସମ୍ମାନିତ ହେବେ । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଚିନ୍ତାଧାରା ସୁଦୂରପ୍ରସାରୀ ହେବ ।
ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । କାର୍ଯ୍ୟରେ ବାଧା, ବିଘ୍ନ ଉପୁଜିପାରେ । ଚିନ୍ତାଧାରା ବିକ୍ଷିପ୍ତ ହେବ । ଅସୁବିଧାରୁ ଉଧୁରିବା ପାଇଁ ଖର୍ଚ୍ଚାନ୍ତ ହେବେ । ମଧୁରଭାଷୀ ହେବେ ।
ଆୟ ବୃଦ୍ଧିର ସୂଚନା ମିଳୁଛି । ଉପୁଜିଥିବା ସମସ୍ୟାର ସମାଧାନ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିୟୋଜିତ ହେବେ । ସରକାରୀ ଅର୍ଥ ମିଳିବ ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ମନ ପ୍ରସନ୍ନ ରହିବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଶାନ୍ତି ଓ ସନ୍ତୋଷ ଲାଭ କରିପାରନ୍ତି । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିପାରନ୍ତି ।
ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ । ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭ କାର୍ଯ୍ୟ ସମ୍ପାଦିତ କରିପାରନ୍ତି । ପ୍ରୀତି ଭୋଜନ ସହ ଆନନ୍ଦ ଉପଭୋଗ କରିବେ ।
କର୍ମ ତତ୍ପରତା ପ୍ରକାଶ ପାଇବ । ବହୁମିତ୍ରଙ୍କ ସହାୟତା ମିଳିବ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଋଣ ପରିଶୋଧ କରିପାରନ୍ତି ।
ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭର ସୁଯୋଗ ଅଛି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପଢ଼ାପଢ଼ିରେ ମନୋନିବେଶ କରିବେ । ସମସ୍ୟା ଗମ୍ଭୀର ହେବ ।
ପରିଶ୍ରମ ଯେତେ କଠିନ ଓ କଷ୍ଟସାଧ୍ୟ ହେଲେ ବି, ତା’ର ମୂଲ୍ୟ ମିଳିବ । ବହୁ ମିତ୍ରଙ୍କ ସହାୟତା ମିଳିବ । ରଣ ବିଶାରଦ ହୋଇପାରନ୍ତି । ସ୍ୱଧର୍ମକର୍ମାଭ୍ୟୁଦୟ ହେବ । ଭୁଲ ବୁଝାମଣା ଦୂର ହେବ ।
ଆଧ୍ୟାତ୍ମବାଦୀ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଯଶସ୍ୱୀ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Order Odia Bhagyajyoti Calendar 2022 From OdishaShop.com

Comments

comments