![]() |
ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ନବବସ୍ତ୍ର ପରିଧାନ କରିପାରନ୍ତି । ରତ୍ନ ଭଣ୍ଡାରର ମାଲିକ ହେବାର ସୂଚନା ମିଳୁଛି । ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ହେବେ । ଅଶ୍ୱିନୀ ଓ କୃତ୍ତିକା ନକ୍ଷତ୍ର ବ୍ୟକ୍ତିଙ୍କର ମନରେ ଉଦ୍ବେଗ ଜାତ ହେବ । |
ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ପ୍ରୀତିଭୋଜନ ମିଳିପାରେ । ନୀତିନିଷ୍ଠ ଓ ବିନୀତ ସ୍ୱଭାବ ସମ୍ପନ୍ନ ହେବେ । ଧନଯୁକ୍ତ ହୋଇପାରନ୍ତି । ଚତୁର ଓ ଯୁଦ୍ଧପ୍ରିୟ ହେବେ । କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିର ସାମାନ୍ୟ ଶୁଭଫଳ ମିଳିବ । | |
ଆଦ୍ରା ଓ ପୁର୍ନବସୁ ନକ୍ଷତ୍ର ଜାତ ବ୍ୟକ୍ତି ଉତ୍ତମ ଗୁଣର ଆଧାର ହେବେ । ଉପଯୁକ୍ତ ପରାମର୍ଶଦାତା ହୋଇପାରନ୍ତି । ବ୍ରତକର୍ତ୍ତା ହେବେ । ଦେବ-ଦ୍ୱିଜା ପରାୟଣ ହେବେ । ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିର ପୁଣ୍ୟକ୍ଷୟ ହୋଇପାରେ । | |
ଅଶ୍ଲେଷା ନକ୍ଷତ୍ର ଜାତ ବ୍ୟକ୍ତିର ବହୁ ଶୁଭଫଳ ଆଶା କରାଯାଏ । ସରକାରୀ ସ୍ତରରୁ ଚୋର ପ୍ରଭୃତି ନୀଚ ଲୋକଙ୍କଠାରୁ ଧନପ୍ରାପ୍ତ ହେବେ । ସଦାସର୍ବଦା ସମୃଦ୍ଧ ରହିବେ । ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତିର ସାମାନ୍ୟ ଶୁଭଫଳ ମିଳିପାରେ । | |
ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ । ବୁଦ୍ଧିମାନ୍ ହେବେ । ପିତୃ ଧନ ଭୋଗକରି ପାରନ୍ତି । ପୁଣ୍ୟବାନ୍ ହେବେ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ମଘା ଓ ଉତ୍ତରା ଫାଲ୍ଗୁନୀଙ୍କର ସାମାନ୍ୟ ଶୁଭ ମିଳିପାରେ । | |
ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ । ବିଜୟୀ ସ୍ୱଭାବ ସମ୍ପନ୍ନ ହେବେ । ମହାନ୍ ବ୍ୟକ୍ତିତ୍ୱର ପରିଚାୟକ ହେବେ । ସତ୍ୟାନୁରାଗୀ ଓ ପୁଣ୍ୟ ଅର୍ଜନ କରିବେ । ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ରଙ୍କର ସାମାନ୍ୟ ଶୁଭ ମିଳିପାରେ । | |
ସ୍ୱାତୀ ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ଧର୍ମକାରୀ ହେବେ । ଦେବବ୍ରାହ୍ମଣ ସେବା ଯୁକ୍ତ ହୋଇପାରନ୍ତି । ଜନାନୁରାଗୀ ହେବେ । ଅଦ୍ଭୁତକର୍ମା ହୋଇପାରନ୍ତି; ମାତ୍ର ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଅସୁସ୍ଥତା ଅନୁଭବ କରିପାରନ୍ତି । | |
ଜ୍ୟେଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଉତ୍ତମ ମିତ୍ରଙ୍କଠାରୁ ସହାୟତା ମିଳିବ । ଶାନ୍ତଶିଷ୍ଟ ଓ ସୁଗୁଣ ସମ୍ପନ୍ନ ହେବେ । ରୂପବତୀ ପତ୍ନୀ ମିଳିପାରେ । ଆଚରଣ ଓ ବ୍ୟବହାର ଉତ୍ତମ ହେବ । ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତିର ସାମାନ୍ୟ ଶୁଭଫଳ । | |
ପୂର୍ବାଷାଢ଼ ନକ୍ଷତ୍ର ଜାତ ବ୍ୟକ୍ତି ନିଜର ସମ୍ପାଦିତ କାର୍ଯ୍ୟ ପାଇଁ ଗର୍ବିତ ହୋଇ ପାରନ୍ତି । ଅଜାତ ଶତ୍ରୁ ହେବାର ସୂଚନା ମିଳୁଛି । ବିଦ୍ୟାବାନ୍ ହେବେ । ଯଶ୍ୱସୀ ହୋଇପାରନ୍ତି । ବିଳାସୀ ହୋଇପାରନ୍ତି । ମୂଳା ଓ ଉତ୍ତରାଷଢ଼ାରେ ସାମାନ୍ୟ ଶୁଭଫଳ । | |
ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ବହୁ ଉପାୟ ଅବଲମ୍ବନ କରି ଏପରିକି ସରକାରଙ୍କୁ ମନାଇ ଧନଲାଭ କରିପାରନ୍ତି । କୃଷିକ୍ରିୟାରୁ ମଧ୍ୟ ଧନଧାନ୍ୟ ପ୍ରାପ୍ତ ହୋଇ ପାରନ୍ତି । ହର୍ଷ ଯୁକ୍ତ ଓ ଧନଶାଳୀ ହେବେ । ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ମନ ବିଷର୍ଣ୍ଣ ରହିବ । | |
ଶତଭିଷା ନକ୍ଷତ୍ର ଜାତ ବ୍ୟକ୍ତି ଓ ପୂର୍ବଭାଦ୍ର ନକ୍ଷତ ଜାତ ବ୍ୟକ୍ତି ନିଜ ବଳାର୍ଜିତ ଧନରେ ଧନୀ ହେବେ । ନାନା ସୁଖର ଅଧିକାରୀ ହେବେ । ଚତୁଷ୍ପଦ ପ୍ରାଣୀ ପାଳନରେ ସୁଖୀ ହେବେ । ଧନିଷ୍ଠା ନକ୍ଷତ୍ରର ସେତେଟା ସୁଖ ଭୋଗ କଷ୍ଟପ୍ରଦ । | |
ରେବତୀ ଓ ପୂର୍ବଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତି ପ୍ରିୟଭାଷୀ ହେବେ । ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ । ଶାରୀରିକ ଶକ୍ତି ସମ୍ପନ୍ନ ହୋଇପାରନ୍ତି । ଉତ୍ତର ଭାଦ୍ର ପଦର ସାମାନ୍ୟ ଶୁଭଫଳ । |
Odia Calendar 2021
Comments
comments