![]() |
ଧନାଗମର ସୂଚନା ମିଳୁଛି । ଯାନବାହନ ସୁଖ ମିଳିବ । ପ୍ରତ୍ୟେକ କାର୍ଯ୍ୟରେ ପାରଙ୍ଗମ ହେବେ । ନବ ବସ୍ତ୍ର ପରିଧାନ କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । |
ବିଶେଷ ଜ୍ଞାନର ଅଧିକାରୀ ହେବେ । କ୍ଷମାଶୀଳ ହୋଇପାରନ୍ତି । ସନ୍ମାର୍ଗୀ ଓ ଦୟାଳୁ ସ୍ୱଭାବର ହେବେ । ବିତ୍ତବାନ୍ ହେବେ । ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଦକ୍ଷ ହେବେ । | |
ଦକ୍ଷ ପରାମର୍ଶଦାତା ହେବେ । ଶାସ୍ତ୍ର ବିଶାରଦ ହୋଇପାରନ୍ତି । ଦେବଦ୍ୱିଜ ପରାୟଣ ହେବେ । ଅତିଥି ସତ୍କାରରେ ଧନ ବ୍ୟୟ କରିପାରନ୍ତି । ଭାଷା ଓ ବ୍ୟବହାରରେ ବିରୋଧୀ ବଶ ହେବେ । | |
ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଅମୃତହସ୍ତା ହେବେ । ଯାନ-ବାହନ ସୁଖ ମିଳିବ । ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି । ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିବେ । | |
ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୃହ ପରିବେଶ ଉତ୍ତମ ମାନର ହେବ । କୀର୍ତ୍ତି, ମର୍ତ୍ତି, ସ୍ୱତ୍ୱ, ସନ୍ତୋଷ ସବୁକିଛି ମିଳିବ । ବହୁବିଧ ଧନର ଅଧିକାରୀ ହେବେ । ଗୁଣଜ୍ଞ ହୋଇପାରନ୍ତି । | |
ମହିଳା ଗୋଷ୍ଠୀର ସାହାଯ୍ୟକାରୀ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପରୋପକାରୀ ହେବେ । ସମଦର୍ଶୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ସବୁ ବାଧା-ବିଘ୍ନକୁ ଏଡ଼ାଇ ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ । ଥଣ୍ଡା-କଫଜନିତ ସମସ୍ୟା ଉପୁଜିପାରେ । ଭ୍ରାତୃ ଭାବ ଅତୁଟ ରହିବ । ପୁତ୍ର, ମିତ୍ରାଦି ସୁଖରେ ସୁଖୀ ହେବେ । | |
ପ୍ରିୟଭାଷୀ ହେବେ । ଧନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ । ପରାକ୍ରମଶାଳୀ ହେବେ । ବହୁପୋଷକ ହୋଇପାରନ୍ତି । ଶାରୀରିକ ଶକ୍ତିସମ୍ପନ୍ନ ହେବେ । | |
କର୍ମତତ୍ପର ହେବେ । ଶତ୍ରୁତାର ଅବସାନ ଘଟାଇବାରେ ସକ୍ଷମ ହେବେ । ଶାନ୍ତି ଓ ସୌହାର୍ଦ୍ୟର ବାତାବରଣ ସୃଷ୍ଟି ହେବ । ସୃଜନାଶୀଳ ହେବେ । ଭାଷା ଓ ବ୍ୟବହାର ସ୍ନେହପୂର୍ଣ୍ଣ ହେବ । | |
ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି । ଭାଷା ଓ ବ୍ୟବହାର ରୁଚିପୂର୍ଣ୍ଣ ହେବ । ବିଦ୍ୟାବାନ୍ ହେବେ । ଭୋଗୀ ଓ ବିଳାସୀ ହୋଇପାରନ୍ତି । ତେଜୀୟାନ ହେବେ । କର୍ମଚଞ୍ଚଳ ରହିବେ । | |
ବିଜ୍ଞ ବ୍ୟକ୍ତିଭାବେ ସାମାଜିକ ଆଦର ଲାଭ କରିବେ । କ୍ଷମାଶୀଳ ହୋଇପାରନ୍ତି । ସେବା ପରାୟଣ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ସମ୍ୟକ ତତତ୍ତ୍ୱଦର୍ଶୀ ହୋଇପାରନ୍ତି । ସାଧକ ହେବେ । | |
ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହେବେ । ଧନଶାଳୀ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ । ବ୍ୟବସାୟ ଲାଭଜନକ ହେବ । ଶ୍ରେଷ୍ଠାସନରେ ଅସୀନ ହୋଇପାରନ୍ତି । |
Odia Calendar 2022
Comments
comments