OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 8th Sep 2019

Odia Rashiphala

Odia Rashiphala

ବନ୍ଧୁଙ୍କ ଉପରେ ସନ୍ଦେହ ଉପୁଜି ପାରେ। ସେବା ମନୋଭାବର ହୋଇପାରନ୍ତି । ପୂଜା ପଦ୍ଧତିରେ ନିଜକୁ ନିୟୋଜିତ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ ।
ପ୍ରତିଯୋଗିତାରେ ବାରମ୍ବାର ଅଂଶ ଗ୍ରହଣ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ କାର୍ଯ୍ୟ ବିଳମ୍ବିତ ହୋଇପାରେ । ଆଳସ୍ୟ ଅନୁଭବ କରିପାରନ୍ତି । ବିନୀତ ସ୍ୱଭାବର ହେବେ । ସ୍ତ୍ରୀ ଧନହେତୁ କିଛିଟା ସୁଖ ମିଳିବ । ଆଜି ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।
ଚୌର ଭୟ ଅଛି । ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି । ଶୁଭ ଖବର ପାଇବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ସମ୍ମାନିତ ହେବେ । ବନ୍ଧୁ ସହାୟତା ପାଇବେ । ପତ୍ନୀ ସହାୟତା ଦେବେ ।
କାର୍ଯ୍ୟ ବ୍ୟସ୍ତ ରହିବେ । ଦୂରଯାତ୍ରା ଫଳଦାୟକ ହେବ । ଶତ୍ରୁ ବଳବାନ୍ ଥାଇ ମଧ୍ୟ ଆକ୍ରମଣରୁ ଅପସରି ଯିବେ । କାର୍ଯ୍ୟର ସଫଳ ରୂପାୟନ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବେ । ପଶୁ ଓ ଧନାଦିଯୁକ୍ତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।
ସ୍ଥଗିତ ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ଯେକୌଣସି ସୂତ୍ରରୁ ଅର୍ଥ ବିନା ଚେଷ୍ଟାରେ ଆସିବ । ଯଶସ୍ୱୀ ହେବେ । ସମ୍ମାନିତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରୁ ସମ୍ମାନ ମିଳିବ । ବିବାଦରେ ବିଜୟୀ ହେବେ । ଅଶାନ୍ତି ଦୂର ହେବ ।
ମାନସିକ ଶାନ୍ତି ଫେରି ପାଇବେ । ପୌରୁଷ ପଣିଆ ପ୍ରତିପାଦନ କରିପାରନ୍ତି । କୃଷି କ୍ଷେତ୍ରକୁ ତ୍ୱରାନ୍ୱିତ କରିବେ । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ । ଆପଣା ଲୋକ ଆପଣଙ୍କୁ ଭୁଲ ବୁଝୁଥିବା ବେଳେ ବାହାର ଲୋକେ ସମ୍ମାନ ଦେବେ ।
ଆପଣଙ୍କଠାରେ ଥିବା ବିସ୍ତାରିତ ପ୍ରଭାବର ସଦୁପଯୋଗ କରିବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ଟିକେ ସାବଧାନତାର ସହ ଚଳିବାକୁ ପଡ଼ିବ । ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ପ୍ରମାଦହୀନ ହେବେ । ସାଧୁ ସେବାରୁ ଆଶୀର୍ବାଦ ପ୍ରାପ୍ତ ହେବେ ।
ପ୍ରତିଯୋଗିତାରେ ସଫଳତା ଲାଭ କରିବେ । ପାରିବାରିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ । ଧନାଗମର ସୂଚନା ମିଳୁଛି । ଉତ୍ତମ ବୁଦ୍ଧିଯୁକ୍ତ ହେବେ । ଶ୍ରେଷ୍ଠମାନ୍ୟତା ମିଳିବ । ପରୋପକାରୀ ହେବେ ।
ବ୍ୟବସାୟରେ ଆୟ-ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସରକାରୀ ଓ ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି । ସରକାରୀ ଅର୍ଥ ମିଳିବ ।
ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ପାଇବେ । କୀର୍ତ୍ତିମାନ୍ ହୋଇପାରନ୍ତି । ଭୋଗୀ ଓ ବିଳାସୀ ହେବେ । ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିବେ । ନାନା ସୁଖର ଅଧିକାରୀ ହେବେ । ଯଶସ୍ୱୀ, ଦାନୀ ଓ ଶତ୍ରୁ ବିଜୟୀ ହେବେ ।
ଆର୍ଥିକ ଅନଟନ ଦୂରୀଭୂତ ହେବ । ଶ୍ରମ ସାର୍ଥକ ହୋଇପାରେ । କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ । ସରକାରୀ ଧନ ମିଳିପାରେ । ଗୃହ ପରିବେଶ ସୁଖ ଦାୟକ ହେବ । କୀର୍ତ୍ତିମାନ୍ ହେବେ । ବହୁବିଧ ଧନ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments