OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 6th Oct 2019

Odia Rashiphala

Odia Rashiphala

ଉଚ୍ଚ ଆଶା ଫଳବତୀ ହେବ । ଯାନବାହନ ସୁଖ ମିଳିବ । ଭୋଗ-ବିଳାସ କରିପାରନ୍ତି । ପ୍ରଭାବଶାଳୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ପତ୍ନୀପରାୟଣ ହେବେ । ଅର୍ଥ ମିଳିବ । ପଡ଼ୋଶୀଙ୍କ ବ୍ୟବହାର କଷ୍ଟଦାୟକ ହେବ ।
କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟରୁ କିଛିଟା ଲାଭ ମିଳିପାରେ । ସ୍ୱାଭିମାନୀ ହେବେ । ସତର୍କତାର ଦିନ ଆଜି ।
ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ଯେକୌଣସି ସୂତ୍ରରୁ ଅର୍ଥ ମିଳିବ । ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ନ୍ୟସ୍ତ ରହିଥିବା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସା ଲାଭ କରିବେ । ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ ।
ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ମୂଲ୍ୟବାନ ଦ୍ରବ୍ୟ ପାଇବେ । ବନ୍ଧୁ ସୁଖ ମିଳିପାରେ । କର୍ମତତ୍ପରତା ପ୍ରକାଶ ପାଇବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ ।
ବିଭିନ୍ନ ସ୍ତରରୁ ଆର୍ଥିକ ସହାୟତା ମିଳିବ । ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ସରକାରୀ ଅର୍ଥ ପ୍ରାପ୍ତ ହେବେ । ବିଜୟୀ ହେବେ । ମାନସିକ ଅଶାନ୍ତି ଦୂର ହେବ ।
ବାଦ-ବିବାଦରେ ବିଜୟୀ ହେବେ । ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ଧାର୍ମିକ ପ୍ରବର ହେବେ । ସନ୍‌ମାର୍ଗୀ ହେବା ଆଶାକରାଯାଏ । ବ୍ରହ୍ମ ଉପାସକ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । ଅଗ୍ନିମାନ୍ଦ୍ୟ ଜନିତ ପୀଡ଼ା ଭୋଗିବେ ।
ଗୁରୁତ୍ୱପୂର୍ଣ୍ଣ କଷ୍ଟସାଧ୍ୟ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିବେ । ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ । ଶାସ୍ତ୍ରଜ୍ଞ ହେବା ଆଶାକରାଯାଏ । ଧନ-ଧାନ୍ୟରେ ପରିପୂର୍ଣ୍ଣତା ଆସିପାରେ । ସତ୍‌ପଥଗାମୀ ହେବେ । ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବିଳମ୍ବ ହୋଇପାରେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଧନାଗମ ହେବାର ସୂଚନା ମିଳୁଛି । ସମୃଦ୍ଧିର ମୂଳଦୁଆ ପଡ଼ିବ । କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ । ଚଞ୍ଚଳ ମନା ହୋଇପାରନ୍ତି ।
ପଡ଼ୋଶୀ ଓ ସହକର୍ମୀମାନଙ୍କ ସହଯୋଗ ମିଳିପାରେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ସାଧନାରେ ସିଦ୍ଧିଲାଭ କରିବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଭଲ ରୋଜଗାର ହେବ । ସୁସ୍ଥ ରହିବେ ।
କାର୍ଯ୍ୟରେ ବାଧା ଉପୁଜିପାରେ। ସତ୍‌କାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । କୌଣସି କାରଣରୁ କ୍ରୋଧିତ ହେବେ । ମଧୁର କଥା କହି ପରକୁ ଆପଣାର କରିପାରନ୍ତି । ଭ୍ରାତୃଭାବ ଅତୁଟ ରହିବ । ଚଞ୍ଚଳ ଚେଷ୍ଟିତ ହେବେ । କୌଶଳରେ କାର୍ଯ୍ୟ ହାସଲ କରିବେ ।
ବିଶାଳ ଯଶର ଅଧିକାରୀ ହେବେ । ସୁଖ ମିଳିବ । ଅକୁଣ୍ଠିତ ଚିତ୍ତରେ ଦାନଦେଇ ପାରନ୍ତି । ଶତ୍ରୁ ଉପରେ ବିଜୟ ହାସଲ କରିବେ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପୁଣ୍ୟବାନ୍ ହେବେ ।
ସୁଖ-ସମ୍ମାନ ଲାଭ କରିପାରନ୍ତି । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ । ବିଜୟୀ ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ପ୍ରଥିତ ପ୍ରତାପୀ ହୋଇପାରନ୍ତି । ଦୃଢ଼ ପୌରୁଷ ପଣିଆର ହେବେ । ଗୁରୁ, ଗୁରୁଜନଙ୍କ ପ୍ରତି ଅନୁରକ୍ତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments