![]() |
ହଠାତ୍ କିଛି ଅର୍ଥ ମିଳିପାରେ । କର୍ମଚଞ୍ଚଳ ରହିପାରନ୍ତି । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । |
![]() |
ପ୍ରତ୍ୟେକ କ୍ଷେତ୍ରରେ ଉଦାସୀନ ମନୋଭାବ ଗ୍ରହଣ କରିପାରନ୍ତି । ଦାନ ପୁଣ୍ୟରେ ନିଜକୁ ହଜାଇ ଦେଇପାରନ୍ତି । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ଶରୀର ସୁସ୍ଥ ରହିବ । ମନ ଫୂର୍ତ୍ତି ରହିବ । ବୁଦ୍ଧିମାନ୍ ହୋଇପାରନ୍ତି । |
![]() |
ପ୍ରଫୁଲ୍ଲିତ ହେବେ । ଧର୍ମ ପରାୟଣ ହୋଇପାରନ୍ତି । ସୁଭାଷୀ ହେବେ । ସମଭାବାପନ୍ନ ହୋଇପାରନ୍ତି । କର୍ମକ୍ଷେତ୍ରରେ ସାହସ ପ୍ରଦର୍ଶନ କରିବେ । ଭ୍ରାତୃସ୍ନେହୀ ହୋଇପାରନ୍ତି । ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ । ବିଦ୍ୱାନ୍ ହେବେ । |
![]() |
ଭାଗ୍ୟ ଆପଣଙ୍କ ପାଇଁ ବରଦାୟକ ହେବ । ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହୋଇପାରନ୍ତି । ବିଦେଶବାସୀ ହେବାର ସୂଚନା ମିଳୁଛି । ଯେକୌଣସି ସୂତ୍ରରୁ ଧନାଗମ ହୋଇପାରେ । ବାଣିଜ୍ୟ କାରବାର ଭଲରେ ଚାଲିବ । |
![]() |
ଅର୍ଥାଗମର ସୂଚନା ମିଳୁଛି । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଖାଦ୍ୟପେୟ ତୃପ୍ତିଦାୟକ ହେବ । ନିରଳସ ହୋଇପାରନ୍ତି । ଗୃହଲକ୍ଷ୍ମୀଙ୍କ ପରାମର୍ଶ ଆପଣଙ୍କୁ ଅଗ୍ରଗାମୀ କରାଇପାରେ । ଚିନ୍ତାଶୀଳ ହୋଇପାରନ୍ତି । |
![]() |
ଖର୍ଚ୍ଚ ଉପରେ ଖର୍ଚ୍ଚ ବଢ଼ି ଚାଲିବ; ମାତ୍ର ହତୋତ୍ସାହ ହେବାର ପ୍ରଶ୍ନ ଉଠୁ ନାହିଁ । ବିଘ୍ନକାରୀମାନଙ୍କୁ କଥାଶୈଳୀରେ ବଶ କରିପାରନ୍ତି । ଧର୍ମ ଧାରଣାର ପୂଜାରୀ ହୋଇପାରନ୍ତି । ଜ୍ଞାନ ଗରିମା ବଳରେ ସାମାଜିକ ଆଦର ପାଇବେ । |
![]() |
ଆୟୁଷ୍ମାନ ହେବା ଆଶାକରାଯାଏ । ପ୍ରଥିତଯଶା ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଜନସାଧାରଣଙ୍କ ଆଶା ଭରସାର ପାତ୍ର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଅଲୌକିକ ବିଦ୍ୟା ପ୍ରତି ଆଗ୍ରହୀ ହେବେ । |
![]() |
ପରିବାରର ଆଲୋକବର୍ତ୍ତିକା ହେବେ । ପ୍ରସନ୍ନ ଚିତ୍ତଯୁକ୍ତ ହେବେ । ଆୟୁଷ୍ମାନ ହେବେ । ଦରିଦ୍ରଙ୍କ ଆଶା ଭରସାର ପାତ୍ର ହେବେ । ବ୍ୟବସାୟ ଭଲରେ ଚାଲିବ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । ପରିବାରର ମୁଖ୍ୟ ହେବେ । |
![]() |
ଭାଗ୍ୟ ଆପଣଙ୍କୁ ଉଚ୍ଚାସନ୍ନ ଦେଇପାରେ । ସାମୟିକ ଭାବେ ଭୋଗୀ ଓ ବିଳାସୀ ହୋଇପାରନ୍ତି । ସମୃଦ୍ଧିର ମୂଳଦୁଆ ପଡ଼ିବ । ସୁଖ ସାଗରରେ ଭାସି ଯାଇପାରନ୍ତି । ପତ୍ନୀ ପ୍ରେରଣାଦାୟିକା ହୋଇପାରନ୍ତି । ଉଦ୍ୟୋଗୀ ହୋଇପାରନ୍ତି । |
![]() |
ଅସୁସ୍ଥତା ଥାଇ ମଧ୍ୟ କର୍ମକ୍ଷେତ୍ରରେ ଆଗକୁ ମାଡ଼ି ଚାଲିବେ । କର୍ମକ୍ଷେତ୍ରରେ ଶାରୀରିକ ଦୁର୍ବଳ ଆପଣଙ୍କୁ କିଛି ସାନ୍ତ୍ୱନା ଦେଇପାରେ । ଶତ୍ରୁମାନେ ଆପଣ ଛାଏଁ ବିବାଦରୁ ଓହରି ଯିବେ । ଅଷ୍ଟମଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବେ । |
![]() |
ବ୍ୟବସାୟ ପାଇଁ ଲକ୍ଷ୍ମୀ ବରଦାୟିକା ଅଛନ୍ତି । ସେବା ପାଇଁ ଉତ୍ସର୍ଗୀକୃତ ମନୋଭାବର ହୋଇପାରନ୍ତି । ଧୈର୍ଯ୍ୟ ରଖି କାର୍ଯ୍ୟ କଲେ ଫଳ ଆଶାବତି ହୋଇପାରେ । କାର୍ଯ୍ୟରେ ପତ୍ନୀଙ୍କ ସାହାଯ୍ୟ ନେବେ । |
![]() |
ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଭାଇମାନଙ୍କର ଆଦରଣୀୟ ହୋଇପାରନ୍ତି । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ଗଢ଼ି ତୋଳିବେ । ମାନସିକ ରୋଗରେ ପୀଡ଼ିତ ହୋଇପାରନ୍ତି । |