OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 27th Oct 2019

Odia Rashiphala

Odia Rashiphala

ଅଶ୍ୱନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ । ଚିନ୍ତାଧାରା ଉନ୍ନତମାନର ହେବ । ବହୁ ସୁଖର ଅଧିକାରୀ ହେବେ । ସାଧୁ-ସନ୍ଥମାନଙ୍କର ଆଶୀର୍ବାଦ ଲାଭ କରି ଅସାଧ୍ୟ କାର୍ଯ୍ୟକୁ ସାଧନ କରିପାରିବେ ।
କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିମାନେ ସେମାନଙ୍କର ହଜିଥିବା ଦ୍ରବ୍ୟ ଖୋଜିଲେ ମିଳିବ । ବିଭିନ୍ନ ସ୍ତରରୁ ସହଯୋଗ ପାଇପାରନ୍ତି । ଘାତଚନ୍ଦ୍ର ହେତୁ ସତର୍କରେ ଚଳିବେ । କାର୍ଯ୍ୟ ହାସଲ ପାଇଁ ବୁଦ୍ଧି ପ୍ରୟୋଗ କରିପାରନ୍ତି ।
ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ସତର୍କତାର ସହ କାର୍ଯ୍ୟ କଲେ ବିପଦକୁ ଏଡ଼ାଇ ଦେଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ପରଶ୍ରମର ଯଥାର୍ଥ ଫଳ ପ୍ରାପ୍ତ ହେବେ । ଦାନଧର୍ମରେ ଦୀକ୍ଷିତ ହେବେ । ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଫଳ ।
ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତି ଉପୁଜି ଥିବା ସମସ୍ୟା ଉପରେ ଉଚ୍ଚକର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବେ । ପରଶ୍ରମ ମୂଲ୍ୟ ମିଳିବ । କୃଷି କର୍ମରେ ଦକ୍ଷତା ପ୍ରଦର୍ଶନ କରିବେ । ବିନୀତ ସ୍ୱଭାବର ହୋଇପାରନ୍ତି । ପୁତ୍ର ଲାଳସା ରହିବ ।
ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତବ୍ୟକ୍ତି ସ୍ୱତଃ-ପ୍ରବୃତ୍ତ ହୋଇ କାର୍ଯ୍ୟ କରିପାରନ୍ତି । ଦିନଟି ସମସ୍ୟା ବହୁଳ ହୋଇ ମଧ୍ୟ କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରେ ସମ୍ମାନିତ ହେବେ । ମଘା ଓ ପୂର୍ବା ଫାଲ୍‌ଗୁନୀର ସାମାନ୍ୟ ଫଳ ।
ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତି ପରଧନରେ ଧନୀ ହୋଇପାରନ୍ତି । ଯୁବତୀ ମନୋରଞ୍ଜନକାରୀ ହେବେ । ରସିକ ଓ ବାଚାଳ ହୋଇପାରନ୍ତି । ହସ୍ତା ନକ୍ଷତ୍ର ଜାତବ୍ୟକ୍ତି କ୍ଷୀଣ ଦେହୀ ହେବା ଆଶାକରାଯାଏ ।
ଚିତ୍ରା ଓ ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି ସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ । ପ୍ରତାରକମାନଙ୍କୁ ଚିହ୍ନି ତାଙ୍କଠାରୁ ଦୂରେଇ ରହିବେ । ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ପାଇ ଯଶବୃଦ୍ଧି ହେବ । ଶୁଭକର୍ମରେ ନିୟୋଜିତ ହେବେ । ବିଶାଖାନକ୍ଷତ୍ରର ସାମାନ୍ୟ ଫଳ ।
ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ଗାଈ,ଗୋରୁ ପାଳନରେ ବିଶେଷ ଉପକୃତ ହେବେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ସୁସମ୍ୱାଦ ମିଳିବ । ସୌଭାଗ୍ୟ ବୃଦ୍ଧି ହେବ । ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ବିଶାଖା ଓ ଜ୍ୟେଷ୍ଠାର ସାମାନ୍ୟ ଫଳ ।
ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଆଦର, ସମ୍ମାନ ମିଳିବ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ପୂର୍ବାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତିଙ୍କର ମନ ଅସ୍ଥିର ରହିବ ।
ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବିଶିଷ୍ଟ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ମିଳିବ । ବନ୍ଧୁଙ୍କ ହିତ ସାଧନ କରିପାରନ୍ତି । ପ୍ରଭୂତ ସମ୍ପତ୍ତିର ଅଧିକାରୀ ହେବେ । ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଭ୍ରାତୃ ଅଶାନ୍ତି ଦେଖାଦେଇପାରେ ।
ଧନିଷ୍ଠା ଓ ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତି ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ । ତେଜୀୟାନ୍ ହୋଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ ।
ଉତ୍ତରାଭାଦ୍ର ଜାତବ୍ୟକ୍ତି ନଷ୍ଟ ହୋଇଥିବା ଦ୍ରବ୍ୟର ପୁନରୁଦ୍ଧାର କରି ସନ୍ତୁଷ୍ଟ ହେବେ । ବିଭିନ୍ନ ଦିଗରୁ ସହଯୋଗ ମିଳିବ । ବନ୍ଧୁସ୍ନେହୀ ହେବେ । ବ୍ୟବସାୟରୁ ଆଶାନୁରୂପ ଲାଭ ମିଳିବ । ପୂର୍ବ ଭାଦ୍ରପଦ ଓ ରେବତୀ ନକ୍ଷତ୍ରର ଅଶାନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments