OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 25th Oct 2020

Odia Rashiphala

Odia Rashiphala

ଆୟର ମାର୍ଗ ଉନ୍ମୁକ୍ତ ରହିଛି । ସୁସମ୍ୱାଦ ପାଇ ଖୁସି ହେବେ । କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦୃଢ଼ ପୌରୁଷ ଯୁକ୍ତ ହେବେ ।
ଭ୍ରମଣ ଯୋଗ ଅଛି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ମିଳିବ ଓ ତା’ର ସଦ୍‍ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଦାନ-ଧର୍ମକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ ।
କେବଳ ଯୋଗାଯୋଗ ଶୁଭଦାୟକ ହେବ । ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ । ଶୁଭକାର୍ଯ୍ୟ ବର୍ଜନୀୟ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଭ୍ରମଣ ବ୍ୟର୍ଥ ହୋଇପାରେ । ଅଷ୍ଟମ ଭାବରେ ଚନ୍ଦ୍ର ଓ ଶନି ଥିବାରୁ ସତର୍କ ରହିବେ ।
ସୁଖପୂର୍ଣ୍ଣ ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ସୁସ୍ୱାଦୁ ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିପାରନ୍ତି । ନାରୀ ଜାତିକୁ ସମ୍ମାନ ନ ଦେଲେ ଅସୁବିଧା ଉପୁଜି ପାରେ ।
ବନ୍ଧୁ ପ୍ରୀତି ବଳବତ୍ତର ହେବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ମିଳିବ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ସାମାନ୍ୟ ଆଘାତ ମିଳିପାରେ ।
ଯାତ୍ରା ଶୁଭଦାୟକ ହେବ । ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସୁସମ୍ୱାଦ ପାଇ ଉତ୍‌ଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶରୀର ଦୁର୍ବଳ ରହିବ ।
ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ । ଅସୁସ୍ଥତା ଅନୁଭବ କରିପାରନ୍ତି । ଶତ୍ରୁଭାବ ବୃଦ୍ଧି ହେଲେବି ଅନିଷ୍ଟ ହେବ ନାହିଁ ।
ଆଶୀର୍ବାଦଯୁକ୍ତ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଠାକୁରଙ୍କ ଦର୍ଶନ ପାଇ ଆତ୍ମତୃପ୍ତି ଲାଭ କରିବେ । ସରକାରୀ ସ୍ତରରୁ ଲାଭ ମିଳିବ । ନିରୀହ ଓ ପ୍ରମାଦହୀନ ହେବେ ।
ଉଚ୍ଚ ଆଶା ଫଳବତୀ ହେବ । ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି । ଜନସାଧାରଣଙ୍କର ଶ୍ରଦ୍ଧାଭାଜନ ହେବେ । ବ୍ୟବସାୟ ଲାଭଜନକ ହେବ । ରାଜ ପୂଜିତ ହେବେ । ବନ୍ଧୁଙ୍କ ସହିତ ମତାନ୍ତର ଘଟିପାରେ ।
ଅପେକ୍ଷାରତ ନ ହୋଇ ଉତ୍‍କ୍ଷଣାତ୍ କାର୍ଯ୍ୟର ଅଗ୍ରଗତି ଘଟାଇ ପାରନ୍ତି । ଆଶାବାଦୀ ହେବେ । ରୋଜଗାର ଦ୍ୱିଗୁଣିତ ହୋଇପାରେ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ପରଦତ୍ତ ଲୁବ୍ଧ ହୋଇପାରନ୍ତି ।
ପୂର୍ବାହ୍ଣରେ ଖର୍ଚ୍ଚାନ୍ତ ଯୋଗ ଥିବାବେଳେ ଅପରାହ୍ଣରୁ ଆୟର ମାର୍ଗ ଉନ୍ମୁକ୍ତ ରହିବ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ ।
ଶୁଭ ଖବର ପାଇ ମନ ପ୍ରଫୁଲ୍ଲ ରହିବ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ନାନା ସୁଖର ଅଧିକାରୀ ହେବେ । ଯଶସ୍ୱୀ ହେବେ । ଶତ୍ରୁ ବିଜୟୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments