OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 24th May 2020

Odia Rashiphala

Odia Rashiphala

ବନ୍ଧୁ ମିଳନ ଶୁଭଫଳଦାୟକ ହେବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଭ୍ରମଣ ଜନିତ ସୁଖ ମିଳିପାରେ । ଚେଷ୍ଟା ଫଳବତୀ ହେବ । ଧନ ଲାଭ ହୋଇପାରେ ।
ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି । କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ମାନ୍ୟତା ପ୍ରାପ୍ତ ହେବେ । ବିଭିନ୍ନ ସ୍ତରରୁ ଧନାଗମ ହେବ । ଉଚ୍ଚ ପଦ-ପଦବୀ ମିଳିପାରେ । ସଙ୍ଗୀତପ୍ରିୟ, ସୁଶୀଳ ଓ ଧର୍ମପ୍ରିୟ ହେବେ ।
ଆଳସ୍ୟ ଅନୁଭବ କରିବେ । ଶ୍ରେଷ୍ଠ ମାନ୍ୟତା ମିଳିପାରେ; ମାତ୍ର ପୁଣ୍ୟ ସହିତ ଧନକ୍ଷୟ ହେବାର ସୂଚନା ମିଳୁଛି । ସାମାନ୍ୟ ପରିମାଣର ଅର୍ଥ ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ ।
ସମ୍ମାନିତ ହେବେ । ନୀତିନିଷ୍ଠ ହୋଇପାରନ୍ତି । ବ୍ୟବସାୟରେ ଉନ୍ନତି ଘଟିବ । ମାନ୍ୟତା ପ୍ରାପ୍ତି ହୋଇପାରନ୍ତି । ଚାକିରିକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ସୃଷ୍ଟି ହୋଇଛି । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଉଛି । ଶତ୍ରୁକୁ ପରାସ୍ତ କରି ବିଜ୍ଞତାର ପରିଚୟ ଦେବେ ।
ଧନ-ଜନ-ଗୋପ-ଲକ୍ଷ୍ମୀ ସବୁ କିଛି ପ୍ରାପ୍ତ ହେବେ । ବହୁ ବିଦ୍ୟା ପାରଙ୍ଗମ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିବେ ।
ସେବା କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଭାଗ୍ୟବାନ୍ ହେବେ । ଜିତେନ୍ଦ୍ରିୟ ହୋଇପାରନ୍ତି । ସନ୍‌ମାର୍ଗୀ ହେବେ । ଧାର୍ମିକ ମନୋବୃତ୍ତିର ହୋଇପାରନ୍ତି । ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବେ । ସନ୍ତୋଷ ମିଳିବ ।
ଧନ-ସମ୍ପଦ ମିଳିବାର ସୁଯୋଗ ଅଛି । ଶତ୍ରୁ ନାଶ କରି ଆଶ୍ୱସ୍ତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ତେଜୀୟାନ୍ ହେବେ । ବନ୍ଧୁଙ୍କ ଉପରେ ବିପଦ ଅଛି । ବାହୁରେ ପୀଡ଼ା ଉପୁଜି ପାରେ । ସୁଖ ମିଳିବ । ଭୋଗୀ ଓ ବିଳାସୀ ହେବେ ।
ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ମିଷ୍ଟାନ୍ନ ଭୋଜନ ମିଳିପାରେ । ସ୍ୱାଭିମାନୀ ହେବେ । ବଂଶର ମର୍ଯ୍ୟାଦା ବଢ଼ାଇପାରନ୍ତି । ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ । ଶୁଭକାର୍ଯ୍ୟ ସ୍ଥଗିତ ରଖିବେ ।
ମନରେ ପ୍ରସନ୍ନତା ଦେଖା ଦେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କୃଷିରୁ ଲାଭ ମିଳିପାରେ । ବାଞ୍ଛିତ କାର୍ଯ୍ୟ କରିବାରେ ସକ୍ଷମ ହେବେ । ସୁଭାଷୀ ଓ ସୁମିତ୍ର ଯୁକ୍ତ ହେବେ ।
ସତ୍ୟନିଷ୍ଠ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରିପାରେ । ପାରିବାରିକ ସୁଖ ମିଳିବ । ଛଳନା ପୂର୍ବକ କାର୍ଯ୍ୟ ହାସଲ କରିବେ ।
ସୁଭାଷୀ ଓ ସୁ ବିଦ୍ୟାଯୁକ୍ତ ହୋଇପାରନ୍ତି । ଭୋଗବିଳାସର ସୁଯୋଗ ଅଛି । ଉତ୍ତମ ବସ୍ତ୍ରାଦିଯୁକ୍ତ ହେବେ। ଚଞ୍ଚଳମନା ହୋଇପାରନ୍ତି । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । କାର୍ଯ୍ୟ କ୍ଷେତ୍ରରେ ନିଜଜିଦ୍‌ରେ ଅଟଳ ରହିବେ ।
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବାର ସୂଚନା ମିଳୁଛି । ସତ୍‌କର୍ମରେ ବ୍ୟୟ କରିବାକୁ କୁଣ୍ଠା ପ୍ରକାଶ କରିପାରନ୍ତି । କାର୍ଯ୍ୟକ୍ଷେତ୍ର ଉତ୍ସାହଜନକ ହେବ । କୃଷି କର୍ମରେ ତତ୍ପର ହେବେ । ସୁସ୍ଥ ଓ ନିରାମୟ ରହିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments