OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 24th January 2021

Odia Rashiphala

Odia Rashiphala

ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ମାନସିକ ଅଶାନ୍ତି ଦୂର ହୋଇପାରେ । ନୀତି ନିଷ୍ଠ ବ୍ୟକ୍ତିଭାବେ ମାନ୍ୟତା ପ୍ରାପ୍ତ ହେବେ । କର୍ମକ୍ଷେତ୍ରରେ ଉତ୍ସର୍ଗିକୃତ ମନୋଭାବ ରହିବ । ଭାଗ୍ୟର ପରିବର୍ତ୍ତନ ଘଟିପାରେ ।
ଆୟ ବୃଦ୍ଧିର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ମଧୁର ସମ୍ଭାଷଣରେ ପରକୁ ଆପଣାର କରିପାରନ୍ତି ।
ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । କରିତ୍‌କର୍ମା ହେବେ ।
ଶୁଭ ସମାଚାର ପାଇ ପ୍ରପୁଲ୍ଲିତ ହୋଇପାରନ୍ତି । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସରକାରଙ୍କ କୃପା ପାତ୍ର ହୋଇପାରନ୍ତି ।
ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଧନାଗମ ହେବ । ମହିଳାମାନଙ୍କର ସାହାର୍ଯ୍ୟକାରୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପରୋପକାରରେ ବ୍ରତୀ ହୋଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅର୍ଥାଭାବର ସୂଚନା ମିଳୁଛି । ଉପୁଜି ଥିବା ସମସ୍ୟାର ସମାଧାନ ହେବା କଷ୍ଟସାଧ୍ୟ । ଋଣ ଭାର ବଢ଼ି ଯାଇପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚମାନ ଆରୋହଣ ଓ ଜଳଯାତ୍ରା ନିଷେଧ ।
ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ର ସଫଳ ଦାୟକ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ପତ୍ନୀ ଆପଣଙ୍କୁ ପତନ ମୁଖରୁ ରକ୍ଷା କରିବେ ।
ଉପକାର, ପ୍ରତ୍ୟୁପୋକାର ଭାବେ ବନ୍ଧୁଙ୍କ ସହାୟତା ପାଇବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ଋଣ ପରିଶୋଧ କରିବେ ।
ଅଧ୍ୟାପନା ପାଇଁ ପ୍ରସ୍ତୁତି ସ୍ୱରୂପ ପଢ଼ାପଢ଼ିରେ ମନୋନିବେଶ କରିବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶୁଭ ଖବର ପାଇଁ ଆନନ୍ଦ ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସନ୍ତାନ, ସନ୍ତତି ଆଶା ପୂରଣ ହୋଇପାରେ ।
ପରିଶ୍ରମ ସଫଳଦାୟକ ହେବ । ଯାନବାହନ ସୁଖ ମିଳିପାରେ । ବାସସ୍ଥାନ ପରିବେଶ ପ୍ରଦୂଷଣ ମୁକ୍ତ ରହିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । କାର୍ଯ୍ୟଧାରା ବାଧା, ବିଘ୍ନର ଊର୍ଦ୍ଧ୍ୱରେ ରହିବ । ନୀତି ନିଷ୍ଠ ଭାବେ କାର୍ଯ୍ୟ ଧାରା ଉନ୍ନତମାନର ହେବ ।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ । ଅଶାନ୍ତିର ମାତ୍ରା ହ୍ରାସ ହେବ । ଆସ୍ତିକଭାବାପନ୍ନ ହୋଇପାରନ୍ତି । ସରକାରୀ ସ୍ତରରୁ ଲାଭବାନ୍ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments