OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 23th June 2019

Odia Rashiphala

Odia Rashiphala

 ଭବିଷ୍ୟତ କାର୍ଯ୍ୟ ପାଇଁ ଚିନ୍ତା କରିବେ। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ପରଧନରେ ଧନୀ ହୋଇପାରନ୍ତି। ଯୁବତୀମାନଙ୍କ ମନୋରଞ୍ଜନ କରିବେ। ରସିକ ଓ ବାଚାଳ ହେବେ। ପ୍ରିୟଭାଷୀ ଧନଯୁକ୍ତ ହେବେ।
ବିପଦର ସମ୍ମୁଖୀନ ହୋଇପାରନ୍ତି। ସୁଖ-ସମ୍ମାନ ଲାଭ କରିପାରନ୍ତି। ବହୁଦିନର ଆଶା ପୂରଣ ହୋଇପାରେ। ଅର୍ଥ ପ୍ରାପ୍ତି ସୂଚନା ମିଳୁଛି। ଧାର୍ମିକ ହେବେ। ଶି‌ଳ୍ପୋଦ୍ୟୋଗୀ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ରସିକ ଓ ବାଚାଳ ହୋଇପାରନ୍ତି।
ବହୁ ବ୍ୟୟରେ କାର୍ଯ୍ୟ ହାସଲ କରିବେ। ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ଅଷ୍ଟମଚନ୍ଦ୍ର ଘାତଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସ୍ଥାନ ଆରୋହଣ, ଯାନ-ବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ। ଶାନ୍ତ, ନିପୁଣ, ମେଧାବୀ ଓ ଜିତେନ୍ଦ୍ରିୟ ହୋଇପାରନ୍ତି।
ବିଭିନ୍ନ ସ୍ତରରେ ଉଦ୍ୟମ କରି ଆର୍ଥିକ ସ୍ଥିତିକୁ ବୃଦ୍ଧି କରିବେ। ଅଧିକାଂଶ ସ୍ତରରୁ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଶାନ୍ତ, ନିପୁଣ ଓ ମେଧାବୀ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କତାର ସହ ଚଳିବାକୁ ପଡ଼ିବ।
 ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ସୁଖ-ସମ୍ମାନ ଲାଭ କରିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବନ୍ଧୁ ସହଯୋଗ ପାଇ ଉତଫୁଲ୍ଲିତ ହେବେ। ଚାଲୁ ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଦାମ୍ପତ୍ୟ ସୁଖ ମିଳିବ।
 ନୂତନ କର୍ମକ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇ ପାରନ୍ତି। ଏଥି ପାଇଁ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଧନ-ଜନ-ଗୋପ-ଲକ୍ଷ୍ମୀଙ୍କ ସହଯୋଗରୁ ଚତୁବର୍ଗ ପ୍ରାପ୍ତିର ଓ ଅର୍ଥ ସହ ପ୍ରୀତି ଲାଭ କରିପାରନ୍ତି। ବହୁ ସୁଖର ଅଧିକାରୀ ହେବେ।
 ଅର୍ଥାଭାବ ଦୂର କରିବେ। ମନ ଇଚ୍ଛା କିଛି ନ କରି ପରାମର୍ଶ ନେଇ କାର୍ଯ୍ୟ କରିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଉଚ୍ଚ ସମ୍ମାନର ସମ୍ମାନିତ ହେବେ। ସତସଙ୍ଗୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ପାଇଁ ସାମାଜିକ ଆଦର ମିଳିବ।
 ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟ କ୍ଷେତ୍ର ସହଜ ସୁଲଭ ହେବ। ଗୃହ ପରିବେଶ ମଙ୍ଗଳମୟ ହେବ। ବହୁ ଧନ, ପୁତ୍ର ଓ ଉତ୍ତମ ବଂଶୋଭବ କନ୍ୟା ଦ୍ୱାରା ଉପକୃତ ହେବେ।
 ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଘାତଚନ୍ଦ୍ର ଭୋଗ ହେତୁ, ଯାନ-ବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଚିତ୍ତରେ ପ୍ରସନ୍ନତା ଦେଖା ଦେବ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଲୋକ ସଂପର୍କରେ ଉନ୍ନତି ଘଟିବ।
ସ୍ମରଣ ହାନି ଘଟିପାରେ। ନିରୁତ୍ସାହିତ ହୋଇପାରନ୍ତି। ବ୍ୟୟବୃଦ୍ଧି ହେବା ସହିତ ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ତ୍ୟାଗଶୀଳ ହେବେ। ନୀତିନିଷ୍ଠ ହୋଇପାରନ୍ତି। ଚଞ୍ଚଳମନା ହେବେ। କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ।
କର୍ମକ୍ଷେତ୍ରରେ ଉତ୍ସାହ ଦ୍ୱିଗୁଣିତ ହୋଇପାରେ। ଆର୍ଥିକ ଲାଭର ସୂଚନା ମିଳୁଛି। ପାରିବାରିକ ଶାନ୍ତିଯୋଗୁଁ ଆନନ୍ଦିତ ହେବେ। ଧନବାନ୍ ହେବେ। ଅପାର ଗଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଉଣା ହେବ ନାହିଁ। ବଳିଷ୍ଠ ଓ ଶତ୍ରୁ ଦମନକାରୀ ହୋଇପାରନ୍ତି।
 ବେଳେବେଳେ ନିଜକୁ ଅସହାୟ ମନେ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ। ଏପରିକି ଝୁଣ୍ଟି ପଡ଼ି ଯାଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ଓ ଶ୍ରଦ୍ଧାଭାବ ରହିବ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ମଧରଭାଷୀ ହୋଇପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments