OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 23th Feb 2020

Odia Rashiphala

Odia Rashiphala

ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତିର ଆୟ ବୃଦ୍ଧି ହେବାର ସୂଚନା ମିଳୁଛି । କର୍ମକ୍ଷତ୍ରରେ ଉନ୍ନତି ଘଟିବ । ବିନୟୀ ସ୍ୱଭାବ ଓ ପ୍ରବଳ ପ୍ରତାପୀ ହେବେ । ଦୃଢ଼ମନା ବ୍ୟକ୍ତି ବିଶେଷ ହେବେ । ଅଶ୍ୱିନୀ ଓ କୃତ୍ତିକା ପ୍ରାୟ ସମଫଳ ।
ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ । ଦେବଦର୍ଶନ କରି ସମସ୍ତ କଳୁଷ ଦୂର କରିବେ । ଦାନ-ଧର୍ମକୁ ଆଦରି ନେବେ । ସନ୍‌ମାର୍ଗୀ ହେବେ । କୃତ୍ତିକା ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିର ମଧ୍ୟ ସାମାନ୍ୟ ଶୁଭ ।
ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭମାନୀ ଓ ମନ୍ତ୍ରଣାଦାତା ହେବେ । ମୃଗଶିରା ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି ।
ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ବନ୍ଧୁ ମିଳନରେ ଅପୂର୍ବ ସଫଳତା ପାଇବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ସର୍ବସୁଖର ଅଧିକାରୀ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ ।
ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଧୈର୍ଯ୍ୟ ଧରି ଅସାଧ୍ୟ ସାଧନ କରିପାରନ୍ତି । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ବାକ୍‌ପଟୁ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । ଶତ୍ରୁ ବିନାଶ କରିବେ । ମଘା ଓ ଉତ୍ତରା ଫାଲ୍‌ଗୁନୀ ସାମାନ୍ୟ ଶୁଭ ।
ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ବହୁଧନର ଅଧିକାରୀ ହେବେ । ମଧ୍ୟମ ଧରଣର ଶୁଭଫଳ ମିଳିବ । ବହୁବିଦ୍ୟା ପାରଙ୍ଗମ ଓ ଯଶସ୍ୱୀ ହେବେ ୱ୍। ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତିର ସାମାନ୍ୟ ଶୁଭଫଳ ।
ସ୍ୱାତୀ ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ପାରିବାରିକ ସୁଖ ମିଳିବ । ସମ୍ମାବିତ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଚିତ୍ରା ନକ୍ଷତ୍ରର ସାମାନ୍ୟ ଫଳ ।
ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି କଳହଠାରୁ ଦୂରେଇ ଯାଇ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଅର୍ଥପ୍ରାପ୍ତିର ସୁଯୋଗ ଜୁଟିଛି । ମନ ପ୍ରଫୁଲ୍ଲିତ ହେବ । ସାଧୁ ସେବା କର ଧନ୍ୟ ହେବେ । ଅନୁରାଧାର ଫଳ ସାମାନ୍ୟ ଶୁଭ ।
ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଶ୍ରମ ସାର୍ଥକ ହେବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଭାଗ୍ୟବାନ୍ ହୋଇପାରନ୍ତି । ଉତ୍ତରାଷାଢ଼ା ଓ ମୂଳା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ଶୁଭଫଳ ମିଳିବ; ମାତ୍ର ବହୁ ବିଳମ୍ବରେ ।
ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତି ଧର୍ମ-କର୍ମ ସଂପାଦନ କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ରୋଜଗାର ଆଶାନୁରୂପ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ଧନିଷ୍ଠା ଓ ଅଭିଜିତ ନକ୍ଷତ୍ରର ସାମାନ୍ୟ ଶୁଭଫଳ ।
ଶତଭିଷା ନକ୍ଷତ୍ର ଜାତବ୍ୟକ୍ତି ରୋଜଗାରକ୍ଷମ ହେବେ । ସରକାରୀ କିମ୍ୱା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ଚଞ୍ଚଳମନା ହୋଇପାରନ୍ତି । ଧର୍ମମତି ହେବେ । ସାଧନା ଫଳବତୀ ହେବ । ପୂର୍ବ ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ବ୍ୟବସାୟରୁ ଲାଭ ମିଳିବ । ଧନିଷ୍ଠାର ସାମାନ୍ୟ ଫଳ ।
ପୂର୍ବ ଭାଦ୍ର ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଘାତଚନ୍ଦ୍ର ଥାଇ ମଧ୍ୟ ବହୁ ଶୁଭଫଳ ଆଶା କରାଯାଏ । ସମ୍ମାନିତ ହେବେ । ଯାନବାହନ ସୁଖ ପାଇପାରନ୍ତି । ମନପ୍ରସନ୍ନ ରହିବ । ସରକାରୀ କୃପା ଲାଭ କରିବେ । ଉତ୍ତରା ଭାଦ୍ରପଦ ନକ୍ଷତ୍ରର ସାମାନ୍ୟ ଶୁଭ ଫଳ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments