OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 22th Nov 2020

Odia Rashiphala

Odia Rashiphala

ଆପଣ କେଉଁ କାର୍ଯ୍ୟ କରିବେ; ତାହା ବିଚରାଧୀନ ଅଛି । ଧନ ଲାଭର ସୂଚନା ମିଳୁଛି । ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । କଳ୍ପନା ବିଳାସୀ ହେବେ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ସରକାରୀ ଅର୍ଥ ମିଳି ପାରେ ।
ସୁଖ ସମ୍ମାନ ଲାଭ କରିପାରନ୍ତି । ମନସ୍କାମନା ପୂରଣ ହୋଇପାରେ । ବିବାଦରେ ବିଜୟୀ ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ମୂଲ୍ୟବାନ୍ ଧାତୁଦ୍ରବ୍ୟ ପ୍ରାପ୍ତ ହେବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଗୁଣଜ୍ଞ ହେବେ ।
ନିର୍ଭରଶୀଳ ନ ହୋଇ ସ୍ୱଇଚ୍ଛାରେ କାର୍ଯ୍ୟ କରିପାରନ୍ତି । ପରୋପକାରୀ ହେବେ । ନିଜର ଶ୍ରେଷ୍ଠତା ପ୍ରତିପାଦନ କରିପାରନ୍ତି । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ ।
ଯାତ୍ରା ଶୁଭଦାୟକ ହେବ । ସାମାନ୍ୟ ଶାରୀରିକ କ୍ଳେଶ ଭୋଗ କରିପାରନ୍ତି । ରାହୁଙ୍କ ଏକାଦଶ ଭାବ ଯୋଗୁଁ ବ୍ୟବସାୟ ଲାଭଜନକ ହେବ । ସରକାରୀ ମାନ୍ୟତା ମିଳିବ । ଅଷ୍ଟମଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବେ ।
ବିବାଦରେ ସୁବିଦ୍ୟା ଲାଭର ସୂଚନା ମିଳୁଛି । ସୁଖ ସନ୍ତୋଷ ଲାଭ କରିପାରନ୍ତି । ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି । ପତ୍ନୀଙ୍କ ଠାରୁ ଯଥାର୍ଥ ସହାୟତା ପାଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସର୍ବାଙ୍ଗୀନ ଉନ୍ନତି ହେବ ।
ମନରେ ଅହଂଭାବ ପୋଷଣ କରିପାରନ୍ତି । ସୁଖ ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବ । ଶତ୍ରୁବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । କରଜ ଶୁଝିବେ ।
ପାରିବାରିକ ବୁଝାମଣା ଉତ୍ତମ ହେବ । ସମୃଦ୍ଧିର ଅୟମାରମ୍ଭ ହେବ । ସନ୍ତାନ ଲାଭର ସୂଚନା ମିଳୁଛି । ବୁଦ୍ଧିମାନ୍ ହେବେ । ଧନ ସହିତ ସରକାରୀ ମାନ୍ୟତା ମିଳିବ । ପୁତ୍ର ସୁଖ ମିଳିପାରେ । ପରୋପକାରୀ ହେବେ । ସୁଖଭୋଗ କରିବେ ।
କୃଷି କ୍ଷେତ ଲାଭଦାୟକ ହେବ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । ସୁମିଷ୍ଟ ଭୋଜନରେ ଆପ୍ୟାୟିତ ହେବେ । କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ଆସିବ । କୁଳ ପ୍ରଧାନ ହେବେ । ଧନାନ୍ୱିତ ହେବେ ।
ଅଧିକ ଶ୍ରମ ସ୍ୱୀକାର କରିବାକୁ ହେବ । ଅର୍ଥ ସଞ୍ଚୟ କରିପାରନ୍ତି । ବୁଦ୍ଧି ଚାଳନା କରି କାର୍ଯ୍ୟକ୍ଷେତ୍ରରେ ଆଗୁସାର ହେବେ । ଭ୍ରମଣ ସୁଖ ମିଳିପାରେ । ସକଳ ଗୁଣର ଆଧାର ହେବେ । ସୁଖ ଭୋଗ କରିବେ । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ ।
ଆଶାବାଦୀ ହେବେ । ଧନାଗମର ସୂଚନା ମିଳୁଛି । ଗୁରୁକୃପା ଲାଭ କରିପାରନ୍ତି । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ ।
ସଙ୍ଗୀତରେ ଆନନ୍ଦ ଅନୁଭବ କରିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ଉପାର୍ଜନ ଊଣା ହେବ ନାହିଁ । ସୁସ୍ଥ ଓ ନିରାମୟ ରହିବେ । ମାନ ସମ୍ମାନ ମିଳିବ ।
ପାରିବାରିକ ସମସ୍ୟାରେ ବ୍ୟସ୍ତ ରହିବେ । ଦେବ, ବାହ୍ମଣ ଭକ୍ତ ହୋଇପାରନ୍ତି । ପତ୍ନୀଙ୍କ ଉପଦେଶକୁ ପ୍ରାଧାନ୍ୟ ଦେବେ । କରିତ୍‍କର୍ମା ହେବେ । ଧର୍ମାଶକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ର ହେତୁ ସୁଖ ଭୋଗ କରିବେ । ଖର୍ଚ୍ଚାନ୍ତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments