OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 20th Oct 2019

Odia Rashiphala

Odia Rashiphala

ମନ ପ୍ରଫୁଲ୍ଲ ରହିବ । ସମ୍ମାନିତ ହେବା ଆଶା କରାଯାଏ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ବୈଶିଷ୍ଟ୍ୟତା ପ୍ରକାଶ ପାଇବ । ସୁଖୀ ହେବେ । ଆନନ୍ଦ ଉଲ୍ଲାସ ଲାଗି ରହିବ । ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ ।
ମଧ୍ୟମ ଧରଣର ଶୁଭଫଳ ମିଳିବ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖଭୋଗ କରିବେ । ମନ୍ତ୍ରଣାଦାତା ହୋଇପାରନ୍ତି । କାବ୍ୟ ରଚନାରେ ପାରଙ୍ଗମ ହେବା ଆଶା କରାଯାଏ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । କାର୍ଯ୍ୟ କରିବା ପାଇଁ ମନରେ ଉତ୍ସାହ ବୃଦ୍ଧି ପାଇବ । ସତ୍‌କର୍ମରେ ବ୍ୟୟ କରି ପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ଧନମାନ୍ ଓ ଗୁଣଯୁକ୍ତ ହେବେ ।
ନିଷ୍ଠାର ସହ କାର୍ଯ୍ୟଭାର ତୁଲାଇବେ । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ତଥାପି ଆର୍ଥିକ ଅଭିବୃଦ୍ଧି ମନରେ କିଛିଟା ସନ୍ତୋଷ ଆଣି ଦେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ମିଷ୍ଟଭାଷୀ ହେବେ ।
ଧୈର୍ଯ୍ୟର ସହ କାର୍ଯ୍ୟକଲେ ଲାଭବାନ୍ ହେବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ସନ୍‌ମାର୍ଗୀ ହେବେ । କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିବେ । ପ୍ରଭୂତ ବିତ୍ତର ଅଧିକାରୀ ହେବେ ।
ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ସରକାରୀ ଧନ ପାଇବାର ସୁଯୋଗ ଅଛି । ଗୃହ ପରିବେଶ ଆନନ୍ଦଦାୟକ ହେବ । ଉତ୍ତମ ଗୁଣର ଆଧାର ହୋଇପାରନ୍ତି । ବହୁବିଧ ଧନ ମିଳିବ । କୀର୍ତ୍ତିମାନ୍ ହେବେ ।
ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ବିଭିନ୍ନ ସହଯୋଗ ମିଳିବ । ବନ୍ଧୁ ମିଳନ ଘଟିପାରେ । ସତ୍‌ସଙ୍ଗୀ ହେବା ଆଶାକରାଯାଏ । ପଡ଼ୋଶୀଙ୍କ ସହିତ ସଦ୍‌ଭାବନା ଅବ୍ୟାହିତ ରହିବ । ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଯଶସ୍ୱୀ ହେବେ । ଶୁଭକର୍ମରେ ଯୋଗ ଦେବେ ।
ଅଯଥାରେ ବ୍ୟୟ ବୃଦ୍ଧି ହୋଇପାରେ । ଧନ କ୍ଷୟ ହେବାର ସୂଚନା ମିଳୁଛି । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଐକତ୍ର ଭୋଗ ହେଉ ଥିବାରୁ ଉଚ୍ଚସ୍ଥାନ ଆରୋହଣ ନ କରିବା ଉଚିତ । ଜଳଯାତ୍ରାରୁ ବିରତ ରୁହନ୍ତୁ । ବ୍ୟବସାୟରେ ସାମାନ୍ୟ ଲାଭହେବ ।
ଆୟ ଧୀରେଧୀରେ ବୃଦ୍ଧି ପାଇବ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଅସୁସ୍ଥତାରୁ ଆରୋଗୀ ହୋଇପାରନ୍ତି । ଚିନ୍ତାରୁ ମୁକ୍ତି ମିଳିବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି ।
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କେତେକ କ୍ଷେତ୍ରରେ ନିରବତା ଅବଲମ୍ବନ କରିପାରନ୍ତି । ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଅଭୀଷ୍ଟ ସିଦ୍ଧି ହେବାର ସୂଚନା ମିଳୁଛି । ସୁସ୍ଥ ରହିବେ । ଶତ୍ରୁ ବିାନଶ କରି ଆଶ୍ୱସ୍ତ ହେବେ ।
ଏକ ନୂଆ କାର୍ଯ୍ୟରେ ସମୟ ବିତାଇ ପାରନ୍ତି । ମାତ୍ର ଏହି କାର୍ଯ୍ୟରେ ସହଯୋଗ ମିଳିପାରୁ ନାହିଁ । କର୍ମ ଚିନ୍ତାରେ ଚିନ୍ତିତ ହେବେ । ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହୋଇପାରନ୍ତି । ତେଜୀୟାନ୍ ହେବେ । ପ୍ରଚୁର ଧନ ମିଳିପାରେ ।
ପରିବାରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଭବ୍ୟ ସମ୍ବର୍ଦ୍ଧନା ମିଳିପାରେ । ମନରେ ସେବା ଭାବନା ଜାଗ୍ରତ ହେବ । ପୂଜାର୍ଚ୍ଚନାରେ ଲିପ୍ତ ହୋଇପାରନ୍ତି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments