OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 20th Dec 2020

Odia Rashiphala

Odia Rashiphala

ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।
ସ୍ଥିରମତି ଓ ଧୀର କର୍ମପ୍ରବଣ ହେବେ । ସାଧାରଣ କ୍ଷେତ୍ରରେ ପ୍ରଶଂସିତ ହେବେ । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ଶରୀର ସୁସ୍ଥ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।
କାର୍ଯ୍ୟ ସରସ, ସୁନ୍ଦର ଓ ସହଜ ବୋଧଗମ୍ୟ ହେବ । ଭାଗ୍ୟଶାଳୀ ହେବେ । ଭୋଗବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ସୁଖୀ ହେବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ୱଭାବର ହେବେ । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ସୁଖ ସମ୍ଭୋଗରେ ସମୟ ଅତିବାହିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାପ୍ରତି ମନ ବଳାଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ସୁଖ ମିଳିବ ।
ମିଳିଥିବା ସୁଯୋଗକୁ ହାତଛଡ଼ା କରିବେ ନାହିଁ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ୱାଦ ମିଳିବ ।
ନକ୍ଷତ୍ର ଶୁଭହେତୁ ଶୁଭକର୍ମ ପାଇଁ ମନ ପ୍ରବର୍ତ୍ତାଇବେ। କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭ ହେବାର ସୂଚନା ମିଳୁଛି । ଲଟେରୀ ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ ।
ଆପଣଙ୍କ କଥାରେ ଯଥାର୍ଥତା, ଉଚ୍ଚ କର୍ତ୍ତୃପକ୍ଷ ହୃଦବୋଧ କରିପାରନ୍ତି । ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସୁସ୍ଥ ରହିବେ । କୃଷି କର୍ମକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ ।
କାର୍ଯ୍ୟକୁ କରାୟତ କରି ପ୍ରଶଂସାର ପାତ୍ର ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଈଶ୍ୱରବିଶ୍ୱାସୀ ହେବେ । ମଧୁରଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ମିଳିବ ।
ପରାମର୍ଶ ନ ନେଇ ସ୍ୱଇଚ୍ଛାରେ କରିବା ଲାଭପ୍ରଦ ହେବା କଷ୍ଟସାଧ୍ୟ । ଭାଗ୍ୟଶାଳୀ ହୋଇପାରନ୍ତି । ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ । ସାହସୀ ହେବେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ ।
ଯୋଗାଯୋଗ ଶୁଭଦାୟକ ହେବ । କଥାବାର୍ତ୍ତା ସୌଜନ୍ୟପୂର୍ଣ୍ଣ କରିପାରନ୍ତି । ଏଶ୍ୱର୍ଯ୍ୟଯୁକ୍ତ ହେବେ । ରଣକ୍ଷେତ୍ରରେ ନ୍ୟାୟିକ ଆଚରଣ କରିପାରନ୍ତି । ମାଲିମୋକଦ୍ଦମାରେ ବଜିୟୀ ହେବେ । ଧନଲାଭର ସୂଚନା ମିଳୁଛି । ବିଦ୍ୱାନ ଓ ଶାସ୍ତ୍ରଜ୍ଞ ହେବେ ।
ସମସ୍ୟା ସମାଧାନରେ ଯତ୍ପରୋନାସ୍ତି ଚେଷ୍ଟା କରିବେ । କର୍ମଚଞ୍ଚଳ ରହିବେ । ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ । ସାହସୀ ଓ ଜ୍ଞାନୀ ହୋଇପାରନ୍ତି । ମଧୁର କଥାରେ ପରକୁ ଆପଣାର କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments