OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 18th April 2021

Odia Rashiphala

Odia Rashiphala

ମନ ପ୍ରସନ୍ନ ରହିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଦେବ ଦର୍ଶନରେ ଆତ୍ମସନ୍ତୋଷ ଲାଭ କରିବେ । ଅଶାନ୍ତି ଦୂର ହୋଇପାରେ । ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି ।
ଲୋଭଗ୍ରସ୍ତ ହୋଇ ପାରନ୍ତି । ଧନଲାଭକାରୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ନିତ୍ୟାନନ୍ଦ ଭୋଗ କରିବେ । ଗୁଣବାନ୍ ହେବେ । ବହୁବିଦ୍ୟା ପାରଙ୍ଗମ ହେବା ଆଶା କରାଯାଏ । ନୀତିନିଷ୍ଠ ବ୍ୟକ୍ତିଭାବେ ପୂଜ୍ୟ ପୂଜାର ପାତ୍ର ହେବେ ।
ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ ।
ପଥରୋଧ କରିବାକୁ ଉଦ୍ୟମ ଚଳାଉଥିବା ବ୍ୟକ୍ତି ବିଫଳ ହୋଇପାରନ୍ତି । ଦାନ ଧ୍ୟାନରେ ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ । ବ୍ୟବସାୟ ଲାଭଜନକ ହେବ । ସରକାରୀ ସମ୍ମାନ ମିଳିବ ।
ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭର ସୂଚନା ମିଳୁଛି ।
ସୁ ସମ୍ୱାଦ ପାଇ ପ୍ରଫୁଲ୍ଲିତ ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ଗଢ଼ି ତୋଳିବେ । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଘାତଚନ୍ଦ୍ର ପାଇଁ ସତର୍କ ରହିବେ ।
ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ସମର୍ପିତ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି । ପ୍ରତିଦ୍ୱନ୍ଦ୍ୱିତାରେ କୃତିତ୍ୱ ଅର୍ଜନ କରିବେ ।
ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ବିଭିନ୍ନ ସ୍ତରରୁ ପ୍ରଶଂସା, ସ୍ନେହ, ସହାନୁଭୂତି ମିଳିବ । ଯାନବାହନ ସୁଖ ମିଳିପାରେ । ଗ୍ରାମର ଅଧିପତି ହୋଇପାରନ୍ତି । ପରାକ୍ରମଶାଳୀ ହେବେ । ବହୁ ବ୍ୟକ୍ତିଙ୍କ ପୋଷକ ହୋଇପାରନ୍ତି ।
ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । କାର୍ଯ୍ୟ କୁଶଳତା ପାଇଁ ଆନନ୍ଦ ଉପଭୋଗ କରିବେ ।
ବନ୍ଧୁ ସହାୟତା ପାଇ ଶତ୍ରୁକୁ ପରାଜିତ କରିପାରନ୍ତି । ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ମିଳିବ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଋଣ ପରିଶୋଧ କରିବାରେ ସକ୍ଷମ ହେବେ ।
ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁ ସମ୍ୱାଦ ଶୁଣି ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ଧର୍ମବଳ ଅତୁଟ ରହିବ ।
ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଶାନ୍ତ ଓ ମେଧାବୀ ହେବେ । ଦୟାଳୁ ସ୍ୱଭାବର ହେବେ । ଜିତେନ୍ଦ୍ରୀୟ ହୋଇପାରନ୍ତି । ବିଦ୍ୱାନ୍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments