OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 17th November2019

Odia Rashiphala

Odia Rashiphala

ଦକ୍ଷତାର ସଦୁପଯୋଗ କରିପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ପାରିବାରିକ ସୁଖ ମିଳିବ । ସମାଜ ସେବା ପ୍ରତି ଆଗ୍ରହୀ ହେବେ । ସୁଖ, ଧନ, ପୁତ୍ର, କଳତ୍ର ଓ ମିତ୍ରଯୁକ୍ତ ହେବେ । ଯାନବାହନ ସୁଖ ମିଳିବ । ଭାଇଙ୍କ ଉପରେ ବିପଦ ଅଛି ।
ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଭିନ୍ନ ଭିନ୍ନ ସୂତ୍ରରୁ ସହାୟତା ମିଳିବ । ବହୁଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଲାଭ ହେବ । ସୁନ୍ଦର ଅବୟବ ଓ ସୁଖୀ ହୋଇପାରନ୍ତି । ଚନ୍ଦ୍ର ପାପଯୁକ୍ତ ହେତୁ କିଛିଟା ସମସ୍ୟା ଦେଖା ଦେବ ।
ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ଧନଲାଭ ହେବାର ସୂଚନା ମିଳୁଛି । ଯେଉଁ ଭୋଜନ ମିଳିବ ସେଥିରେ ତୃପ୍ତିର ପ୍ରଶ୍ନ ଉଠୁ ନାହିଁ । ଚିନ୍ତାଧାରା ମହତ ହେଲେ ବି ବନ୍ଧୁ ସହାୟତା ମିଳିବା କଷ୍ଟସାଧ୍ୟ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।
ଭ୍ରମଣ ଆନନ୍ଦଦାୟକ ହେବ । ପଥରୋଧ ଘଟିପାରେ । ଖର୍ଚ୍ଚ ପରିମାଣ ବୃଦ୍ଧି ହେବ । ଧନ-ଧାନ୍ୟ ବୃଦ୍ଧି ହେବାର ସୁଯୋଗ ଅଛି । ସରଳ ଓ ନିରାଡମ୍ବର ପ୍ରଦର୍ଶନ କରି ଲୋକମାନଙ୍କ ପ୍ରିୟଭାଜନ ହେବେ । ପ୍ରତ୍ୟେକ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଉଦ୍ୟମ କରିବେ ।
ସମ୍ମାନିତ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବିବାଦମୁକ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ସରକାରୀ ସ୍ତରରେ ନିଜର ପ୍ରଭାବ ବିସ୍ତାର କରିପାରନ୍ତି । ମାନସିକ ଅଶାନ୍ତି ଦୂର ହେବ ।
ନିଜର ଦୁର୍ବଳତା ଅନୁଭବ କରି ସକ୍ରିୟ ହେବାକୁ ଉଦ୍ୟମ ଜାରି ରଖି ପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ସରକାରୀ ଅର୍ଥ ମିଳିପାରେ । ଉତ୍ତମ ଗୁଣର ଆଧାର ହୋଇପାରନ୍ତି । କିଛି କଷ୍ଟ ଭୋଗ କରି ଶତ୍ରୁ ବିନାଶ କରିବେ ।
ପରିଶ୍ରମର ମୂଲ୍ୟ ମିଳିବ । ଶତ୍ରୁବିନାଶ କରିବେ । ଧନ ଭୋଗର ସୂଚନା ମିଳୁଛି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ତେଜୀୟାନ୍ ହୋଇପାରନ୍ତି । ବାହୁରେ ପୀଡ଼ା ଉପୁଜି ପାରେ । କୁଳ ପ୍ରଧାନ ହେବେ । ମିଷ୍ଟାନ୍ନ ଭୋଜନ ମିଳିପାରେ । ଲାଗି ରହିଥିବା ଅସ୍ଥିରତା ଦୂର ହେବ ।
ହର୍ଷ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି । ଶୁଦ୍ଧଭାଷା ପ୍ରୟୋଗ କରି ବିଶିଷ୍ଟ ବ୍ୟକ୍ତିଙ୍କ ଦୃଷ୍ଟି ପଥାରୁଢ଼ ହେବେ । ଧନଶାଳୀ ହୋଇପାରନ୍ତି । ମୁକ୍ତା ସଂଗ୍ରହ କରିପାରନ୍ତି । କାଠ, ଲୁହା, ପଥର ତୃଣ ଓ ଅଙ୍ଗାର ବ୍ୟବସାୟ ଲାଭଜନକ ହେବ ।
କର୍ମକ୍ଷେତ୍ରରେ ଉପୁଜିଥିବା ଅଶାନ୍ତି ଦୂର ହେବ । ଆମୋଦ-ପ୍ରମୋଦରେ ସମୟ ବିତାଇ ପାରନ୍ତି । ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ । ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ପ୍ରାପ୍ତ ହେବେ । ବନ୍ଧୁ ସହାୟତା ମିଳିବ ।
ଦୃଢ଼ମନୋବଳ ନେଇ କାର୍ଯ୍ୟ କରିବେ । ସମୃଦ୍ଧିର ମୂଳଦୁଆ ପକାଇ ପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଶ୍ରେଷ୍ଠପଦ-ପଦବୀରେ ଆସୀନ ହୋଇପାରନ୍ତି । ବିକ୍ରମୀ ହେବେ । ସନ୍‌ମାର୍ଗୀ ହେବେ । ଶତ୍ରୁବିନାଶ କରି ଆଶ୍ୱସ୍ତ ହେବେ ।
ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ପ୍ରତିରୋଧକୁ ଏଡ଼ାଇ କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୁଯୋଗ ଜୁଟିଛି । ଯାନବାହାନ ସୁଖ ମିଳିପାରେ । ସରକାରୀ ଅର୍ଥ ମିଳିବ । ପ୍ରଚୁର ପରିମାଣର ଅର୍ଥାଗମ ହେବ ।
ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ନୀତିବାଦୀ ହେବେ । ବୁଦ୍ଧିମାନ୍ ହୋଇପାରନ୍ତି । ମହାପ୍ରତାପୀ ହେବେ । ଜନ ବଲ୍ଲଭ ଭାବେ ସର୍ବ ସାଧାରଣଙ୍କ ଠାରୁ ଆଦର ମିଳିବ । ଚତୁର ହେବେ । ଧନଯୁକ୍ତ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments