![]() |
ପରିସ୍ଥିତି ଆୟତ୍ତାଧୀନ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନ କରିବାର ସୌଭାଗ୍ୟ ଉଦୟ ହୋଇଛି । ଅଶାନ୍ତିର ଉପଶମ ହେବ । ସରକାରୀ ସ୍ତରରୁ ଲାଭ ମିଳିବ । |
![]() |
ସତର୍କ ନ ରହଲେି ଶତ୍ରୁମାନେ ଆକ୍ରମଣ କରିପାରନ୍ତି; ଶତ୍ରୁମାନେ ସୁଫଳ ପାଇବେ ନାହିଁ । ଆକସ୍ମିକ ସମସ୍ୟା ଦେଖା ଦେଲେ ବି ଯାନବାହନ ସୁଖ ମିଳିବ । ଯେତେ ଧନାଗମ ହେଲେ ବି ଅର୍ଥ କଷ୍ଟ ଲାଗି ରହିବ । ନିଜ ସ୍ୱାସ୍ଥ୍ୟକୁ ଜଗି ଚଳିବେ । |
![]() |
ପୈତୃକ ସମ୍ପତ୍ତି ଉଦ୍ଧାର କରିବାରେ ସକ୍ଷମ ହେବେ । ଆଶାବାଦୀ ହେବେ । ରୋଜଗାର ଯଥେଷ୍ଟ ପରିମାଣର ହେବ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ଉତ୍ତମ ଭୋଜନ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନ ସଖପ୍ରଦ ହେବ । |
![]() |
ନୂତନ କର୍ମରେ ଯୋଗଦାନ କରିପାରନ୍ତି । ବିବାଦୀୟ ପରିସ୍ଥିତି ଉପୁଜିପାରେ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ସବୁଠୁ ଭଲ । ଉତ୍ତମ ମିତ୍ର, ପୁତ୍ରବତ୍ ସମ୍ପଦ ଲାଭ ହେବ । ଧନଲାଭ ହେବ । ବାଗ୍ମୀ ହେବେ । |
![]() |
ଗୃହରୁ ଆନନ୍ଦ ପାଇବେ । ସୁସମ୍ପାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ଆଗ୍ରହୀ ହେବେ । ଜ୍ଞାନ ଅର୍ଜନ ପାଇଁ ଲାଗି ପଡ଼ିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଦିନଟି ମଧ୍ୟମ ଧରଣର । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । |
![]() |
ବିଚାର ଧାରାରେ ଦ୍ୱନ୍ଦ୍ୱ ଉପୁଜିପାରେ । ବିଭିନ୍ନ ସୂତ୍ରରୂ ଧନଲାଭର ସୂଚନା ମିଳୁଛି । ସୁ-ସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ । କର୍ମରେ ସଫଳତା ଲାଭ କରିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ କରଣୀୟ, ବିଜୟୀ ହେବେ । |
![]() |
ଆୟ ହ୍ରାସ ପାଇପାରେ । ପଡ଼ୋଶୀଙ୍କ ସହ ସଦ୍ଭାବନାରେ ଚଳିବେ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦରେ ବିଜୟୀ ହେବେ । ଭକ୍ତିଗାଥା ଶୁଣି ଖୁସି ହେବେ । |
![]() |
କାର୍ଯ୍ୟ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଚାପ ବଢ଼ିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କାର୍ଯ୍ୟର ସୁଫଳ ରୂପାୟନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କତାର ସହ ଚଳିବେ । |
![]() |
ନିଜ କାର୍ଯ୍ୟ ପାଇଁ ଆନନ୍ଦ ଅନୁଭବ କରିବା ସହିତ ଗର୍ବିତ ହୋଇପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକୁ କା୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସୁଖାଦ୍ୟ ପାଇ ଆନନ୍ଦ ଅନୁଭବ କରିବେ । |
![]() |
ବନ୍ଧୁସହାୟତା ପାଇଁ ଚଳାଇଥିବା ଚେଷ୍ଟା ଫଳବତୀ ହେବ । ବୀରତ୍ୱ ପ୍ରକାଶ ପାଇଁ ଉଦ୍ୟମ ଜାରି ରଖିବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ମିଳିବ । ଦିନଟି ଶୁଭଙ୍କର । ଋଣ ପରିଶୋଧ କରିପାରନ୍ତି । |
![]() |
ଯାତ୍ରାଦିରେ ସମ୍ମିଳିତ ହୋଇପାରନ୍ତି । ସମୟ କାଟ-ଛାଣ୍ଟ କରି ଅଧ୍ୟୟନରତ ହେବେ । ଯେ କୌଣସି ସୂତ୍ରରୂ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁ-ସମ୍ବାଦ ପାଇ ଖୁସି ହେବେ । ଦିନଟି ମଧ୍ୟମ ଧରଣର । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ । |
![]() |
ଦିନସାରା କାର୍ଯ୍ୟବ୍ୟସ୍ତ ରହିପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି । ଅଧିକ ପରିଶ୍ରମ ପଡ଼ିଲେ ବି ତା’ର ମୂଲ୍ୟାଙ୍କନ ହୋଇପାରେ । ଉପଯକ୍ତୁ ପରାମର୍ଶଦାତା ହେବେ। ଦେବ-ଦ୍ୱିଜ ପରାୟଣ ହେବେ। |