OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 16th Aug 2020

Odia Rashiphala

Odia Rashiphala

ମନ ଫୂର୍ତ୍ତି ରହିବ । ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି । ଧର୍ମପରାୟଣ ହେବେ । ମଧୁରଭାଷୀ ହେବେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ନିଜ ଭଉଣୀଠାରୁ ସୁଖ ସମ୍ମାନ ମିଳିବ ।
ସୁଖ-ସମ୍ମାନ ଲାଭ କରିପାରନ୍ତି । ଭାଗ୍ୟଶାଳୀ ହେବେ । ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ବିଦ୍ୟାରୂପକ ମହାଧନ ପ୍ରାପ୍ତିର ଆଶାୟୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ର ସୁଖ ମିଳିବ । ଧନାଗମ ହେବ ।
ଉତ୍ସାବାଦିରେ ଯୋଗଦାନ କରିପାରନ୍ତି । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ସୈନିକମାନେ ବୀରତ୍ୱ ପ୍ରଦର୍ଶନ କରି ସୁଖୀ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ଭୋଜନ ତୃପ୍ତିଦାୟକ ହେବ ।
ଉତ୍ସାବାଦି ପାଇଁ ଅଧିକ ବ୍ୟୟ କରିବେ । କର୍ମଚଞ୍ଚଳ ରହିପାରନ୍ତି । ଚକ୍ଷୁରେ ସାମୟିକ ଭାବେ ପୀଡ଼ା ଅନୁଭବ କରିବେ । ମଧୁର ଭାଷାରେ ପରକୁ ଆପଣାର କରିବାରେ ସକ୍ଷମ ହେବେ । ସାହସୀ ହେବେ ।
ଦେଶପ୍ରେମରେ ମଜ୍ଜି ପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । କର୍ମଚଞ୍ଚଳ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ଆତିଥ୍ୟ ଗ୍ରହଣ କରି ଉତ୍ସାବାଦିରେ ଯୋଗ ଦେଇପାରନ୍ତି । ପରିଶ୍ରମ ପଡ଼ିଲେ ବି ତାହା ସୁଖଦାୟକ ହେବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ସୁସ୍ଥ ରହିବେ । ଦୟାଳୁ ସ୍ୱଭାବର ହେବେ । ଯଶସ୍ୱୀ ହୋଇପାରନ୍ତି ।
ଶିଶୁ ବତ୍ସଳ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ସଦ୍ଭାବନା ବଜାୟ ରଖିବେ । ଭାଗ୍ୟଶାଳୀ ହେବେ । ଭୋଗବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି ।
ସ୍ୱାଭିମାନୀ ହେବେ । କର୍ମକ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିପାରନ୍ତି । ସନ୍ମାର୍ଗୀ ହେବେ । ଜ୍ଞାନ-ଗରିମାଯୁକ୍ତ ହେବେ । ପ୍ରଭୂତ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେତୁ ଅତି ସତର୍କରେ ଚଳିବାକୁ ପଡ଼ିବ ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲୋକମାନଙ୍କୁ ଆକର୍ଷିତ କରିପାରନ୍ତି । ସେବା ମନୋଭାବକୁ କାର୍ଯ୍ୟରେ ଲଗାଇ ସନ୍ତୁଷ୍ଟ ହେବେ । ବ୍ୟବସାୟ ଲାଭଜନକ ହେବ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ସୁଖୀ ହେବେ ।
ମନ ମଧ୍ୟରେ ଉଚ୍ଚତର ଭାବନା ସୃଷ୍ଟି ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ସୁଖୀ ହେବେ ।
କର୍ମଚଞ୍ଚଳ ରହିବେ । ସ୍ୱାଧୀନତା ଦିବସର ଅନୁଚିନ୍ତାକୁ ସାଧାରଣରେ ବ୍ୟକ୍ତ କରି ପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ବିଦ୍ୟାବାନ୍ ହେବେ ।
ମନ ପ୍ରଫୁଲ୍ଲ ରହିବ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମକୁ ଅଗ୍ରାଧିକାର ଦେଇପାରନ୍ତି । ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷି କର୍ମକୁ ତ୍ୱରାନ୍ୱିତ କରିପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments