OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 15th March 2020

Odia Rashiphala

Odia Rashiphala

ସୁଯୋଗ ଓ ଦୁର୍ଯୋଗ ସମାନ୍ତରାଳ ଗତି କରୁଛନ୍ତି । ଭୋଗାସକ୍ତ ବିନୀତ ସ୍ୱଭାବ, ନିତ୍ୟାନନ୍ଦଯୁକ୍ତ, ଗୁଣବାନ୍ ଓ ବହୁବିଦ୍ୟା ପାରଙ୍ଗମ ହେବେ । ଅସୁସ୍ଥତା ହେତୁ ସୁଖହାନି ଘଟିପାରେ । ଚଞ୍ଚଳମନା ହେବେ ।
ଯୋଗାଯୋଗ ଉତ୍ତମ ଫଳଦାୟକ ହେବ । ସାଧାରଣ କ୍ଷେତ୍ରରେ ଆଦରଣୀୟ ହେବେ । ସମ୍ମାନିତ ହେବା ଆଶା କରାଯାଏ । ନୀତିନିଷ୍ଠ ହୋଇପାରନ୍ତି । କର୍ମାନୁରକ୍ତ ହେବେ । ଯଶସ୍ୱୀ ହୋଇପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ ।
ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି । ବୁଦ୍ଧିମାନ୍ ହେବେ । ଯାନବାହନ ଓ ଧନଯୁକ୍ତ ହୋଇପାରନ୍ତି । ଶ୍ରେଷ୍ଠ ମାନ୍ୟତା ମିଳିପାରେ । ପରୋପକାରୀ ହେବେ । ଶତ୍ରୁ ଦମନ କରିପାରନ୍ତି । ପୁତ୍ର ସୁଖ ମିଳିପାରେ । ବିଦ୍ୱାନ୍ ଓ ଦାନୀ ହେବେ ।
କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ, ମାତ୍ର ବିଳମ୍ୱିତ ହୋଇପାରେ । ଧର୍ମାସକ୍ତ ଓ ମତିମାନ ହୋଇପାରନ୍ତି । ପୁତ୍ର, ମିତ୍ର ହେତୁ ସୁଖଭୋଗ କରିବେ । ଭ୍ରାତୃବର୍ଗ ବିଷମ ଭାବାପନ୍ନ ହୋଇପାରନ୍ତି । ଭାଗ୍ୟବାନ୍ ହେବେ । ସମ୍ମାନିତ ହୋଇପାରନ୍ତି ।
ଦିନଟି ସମସ୍ୟାବହୁଳ ହୋଇପାରେ । ନିଜକୁ କଳହମୁକ୍ତ ରଖିବାକୁ ପଡ଼ିବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ସମ୍ମାନିତ ହୋଇପାରନ୍ତି । ବସ୍ତ୍ର, କାଞ୍ଚନ ଲାଭ ହୋଇପାରେ । ସର୍ବତ୍ର ସୁଖ ମିଳିବ ।
ଯାତ୍ରା ମାର୍ଗ କୁସୁମିତ ହେବ । ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । କୁଶଳ ସମାଚାର ପାଇ ନିଜକୁ ଭାଗ୍ୟବାନ୍ ମନେ କରିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି ।
ପରିବାରର କଲ୍ୟାଣ ଭାଜନ ହୋଇପାରନ୍ତି । ଆଶାବାଦୀ ହେବେ । କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ । ସୌଭାଗ୍ୟ ଓ ସମ୍ମାନଯୁକ୍ତ ହୋଇପାରନ୍ତି । ଧନାଗମର ସୂଚନା ମିଳୁଛି । ଚଞ୍ଚଳମନା ହେବେ । ଅତି ସୁଖୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି ।
ଆଶୀର୍ବାଦ ପ୍ରାପ୍ତ ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ ମିଳିବ । ଧନବାନ୍ ହେବେ । ଅପାର ଗୁଣର ଆଧାର ହେବେ ।
ଖର୍ଚ୍ଚାନ୍ତ ହେବେ । କାର୍ଯ୍ୟରେ ଅବହେଳା କଲେ ପଥଭ୍ରଷ୍ଟ ହୋଇପାରନ୍ତି । ଉପୁଜି ଥିବା ସମସ୍ୟାର ସୁସମାଧାନ ହୋଇପାରେ । ବ୍ୟବହାର କୁଶଳୀ ହେବେ । ମନଭୁଲା କଥା କହି ପରକୁ ଆପଣାର କରିବେ ।
ଯେତେ ଆଗକୁ ବଢ଼ିବେ ସେତେ ସଫଳ ମିଳିବ । ଆୟ ବୃଦ୍ଧିର ସୂଚନା ମିଳୁଛି । ଆନନ୍ଦ ଉତ୍ସବ ଲାଗି ରହିବ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ସରକାରଙ୍କ କୃପାପାତ୍ର ହୋଇପାରନ୍ତି । ପୂଜାର୍ଚ୍ଚନା କରି ସୁଖ-ଶାନ୍ତିରେ ସମୟ ବିତାଇ ପାରନ୍ତି ।
କର୍ମକ୍ଷେତ୍ରରେ ସୁଯୋଗ ସୃଷ୍ଟି ହୋଇଛି । ପରିଶ୍ରମର ମୂଲ୍ୟ ମିଳିବ । ବ୍ୟବସାୟ ଲାଭଜନକ ହେବ । ଶାନ୍ତି-ସନ୍ତୋଷ ଲାଭ କରିବେ । କୀର୍ତ୍ତମାନ୍ ହୋଇପାରନ୍ତି । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ବିଭାଗୀୟ କୃପା ମିଳିବ । ଚିନ୍ତାଧାରା ମହତ୍ ହେବ ।
ବିପଦ ଦୂର ହେବ । ଆଶ୍ୱସ୍ତ ହୋଇପାରନ୍ତି । ହସ, ଖୁସିରେ ସମୟ ବିତାଇ ପାରନ୍ତି । ଜନୈକା ମହିଳାଙ୍କ ଦ୍ୱାରା ବିଶେଷ ଉପକୃତ ହେବେ । ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଅର୍ଥ ମିଳିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments