![]() |
ସଦା ସମୃଦ୍ଧ ରହିବେ । ନିଧିପ୍ରାପ୍ତ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ଇଷ୍ଟଙ୍କର ଦୟାର ପାତ୍ର ହେବେ । ବନ୍ଧୁତା ବୃଦ୍ଧି ହେବ । ନିଜ ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତ ହୋଇପାରନ୍ତି । ଶୁଭଶଙ୍ଖ ବାଜିବ । |
![]() |
ବିନୟ ଭାବ ପ୍ରକାଶ କରି ଦାନ ଦେବେ । ପତ୍ନୀଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରିବେ । ସନ୍ମାର୍ଗୀ ହେବେ । ଯଶସ୍ୱୀ ହୋଇପାରନ୍ତି । ଉଦାର ଚରିତ୍ରର ହେବ । ଅତିଥି, ଗୁରୁ ଓ ଦେବ ପୂଜାର ନୀରତ ହୋଇପାରନ୍ତି । ଉପଯୁକ୍ତ ପରାମର୍ଶଦାତା ହେବେ । |
![]() |
ବିନୟୀ ଭାବର ହୋଇପାରନ୍ତି । ଜଣେ ମହାମନୁଷୀର ମାନ୍ୟତା ପ୍ରାପ୍ତ ହେବେ । ମହା ପ୍ରତାପୀ ହୋଇପାରନ୍ତି । ସତ୍ୟନିଷ୍ଠ ହେବେ । ଧର୍ମାସକ୍ତ ହୋଇପାରନ୍ତି । ମତିମାନ୍ ହେବେ । ପୁତ୍ର ମିତ୍ର ହେତୁ ସୁଖଭୋଗ କରିପାରନ୍ତି । |
![]() |
ରାଜପୂଜା ମିଳିବାର ସୁଯୋଗ ଅଛି । ଶତ୍ରୁବିନାଶ କରି ନିଶ୍ଚିନ୍ତ ହୋଇପାରନ୍ତି । ବ୍ୟବସାୟରେ ଘଟିଥିବା କ୍ଷତିର ଭରିଣା କରିପାରନ୍ତି । ସୁଧର୍ମ ପ୍ରବଣ ହେବେ । ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । |
![]() |
ଅଜାତ ଶତ୍ରୁ ହୋଇପାରନ୍ତି । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ରାଜତୁଲ୍ୟ କ୍ଷମତାର ଅଧିକାରୀ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପରୋପକାରୀ ହୋଇପାରନ୍ତି । ମଣିଭୂଷଣାଦି ପ୍ରାପ୍ତ ହେବା ସହିତ ଧନଲାଭ କରିପାରନ୍ତି । |
![]() |
ଅଧିକ ବିଦ୍ୟା ଅର୍ଜନ ପାଇଁ ତତ୍ପରତା ପ୍ରକାଶ ପାଇବ । ପରିବାରର ମୁଖ୍ୟ ହୋଇପାରନ୍ତି । ପଡ଼ୋଶୀଙ୍କ ସହିତ ବନ୍ଧୁତା ଦୃଢ଼ତର ହେବ । ଶାସ୍ତ୍ର ଅଧ୍ୟୟନ ପାଇଁ ମନ ବଳାଇ ପାରନ୍ତି । ଦେବ, ଗୁରୁ ଓ ପିତୃ ଭକ୍ତ ହେବେ । ମନ ପ୍ରଫୁଲ୍ଲ ରହିବ । |
![]() |
ପରାମର୍ଶ ନେଇ କାର୍ଯ୍ୟ କରିବାକୁ ପଡ଼ିବ । ସ୍ୱାଭିମାନୀ ହେବେ । ଶତ୍ରୁତାର ମାତ୍ରା କମିବ । ମାନବିକତାର ପରିଚୟ ସୃଷ୍ଟି କରିବେ । ପ୍ରିୟ ଲୋକ ଦର୍ଶନ ଲାଭ କରି ଖୁସି ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ନୀତିନିଷ୍ଠ ହେବେ । |
![]() |
ଶ୍ରେଷ୍ଠ ପୂଜା ପାଇବେ । ଯାନବାହନଯୁକ୍ତ ହୋଇପାରନ୍ତି । ଗ୍ରାମର ଅଧିପତି ହେବା ଆଶାକରାଯାଏ । ପରାକ୍ରମଶାଳୀ ହେବେ । ବହୁ ପୋଷକ ହୋଇପାରନ୍ତି । ସୁଖୀ ହେବେ । ବନ୍ଧୁସ୍ନେହୀ ହୋଇପାରନ୍ତି । |
![]() |
ବିତ୍ତବାନ୍ ହୋଇପାରନ୍ତି । କର୍ମକ୍ଷେତ୍ରରେ କର୍ଣ୍ଣଧାର ହେବା ଆଶାକରାଯାଏ । ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇପାରେ । ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । |
![]() |
ନିଜ ଲୋକଙ୍କ ଉପରେ ସ୍ନେହ, ଶ୍ରଦ୍ଧା ଭାବ ରହିବ । ପ୍ରଭୂତ ବିତ୍ତର ଅଧିକାରୀ ହେବେ । ସୁତ କିମ୍ୱା ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମେଧା ତାଲିକାରେ ପରିଗଣିତ ହେବେ । ନୀତିନିଷ୍ଠ ହେବେ । ରୁଚିକର ଭୋଜନରେ ତୃପ୍ତି ହେବେ । |
![]() |
ସୁଖୀ ହେବେ । ଭୋଗ ବିଳାସ କରିପାରନ୍ତି । ଥଣ୍ଡା କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଆୟର ମାତ୍ରା ବୃଦ୍ଧି ହୋଇପାରେ । ଚିନ୍ତାଶୀଳ ହେବେ । ସରକାରୀ ବା ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । |
![]() |
ମାନସିକ ସ୍ତରରେ ଧର୍ମ କ୍ରିୟାରତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ସାହାଯ୍ୟ ସହନୁଭୂତି ମିଳିପାରେ । ସୁଭାଷୀଯୁକ୍ତ ଯୋଗୁଁ ପର ଆପଣାର ହୋଇପାରେ । ଠାକୁରଙ୍କ ସେବାରେ ଅଧିକ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ । |