OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 13th Sep 2020

Odia Rashiphala

Odia Rashiphala

ଲାଗି ରହିଥିବା ବାଦ-ବିବାଦର ସୁ ସମାଧାନ ହୋଇପାରେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଆରମ୍ଭ କରିଥିବା କାର୍ଯ୍ୟ ଶୁଭଦାୟକ ହେବ । ଦେବ ଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତିର ମାତ୍ରା କମିବ । ସରକାରୀ ଲାଭ ମିଳିବ ।
କାର୍ଯ୍ୟ ସନ୍ତୋଷଜନକ ହେବ । ଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ନୀତିନିଷ୍ଠ ଭାବେ ସାମାଜିକ ଗୌରବ ମିଳିବ । ପରୋପକାରୀ ହେବେ । ତ୍ୟାଗଶୀଳ ହେବେ ।
ଭଲ ରୋଜଗାର ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ପୂର୍ବରୁ କରିଥିବା କାର୍ଯ୍ୟର ସଫଳତା ମିଳିବ । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ରାଜନୈତିକ କାର୍ଯ୍ୟ କଳାପରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ । ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିବେ ।
କର୍ମକ୍ଷେତ୍ରରେ ଅଗ୍ରଗାମୀ ହୋଇପାରନ୍ତି । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ କୃପା ମିଳିବ ।
ଆୟ ହେବ; ମାତ୍ର ସ୍ୱଳ୍ପ ପରିମାଣର । ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ ।
ଉଦାର ପ୍ରକୃତିର ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ବିଭାଗୀୟ କାର୍ଯ୍ୟ ମନଯୋଗ ସହକାରେ ସଂପାଦନ କରିବେ । ସେବା ମନୋଭାବ ଜାଗ୍ରତ ହୋଇପାରେ । ପୂଜ୍ୟପୂଜା ଉପରେ ଗୁରୁତ୍ୱ ଦେବେ । ଶତ୍ରୁ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ପୂର୍ବାହ୍ଣରେ ସତର୍କ ରହିବେ ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆପଣଙ୍କ ଦ୍ୱାରା ସହଜରେ ସମ୍ପାଦିତ ହେବ । ଧାର୍ମିକ ମନୋବୃତ୍ତିରେ ଉପବାସ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ କରିପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ ।
ସମ୍ମାନିତ ହେବେ । ମନଫୁର୍ତ୍ତି ରହିବ । ବନ୍ଧୁ ସହାୟତା ପାଇ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଆନନ୍ଦିତ ହେବେ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଦିନଟି ଶୁଭଙ୍କର । ଋଣପରିଶୋଧ କରିବେ ।
ସୁଯୋଗକୁ କରାୟତ୍ତ କରିପାରନ୍ତି । ଅଧିକାଂଶ ସମୟ ଅଧ୍ୟୟନରତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମନ ମୁଗ୍ଧକର ଖବର ମିଳିବ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖୀ ହେବେ ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ପରାମର୍ଶ ନେବାକୁ ପଡ଼ିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟାୟନ ହେବ । ଯାନବାହନ ଜନିତ ସୁଖ ଭୋଗ କରିପାରନ୍ତି । ଗୃହ ପରିବେଶ ଉତ୍ତମ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments