OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 12th May 2019

Odia Rashiphala

Odia Rashiphala

 ଆଶା କରୁଥିବା ସାହାଯ୍ୟ ମିଳିବ । ଆତ୍ମ ସଂଯମୀ ହୋଇପାରନ୍ତି । ପରର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ । ଆମୋଦ-ପ୍ରମୋଦ ଓ ବିଳାସ ବ୍ୟସନରେ ଦିନଟି ଅତିବାହିତ ହେବ । ଅର୍ଥ ସଂଚୟ କରିବେ ।
ପାରିବାରିକ ଶାନ୍ତି ଫେରି ପାଇବେ । ମନରେ ଥିବା ଈର୍ଷା ଭାବର ଅବସାନ ଘଟିବ । ଅପାର ଗୁଣର ଅଧିକାରୀ ହେବେ । ସୁଖ ମିଳିବ । କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ପ୍ରତିଯୋଗିତାର ଶ୍ରେୟ ଆପଣଙ୍କୁ ମିଳିବ ।
ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ସ୍ୱାସ୍ଥ୍ୟ ପାଇଁ ବିଶ୍ରାମର ଆବଶ୍ୟକ ରହିଛି । ସୁଖ-ସମୃଦ୍ଧିପୂର୍ଣ୍ଣର ଆଶା ଫଳବତୀ ହେବ । ଗୃହରେ ଶାନ୍ତି ବାତାବରଣ ସୃଷ୍ଟି ହେବ । ବିଭିନ୍ନ ଦିଗରୁ ଧନାଗମ ହେବ । ସର୍ବାଙ୍ଗୀଣ ଉନ୍ନତି ହେବ ।
ପାରିବାରିକ ଜଞ୍ଜାଳ ବୃଦ୍ଧି ହୋଇପାରେ । ଲବ୍ଧପ୍ରତିଷ୍ଠା ଲାଭ କରିପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଆୟ ଆଶାନୁରୂପ ହେବ । ନୂଆ ବନ୍ଧୁ ଜୁଟି ପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଦାମ୍ପତ୍ୟ ସୁଖ ମିଳିବ ।
ଜୁଲମରେ ପଡ଼ିଲେ ମଧ୍ୟ ଜୁଲମକାରୀ । ପ୍ରକୃତକଥା ବୁଝିପାରି କ୍ଷମା ପ୍ରାର୍ଥନା କରିବେ । ବ୍ୟୟାଧିକର ସମ୍ମୁଖୀନ ହେବେ । ସରଳ ଓ ସ୍ନେହପୂର୍ଣ୍ଣ କଥାରେ ଶତ୍ରୁକୁ ବଶ କରିପାରନ୍ତି । କୀର୍ତ୍ତିମାନ ହେବେ । ସ୍ୱତ୍ତାଧିକାରୀ ହୋଇପାରନ୍ତି ।
ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟ ଲାଭଜନକ ହେବେ । କାର୍ଯ୍ୟରେ ସଫଳତା ମିଳିବ । ସରକାରୀ ଅର୍ଥ ପାଇ ସନ୍ତୁଷ୍ଟ ହେବେ । ସମ୍ମାନିତ ହୋଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି । କରିତ୍‌କର୍ମା ହେବା ଆଶାକରାଯାଏ ।
ମାନସିକ ସ୍ତରରେ ସଚେତନତା ଜାଗ୍ରତ ହୋଇପାରେ । ସରକାରୀ ସ୍ତରରୁ ଆୟ ଆସିବ । ସମ୍ମାନିତ ହେବେ । ଗୃହ ପରିବେଶ ଉତ୍ତମମାନର ହେବ । ବହୁବିଧ ଧନର ଅଧିକାରୀ ହୋଇପାରନ୍ତି । ଉତ୍ତମଗୁଣ ଓ ସହନଶୀଳ ହେବେ ।
ଗଣ୍ଡଗୋଳିଆ ପରିସ୍ଥିତିରୁ ଲାଭ ଉଠାଇପାରନ୍ତି । ମନରେ ସର୍ବଦା ଭକ୍ତି ଭାବନା ରହିବ । ସଦ୍‌ଗୁଣର ବିକାଶ ଘଟିବ । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟ ମଙ୍ଗଳମୟ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି । ପ୍ରଥମେ ମନରେ ନୈରାଶ୍ୟଭାବ ଜାତ ହେଉଥିବା ବେଳେ ଅପରାହ୍ଣରୁ ଅବସ୍ଥାର ସଧାର ଆସିବ । ସ୍ୱାଭିମାନୀ ହେବେ । ବନ୍ଧୁ ବର୍ଗଙ୍କ ସହାୟତା ପାଇ ଖୁସି ହେବେ । ମନସ୍କାମନା ପୂରଣ ହୋଇପାରେ । ଧୈର୍ଯ୍ୟବାନ୍ ହେବେ ।
ପରିବେଶରେ ପରିବର୍ତ୍ତନ ଦେଖା ଦେଇପାରେ । ମନରେ ଉଦ୍‌ବେଗ ଜାତ ହୋଇପାରେ । ଅର୍ଥ ଲାଭର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ବନ୍ଧୁମେଳରେ ସମୟ ବିତାଇ ସମସ୍ତ ଦୁଃଖ, କଷ୍ଟ ଦୂର କରିପାରନ୍ତି ।
ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହୋଇଛି । ମନସ୍କାମନା ପୂରଣ ହେବ । ସାଧନାରେ ସିଦ୍ଧିଲାଭ କରିବେ । ବହୁ ଶୁଭଫଳ ପ୍ରାପ୍ତିର ଆଶାକରାଯାଏ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଶତ୍ରୁ ଦମନ କରିପାରନ୍ତି ।
ଚାକିରି କ୍ଷେତ୍ରରେ ପ୍ରତାରିତ ହୋଇପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ସମ୍ମାନିତ ହୋଇପାରନ୍ତି । ହଠାତ୍ କିଛି ଅର୍ଥ ପାଇ ଆନନ୍ଦ ଅନୁଭବ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । କାର୍ଯ୍ୟର ସଫଳ ରୂପାୟନ କରି କୃତକୃତ୍ୟ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments