![]() |
ସତର୍କ ନ ରହିଲେ ପ୍ରତାରିତ ହୋଇପାରନ୍ତି । କଠୋର ସ୍ୱଭାବର ହୋଇପାରନ୍ତି । ଜିତେନ୍ଦ୍ରିୟ , କୀର୍ତ୍ତିମାନ୍, ନୀତିବାଦୀ ଓ ଜନବଲ୍ଲଭ ହେବେ । ପରାକ୍ରମୀ ହୋଇପାରନ୍ତି । ଚତୁର ଓ ଧନଯୁକ୍ତ ହେବେ । |
ସ୍ୱ ଇଚ୍ଛାରେ କାର୍ଯ୍ୟ ସଂପାଦନ କରିବେ । କର୍ମରେ ଉନ୍ନତି ଘଟିବ । ଶୁଭ ଖବର ପାଇ ଖୁସି ହେବେ । ଗୁରୁକୃପା ଲାଭ କରିପାରନ୍ତି । ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ବୁଦ୍ଧିମାନ୍ ହେବେ । ଧର୍ମପ୍ରିୟ ଓ ଶିଳ୍ପ କ୍ଷେତ୍ରରେ ପାରଦର୍ଶୀ ହେବେ । | |
ସମ୍ମାନିତ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ପାରିବାରିକ ସୁଖ ମିଳିବ । ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବନ୍ଧୁ ମିଳନ ଘଟିପାରେ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ଶତ୍ରୁଜୟୀ ହେବେ । | |
ଜଟିଳ ସମସ୍ୟାର ସୁ ସମାଧାନ କରିପାରନ୍ତି । ପରୋପକାରରେ ବ୍ରତୀ ହୋଇପାରନ୍ତି । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ବିଦ୍ୟାରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଅର୍ଥ ମିଳିବ । | |
ନିର୍ଭୟରେ କାର୍ଯ୍ୟ କରି ଚାଲିବେ । ଧନକ୍ଷୟ ହେବାର ସମ୍ଭାବନା ଅଛି । କ୍ଲାନ୍ତି ଓ ଅବସାଦର ସମ୍ମୁଖୀନ ହୋଇପାରନ୍ତି । ପରଚର୍ଚ୍ଚାରୁ ବିରତ ହେବାକୁ ପଡ଼ିବ । ବ୍ୟବସାୟ ଲାଭଜନକ ହେବ । ବିଚକ୍ଷଣ ବୁଦ୍ଧିଯୁକ୍ତ ଓ ଲୋକଙ୍କ ଆଦରର ପାତ୍ର ହେବେ । | |
ବନ୍ଧୁ ମିଳନରେ ଉପକୃତ ହେବେ । ସମ୍ମାନିତ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସାଧାନାରେ ସିଦ୍ଧିପ୍ରାପ୍ତ ହେବେ । କେତେକ ଘଟଣାରେ ଶଙ୍କା ବ୍ୟକ୍ତ କରିପାରନ୍ତି । ଅତିଥି, ଗୁରୁ ଓ ଦେବ ପୂଜା ନିରତ ହେବେ । କ୍ରୋଧହୀନ ହେବେ । | |
କାର୍ଯ୍ୟ ହାସଲ କରିବାକୁ ହେଲେ କ୍ରୋଧ ସମ୍ବରଣ କରିବାକୁ ପଡ଼ିବ । ବନ୍ଧୁଙ୍କ ସହଯୋଗ ମିଳିବ । କାର୍ଯ୍ୟ ସମ୍ପାଦନର ପ୍ରଶଂସାର ପାତ୍ର ହେବେ । ମନରେ ପ୍ରସନ୍ନତା ଆସିବ । ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ । ନିଃଶଙ୍କ ହେବେ । | |
ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବହୁ ସୁଖର ଅଧିକାରୀ ହେବେ । ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ ହେବେ । ହର୍ଷଯୁକ୍ତ, ଶୁଦ୍ଧ ଭାଷୀ ଓ ଧନଶାଳୀ ହେବେ । | |
ସାଧନା ଫଳବତୀ ହେବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରି ଗଢ଼ି ତୋଳିବେ । ଶତ୍ରୁ ଦମନରେ ପାରଙ୍ଗମ ହେବେ । ଆଇନାନୁମୋଦିତ କାର୍ଯ୍ୟ କରି ଆଦର୍ଶବାଦୀ ନୀତି ଓ ମାନବିକତାର ପରିଚୟ ସୃଷ୍ଟି କରିବେ । ରାଜପୂଜା ପାଇବେ । | |
ଗୁରୁତ୍ୱପୂ୍ର୍ଣ୍ଣ କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରି ଆତ୍ମସନ୍ତୋଷ ଲାଭ କରିବେ । ଆମୋଦ-ପ୍ରମୋଦ ଓ ବିଳାସ ବ୍ୟସନ କରିପାରନ୍ତି । ଉଚ୍ଚ ପ୍ରଶଂସା ଲାଭ କରିବେ । ସୁଖଶାନ୍ତି ମିଳିବ । | |
ନୀତିରୁ ବିଚ୍ୟୁତ ହେବେ ନାହିଁ । ଦେବପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ନାନାବିଧ ସୁଖର ଅଧିକାରୀ ହୋଇପାରନ୍ତି । ନିତ୍ୟାନନ୍ଦ ଭୋଗ କରିବେ । ଯାନବାହନ ସୁଖ ମିଳିବ । | |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ମଙ୍ଗଳମୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବେ । |
Odia Calendar 2019
Comments
comments