OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 12th January 2020

Odia Rashiphala

Odia Rashiphala

ପ୍ରତିରୋଧ ଏଡ଼ାଇ ଆଗକୁ ବଢ଼ି ପାରିବେ । ମନ ପ୍ରସନ୍ନ ରହିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । କୃଷିକ୍ଷେତରୁ ଭଲ ଆୟ ହେବ । ଯାନବାହନ ସୁଖ ମିଳିବ । ନୃତ୍ୟ-ସଙ୍ଗୀତପ୍ରିୟ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ ।
ପରିଶ୍ରମର ମୂଲ୍ୟ ମିଳିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ବହୁଭାଷୀ ହୋଇପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ । ସୌଭାଗ୍ୟଯୁକ୍ତ ଓ ସମ୍ମାନନୀୟ ହେବେ । ଧନଯୁକ୍ତ ହୋଇପାରନ୍ତି । ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହେବେ । ଧ୍ୟାନ ନିରତ ହୋଇପାରନ୍ତି ।
ଧୈର୍ଯ୍ୟ ରଖି ପାରିଲେ ସଫଳତା ପାଇବେ । ତ୍ୟାଗଶୀଳ ହେବେ । ନୀତିଜ୍ଞ ବ୍ୟକ୍ତି ଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । ଅତି ସୁଖୀ ଓ କୀର୍ତ୍ତିମାନ୍ ହେବେ । ସହିଷ୍ଣୁ ଭାବେ ମାନ୍ୟତା ପ୍ରାପ୍ତ ହେବେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାରକ୍ଷମ ହେବେ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ଚିନ୍ତା ହ୍ରାସ ପାଇବ । ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ବଳିଷ୍ଠ ହେବେ । ଶରୀର ସୁସ୍ଥ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ ।
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି । ମିଷ୍ଟଭାଷୀ ଭାବେ ପରକୁ ଆପଣାର କରିବାରେ ସକ୍ଷମ ହେବେ । ମିତ୍ରମାନେ ସହଯୋଗ ନ କରି କରଛଡ଼ା ଦେଇପାରନ୍ତି । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ ।
ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟକ୍ଷେତ୍ରରେ ସିଦ୍ଧିପ୍ରାପ୍ତ ହେବେ । ଯଶସ୍ୱୀ ହୋଇପାରନ୍ତି । ଆରୋଗ୍ୟ ହେବେ । ଧର୍ମକାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରୀତି ଲାଭ କରିବେ । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ ।
ସାଧନାରେ ସିଦ୍ଧି ଲାଭ କରିବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ଉନ୍ନତି ପଥରେ ଆଗକୁ ବଢ଼ିବେ । ସରକାରୀ ଧନ ମିଳିବ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ହେବ । କୀର୍ତ୍ତିମାନ ହୋଇପାରନ୍ତି ।
ଶୁଭ ଖବର ପାଇ ଖୁସି ହୋଇପାରନ୍ତି । କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ହୋଇପାରେ । ଭାଗ୍ୟର ପରିବର୍ତ୍ତନ ଘଟିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ । ସମ୍ମାନଯୁକ୍ତ ହୋଇପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ ।
ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଶାସ୍ତ୍ରପଟୁ ହେବେ । ପୁଣ୍ୟଦେହୀ ହୋଇପାରନ୍ତି । ରାଜବଂଶ ପୂଜିତ ହେବେ । ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି । ଜିତେନ୍ଦ୍ରିୟ, ବିଦ୍ୱାନ୍ ଓ ଦୟାଳୁ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ମିତ୍ର ଲାଭ ହେବ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ବନ୍ଧୁ ମେଳରେ ଆନନ୍ଦ ଉତ୍ସବ କରିପାରନ୍ତି । ବିନୀତ ସ୍ୱଭାବର ହେବେ । ସ୍ତ୍ରୀ ଧନ ହେତୁ ସୁଖୀ ହେବେ । ମନ୍ତ୍ରଣା ଶକ୍ତିଯୁକ୍ତ ଓ କାବ୍ୟକର୍ତ୍ତା ହୋଇପାରନ୍ତି । ସୁଗୁଣ ସମ୍ପନ୍ନ ଓ ସତ୍ୟବାଦୀ ହୋଇପାରନ୍ତି ।
କାର୍ଯ୍ୟ ଫଳପ୍ରସୂ ହେବ । ମନରେ ଅହଂଭାବ ଆସିପାରେ । ଆଶା ଫଳବତୀ ହେବ । ଶୁଭକାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଚଞ୍ଚଳ ଚେଷ୍ଟିତ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଯଶସ୍ୱୀ ହେବେ । ନାନା ସୁନ୍ଦର ବସ୍ତୁ ଲାଭର ସୂଚନା ମିଳୁଛି । ସୁଖ ମିଳିବ ।
ପରଚର୍ଚ୍ଚାରେ ମଜ୍ଜି ପାରନ୍ତି । ବୁଦ୍ଧିମାନ୍ ହେବେ । ଯାନବାହନ ଓ ଧନଯୁକ୍ତ ହୋଇପାରନ୍ତି । ଶ୍ରେଷ୍ଠ ମାନ୍ୟତା ମିଳିବ । ପୁତ୍ର ସୁଖ ମିଳିପାରେ । ପରୋପକାରୀ ହେବେ । ବହୁଧନର ଅଧିକାରୀ ହୋଇପାରନ୍ତି । ଶ୍ରେଷ୍ଠ ପଦବୀ ମିଳିବ । ନୀତିନିଷ୍ଠ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments